Categories: ଖେଳ

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ ଅନେକ ରେକର୍ଡ ହାସଲ କରିଛନ୍ତି। ଏ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିବା ସୋଏବ ଏକ ସାକ୍ଷାତକାରରେ କହିଥିଲେ ଆମେ ସମ୍ପୂର୍ଣ୍ଣ ପରିବାର ଗୋଟିଏ ଘରେ ରହୁଥିଲୁ। ପିତା ରାତ୍ରୀ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ। ଏହା ସତ୍ତ୍ୱେ କ୍ରିକେଟ୍‌ ପ୍ରତି ଥିବା ଦୁର୍ବଳତା ଯୋଗୁ ସେ ଏହି ଖେଳରେ କ୍ୟାରିୟର ଗଢିଥିଲେ। ସୋଏବ ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ୍‌ରେ ୧୬୧.୩ କିମି ବେଗରେ ଏକ ବଲ୍‌ ପକାଇଥିଲେ। ଯଦିଓ ଏହି ବଲ୍‌ରେ ତାଙ୍କ ଉଇକେଟ୍‌ ମିଳି ନ ଥିଲା କିନ୍ତୁ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌ ଭାବେ ଏହା ଇତିହାସ ପୃଷ୍ଠାରେ ରହିଯାଇଥିଲା। ରାଉଲପିଣ୍ଡି ଏକ୍ସପ୍ରେସ୍‌ ନାମରେ ପ୍ରସିଦ୍ଧ ସୋଏବ ୧୩ ବର୍ଷ କ୍ରିକେଟ କ୍ୟାରିୟରରେ ୨ଥର ୧୬୦ରୁ ଅଧିକ ବେଗରେ ବଲ୍‌ ପକାଇଥିଲେ। ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କୌଣସି ବୋଲର ଭାଙ୍ଗି ପାରିନାହାନ୍ତି।

Share