ହୃଦ୍‌ରୋଗ ଆଶଙ୍କା କମାଏ ଉପବାସ

ଆଜିର ସମୟରେ ହୃଦ୍‌ରୋଗ ଅନ୍ୟତମ ଗମ୍ଭୀର ସମସ୍ୟା ପାଲଟି ଗଲାଣି। ହେଲେ ଏହାର ଠିକ୍‌ ସମୟରେ ଚିକିତ୍ସା କରାଇ ନେବା ଦରକାର। ନ ହେଲେ ତାହା ଜୀବନନାଶକ ହୋଇଥାଏ। ଶାରୀରିକ ପରିଶ୍ରମର ଅଭାବ, ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା ଆଦି ହୃଦ୍‌ରୋଗର ଅନ୍ୟତମ କାରଣ। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍‌ରୋଗର ଶିକାର ହେଉଛନ୍ତି। ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍‌ଘାତ ଆଶଙ୍କା ହ୍ରାସ ପାଏ। ଅଲିଭ୍‌ ତେଲ ହୃତ୍‌ପିଣ୍ଡଜନିତ ସମସ୍ୟା ହ୍ରାସ କରିପାରେ। ହଳଦୀରେ ଥିବା କୁର୍କମିନ୍‌ ନାମକ ଓଷଧୀୟ ପଦାର୍ଥ ହୃଦ୍‌ରୋଗରୁ ରକ୍ଷା କରିଥାଏ। ତେଣୁ ସବୁବେଳେ ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍‌ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ହୃଦ୍‌ରୋଗ ପାଇଁ ଓଜନ ବୃଦ୍ଧି ବା ମେଦ ବହୁଳତା ୩୨ ଭାଗ ଦାୟୀ। ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କେମିତି ସନ୍ତୁଳିତ ସ୍ତରକୁ ଆଣିହେବ, ସେଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଏସବୁ ଖରାପ ଅଭ୍ୟାସ ପାଇଁ ହୋଇପାରନ୍ତି ମୋଟା

ଖାଲି ଖାଦ୍ୟ ଯୋଗୁ ଲୋକେ ମୋଟା ହୁଅନ୍ତି ତାହା ନୁହେଁ। ଏକ ଗବେଷଣାରୁ ଜଣାପଡ଼ିଛି, କେତେକ ଖରାପ ଅଭ୍ୟାସ ଯୋଗୁ ଲୋକେ ଖୁବ୍‌ଶୀଘ୍ର ମୋଟା ହୋଇଯାଇଥାନ୍ତି।...

ଶିଶୁଙ୍କ ହସ୍ତ ପଦ ମୁଖ ବ୍ୟାଧି

  ବର୍ତ୍ତମାନ ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ପିଲାମାନଙ୍କ ଠାରେ ଦେଖା ଦେଉଥିବା ଏକ ପ୍ରକାରର ରୋଗ ଚିନ୍ତା ବଢ଼ାଉଛି; ଯାହାକି ହାଡ଼ ଫୁଟି...

ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ...

ମନ୍‌ସୁନ୍‌ ଫ୍ୟାଶନ

ସାଧାରଣତଃ ମହିଳାମାନେ ଫ୍ୟାଶନ ପ୍ରିୟ। କେଉଁ ସମୟରେ କିଭଳି ପୋଷାକ ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ତାକୁ ନେଇ ସେମାନେ ଖୁବ୍‌ ସଚେତନ। ତେବେ ଆପଣ...

ଆର୍ଥାରାଇଟିସ୍‌ ଔଷଧ ଦ୍ୱାରା ସମ୍ଭବ କରୋନା ଚିକିତ୍ସା: ୪୮ ଘଣ୍ଟାରେ ହୋଇଥାଏ ଫଳପ୍ରଦ !

ଓ୍ବାଶିଂଟନ,୨୭।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ସଙ୍କଟ ଜନକ ସ୍ଥିତି ସୃଷ୍ଟି ହୋଇଛି। ବହୁ ଦେଶରେ ସୁରକ୍ଷା ଦୃଷ୍ଟିରୁ ଲକ୍‌ ଡାଉନ୍‌ ଜାରି ହୋଇଛି। କରୋନା...

ନବଜାତ ଶିଶୁଙ୍କୁ ଶୁଆଉଛନ୍ତି କି ମା’ବାପାଙ୍କ ମଝିରେ,ଜାଣନ୍ତୁ କ’ଣ ହୋଇଥାଏ ସମସ୍ୟା

ନବଜାତ ଶିଶୁଙ୍କୁ କେହି କେବେ ଏକୁଟିଆ ଛାଡି ନଥା’ନ୍ତି। ମା’ ମାନଙ୍କ ନଜର ସେମାନଙ୍କ ଉପରେ ସବୁ ସମୟରେ ରହିଥାଏ। ତେବେ ରାତିରେ ମଧ୍ୟ ମା’...

ନିଦ୍ରାହୀନତା ମସ୍ତିଷ୍କ ରୋଗ ପାଇଁ ଦାୟୀ

ଆମେ ଯଦି ଆବଶ୍ୟକ ମୁତାବକ ନିଦ୍ରା ଯିବା ତେବେ ଅନେକାଂଶରେ ସୁସ୍ଥ ରହିବା। ନିଦ୍ରାରେ ଅସନ୍ତୁଳନ ସୃଷ୍ଟି ହେଲେ ତାହା କେତେକ ରୋଗକୁ ପରୋକ୍ଷରେ ଡାକି...

ଏସବୁ ପ୍ରତି ଧ୍ୟାନ ଦେଲେ ଘରେ ବଢ଼ିବ ଧନ

ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଯଦି ବାସ୍ତୁ ଅନୁଯାୟୀ ଘରେ ଥିବା ଜିନିଷଗୁଡ଼ିକ ସନ୍ତୁଳିତ ହୁଏ,...

Advertisement
Archives

Model This Week