Posted inଜାତୀୟ

ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌

ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍‌ ମାଧ୍ୟମରେ ଶତପ୍ରତିଶତ ଟୋଲ୍‌ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ ବୃଦ୍ଧି କରିଛନ୍ତି। ଏନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)କୁ ମନ୍ତ୍ରଣାଳୟ ଜଣାଇଦେଇଛି। ବର୍ତ୍ତମାନ ସୁଦ୍ଧା ୭୦ରୁ ୮୦ ପ୍ରତିଶତ ଟୋଲ୍‌ ସଂଗ୍ରହ ଫାସ୍‌ଟାଗ୍‌ରେ ହେଉଛି। ଫେବୃୟାରୀ ୧୫ରୁ ୧୦୦% ଫାସ୍‌ଟାଗ୍‌ ଟୋଲ ସଂଗ୍ରହ ପାଇଁ ଏନ୍‌ଏଚ୍‌ଏଆଇ ଆବଶ୍ୟକ ନିୟମାବଳୀ ପ୍ରଣୟନ କରିପାରିବ ବୋଲି ମନ୍ତ୍ରଣାଳୟ କହିଛି। ୨୦୨୧ ଜାନୁୟାରୀ ୧ରୁ ଫାସ୍‌ଟାଗ୍‌ ମାଧ୍ୟମରେ ସମ୍ପୂର୍ଣ୍ଣ ଟୋଲ୍‌ ସଂଗ୍ରହ ଲାଗି ପୂର୍ବରୁ ଘୋଷଣା କରାଯାଇଥିଲା। ଟୋଲ୍‌ ପ୍ଲାଜାଗୁଡ଼ିକରେ ନିର୍ବିଘ୍ନରେ ଯାତାୟାତ ଲାଗି ୨୦୨୧ ବର୍ଷର ପ୍ରଥମ ଦିନରୁ କ୍ୟାଶ୍‌ଲେସ୍‌ କାରବାର ପାଇଁ ବିଭାଗୀୟ ମନ୍ତ୍ରୀ ନୀତୀନ ଗଡ଼କରି ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ନଭେମ୍ବରରେ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା। ଜାନୁୟାରୀ ୧ରୁ ଫାସ୍‌ଟାଗ୍‌ ବାଧ୍ୟତାମୂଳକ ବୋଲି ଗଡ଼କରୀ ଡିସେମ୍ବର ୨୫ରେ ଘୋଷଣା କରିଥିଲେ। ୪ ବ୍ୟାଙ୍କ ପକ୍ଷରୁ ୨୦୧୬ରେ ୧ ଲକ୍ଷ ଫାସ୍‌ଟାଗ୍‌ ଇସ୍ୟୁ ହୋଇଥିଲା। ୨୦୧୮ ସୁଦ୍ଧା ଏହି ସଂଖ୍ୟା ୩୪ ଲକ୍ଷରେ ପହଞ୍ଚତ୍ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଏୟାରଷ୍ଟ୍ରାଇକ୍‌କୁ ନେଇ ଚାଇନାର ବଡ଼ ବୟାନ, ଯୁଦ୍ଧ ଭିତରେ ଚମକି ପଡିଲା ବିଶ୍ୱ!

ବେଜିଂ,୧୭।୩: ଆଫଗାନିସ୍ତାନର କାବୁଲରେ ପାକିସ୍ତାନୀ ସାମରିକ ଆକ୍ରମଣ ପରେ ପରିସ୍ଥିତି ଏତେ ଗମ୍ଭୀର ହୋଇଯାଇଛି। ଯାହାଯୋଗୁ ପାକ୍‌ର ଘନିଷ୍ଠ ସହଯୋଗୀ ଚାଇନା ମଧ୍ୟ ଚୁପ ରହିପାରି ନାହିଁ।…

ବିଦ୍ୟାଳୟ ପାଠାଗାର ବହିକିଣା ଅନିୟମିତତା ପ୍ରସଙ୍ଗ: ଆର୍‌ଟିଆଇ ଆବେଦନ ପରେ …

ନନ୍ଦପୁର,୧୭ା୩ (ତୁଷାର କାନ୍ତ ମହାନ୍ତି)-ଏକ ନିର୍ଦ୍ଦିଷ୍ଟ ପ୍ରକାଶନ ସଂସ୍ଥାରୁ ସ୍କୁଲ ପରିଚାଳନା କମିଟିର ଅଜାଣତରେ ବିଦ୍ୟାଳୟ କମ୍ପୋଜିଟ ପାଣ୍ଠିରେ ପାଠାଗାର ବହି କିଣାରେ ଅନିୟମିତତା ପ୍ରସଙ୍ଗ ନେଇ…

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ଇଣ୍ଡିଆ ପୋଷ୍ଟର ବଡ଼ ପଦକ୍ଷେପ: ଏସବୁ ସହରରେ ମିଳିବ ‘ନେକ୍ସଟ୍ ଡେ ଗ୍ୟାରେଣ୍ଟିଡ୍ ଡେଲିଭରି’ ସେବା

ନୂଆଦିଲ୍ଲୀ,୧୭।୫: ଡାକ ସେବାକୁ ଅଧିକ ଦ୍ରୁତ ଓ ଭରସାଯୋଗ୍ୟ କରିବା ପାଇଁ ଭାରତୀୟ ଡାକ ବିଭାଗ ପକ୍ଷରୁ ଏକ ନୂତନ ସେବାର ଶୁଭାରମ୍ଭ କରାଯାଇଛି। ମଙ୍ଗଳବାର, ମାର୍ଚ୍ଚ…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri