ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର ସରକାର ସକ୍ରିୟ ହୋଇଉଠିଛନ୍ତି। ରାଜ୍ୟ ଏବଂ ସମ୍ପୃକ୍ତ ହାଇକୋର୍ଟଗୁଡ଼ିକୁ ନିର୍ଦ୍ଦେଶ ଦେବାର ପ୍ରସ୍ତୁତି ଚାଲିଛି। ଏହି ସମ୍ବନ୍ଧରେ ଚାରୋଟି ହାଇକୋର୍ଟକୁ ଚିଠି ଲେଖାଯିବ, ଯେଉଁଠାରେ ସାର୍ବଜନିକ ପରୀକ୍ଷା ଅଧିନିୟମ, ୨୦୨୪ ଅଧୀନରେ ଶୁଣାଣି ହେବ। ଫାଷ୍ଟ ଟ୍ରାକ କୋର୍ଟ ଚାରୋଟି ରାଜ୍ୟରେ ଗଠନ କରାଯିବ।

ନିଟ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଯୁବକମାନଙ୍କର କ୍ରମାଗତ ଜାରି ରହିଥିବା ପ୍ରତିବାଦ-ଆନ୍ଦୋଳନ ମଧ୍ୟରେ ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ପ୍ରଶ୍ନପତ୍ର ଲିକ୍‌ ମାମଲାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଶୀଘ୍ରରୁ ଶୀଘ୍ର କଠୋର ଦଣ୍ଡ ଦେବା ପାଇଁ ସରକାର ଦ୍ରୁତ ଅଦାଲତ (ତ୍ୱରିତ ଅଦାଲତ) ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, “ଆମର ଯୁବକମାନଙ୍କ କଲ୍ୟାଣ ଏବଂ ଭବିଷ୍ୟତଠାରୁ ବଳି ଅନ୍ୟ କୌଣସି ଜିନିଷ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆମର ଯୁବକମାନଙ୍କ ଭବିଷ୍ୟତ ସହିତ ଖେଳୁଥିବା ବ୍ୟକ୍ତିମାନଙ୍କୁ କୌଣସି ପ୍ରକାରେ ଛାଡ଼ କରାଯିବ ନାହିଁ।”

Odisha’s No.1 Odia Daily