ମୋବାଇଲ ନମ୍ବର ଭଳି ‘ପୋର୍ଟ’ ହୋଇପାରିବ ଫାସ୍‌ଟ୍ୟାଗ୍‌

ମୁମ୍ବାଇ,୧୨ା୯: ମୋବାଇଲ ଫୋନ୍‌ ଭଳି ଫାସ୍‌ଟାଗ୍‌ ମଧ୍ୟ ପୋର୍ଟ କରିହେବ। ଉପଭୋକ୍ତାମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଓ୍ବାନ୍‌ଟ୍ୟାଗ୍‌ ମାଧ୍ୟମରେ ସେମାନଙ୍କର ଫାସ୍‌ଟାଗ୍‌ ବ୍ୟାଙ୍କ କିମ୍ବା ସେବା ପ୍ରଦାନକାରୀ ସଂସ୍ଥା ବଦଳାଇ ପାରିବେ। ପୋର୍ଟିଂ ପାଇଁ ବିଦ୍ୟମାନ ଫାସ୍‌ଟାଗ୍‌କୁ ପ୍ରତ୍ୟାହାର କରିବାର କୌଣସି ଆବଶ୍ୟକତା ରହିବ ନାହିଁ। କେନ୍ଦ୍ର ସରକାରଙ୍କ ଦ୍ୱାରା ଚଳିତ ମାସରେ ଆରମ୍ଭ କରାଯାଇଥିବା ଏହି ନୂତନ ଫାସ୍‌ଟାଗ୍‌ ପୋର୍ଟେବିଲିଟି ଫିଚର ଗାଡ଼ି ମାଲିକମାନଙ୍କୁ ସେମାନଙ୍କର ୱିଣ୍ଡ୍‌ସ୍କ୍ରିନ ଷ୍ଟିକର ନ ବଦଳାଇ ଇସ୍ୟୁଅର୍‌ ବ୍ୟାଙ୍କ ପରିବର୍ତ୍ତନ କରିବାକୁ ସୁବିଧା ଦେବ। ଭାରତର ଇଣ୍ଟେଲିଜେଣ୍ଟ ହାଇୱେ ଉପରେ ମୁମ୍ବାଇରେ ଆୟୋଜିତ ଗ୍ଲୋବାଲ ଫିନ୍‌ଟେକ ଫେଷ୍ଟ ୨୦୨୬କୁ ସମ୍ବୋଧନକରି ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, ଫାସ୍‌ଟାଗ୍‌ , ବାର୍ଷିକ ପାସ୍‌ ବ୍ୟବସ୍ଥା, ବ୍ୟାରିୟରମୁକ୍ତ ଟୋଲିଂ ଏବଂ ଏଆଇଚାଳିତ ପ୍ରଯୁକ୍ତିବିଦ୍ୟା ଭାରତର ଗମନାଗମନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣିଛି।

Dharitri – Odisha’s No.1 Odia Daily

Share