ଉପବାସ କରୁଥିଲେ…

କେତେକ ପୂଜା ପାର୍ବଣରେ ଉପବାସ ରହିଲେ ତାହା ମନକୁ ଶାନ୍ତି ଦେବା ସହ ମନରେ ଆଧ୍ୟାତ୍ମିକ ଭାବନା ଜାଗ୍ରତ କରିଥାଏ ବୋଲି ଅନେକେ ବିଶ୍ୱାସ କରନ୍ତି। ତେଣୁ ଏହି ସମୟରେ ଉପବାସ ରହିବାକୁ କେତେକ ପସନ୍ଦ କରନ୍ତି। ହେଲେ ଏହାର ପ୍ରଭାବ ମାନସିକତା ଉପରେ ପଡିଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡିଛି। ‘ଉପବାସ ଓ ମାନସିକତା’ ଶୀର୍ଷକ ବିଷୟ ଉପରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ମନସ୍ତତ୍ତ୍ୱବିତ୍‌ମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କ ମଧ୍ୟରୁ ଯେଉଁମାନେ ଉପବାସ କରୁଥିଲେ ସେମାନଙ୍କ ମାନସିକତାରେ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ଏପରି କି କେତେକଙ୍କଠାରେ ଚିଡିଚିଡା ସ୍ବଭାବ ଦେଖିବାକୁ ମିଳିଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉପବାସ ରହିବା ସମୟରେ ନିଜର ମାନସିକତାକୁ ସନ୍ତୁଳିତ ରଖିବା ସମ୍ପୂର୍ଣ୍ଣ ଭାବରେ ନିଜ ଉପରେ ନିର୍ଭର କରେ।