ଘୋଷଯାତ୍ରା ପାଇଁ ପୁରୀ ପଠାଗଲା ଫାସିକାଠ

ଖୋର୍ଦ୍ଧା ଅଫିସ,୬।୫ : ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଲାଗି ଶ୍ରୀକ୍ଷେତ୍ର ଶ୍ରୀନଅର ନିକଟ ଅସ୍ଥାୟୀ ରଥଖଳାରେ ଚାଲିଛି ରଥ ନିର୍ମାଣ। ରଥ ନିର୍ମାଣ ପାଇଁ ଖୋର୍ଦ୍ଧା ବନଖଣ୍ଡ ଅଧୀନ ବାଙ୍କୀ ବୈଦ୍ଧେଶ୍ବର ଜଙ୍ଗଲରୁ ୧୫ଖଣ୍ଡ ଫାସିକାଠ ଶନିବାର ଟ୍ରକ ଯୋଗେ ପଠାଯାଇଛି ।

ଏହି ଅବସରରେ ଖୋର୍ଦ୍ଧା ବନାଞ୍ଚଳ ଅଧିକାରୀଙ୍କ ଉପସ୍ଥିତିରେ ସ୍ଥାନୀୟ ଗ୍ରାମବାସୀ ରଥକାଠକୁ ହୋମଯଜ୍ଞ ଏବଂ ପୂଜାର୍ଚ୍ଚନା କରିଥିଲେ। ଭଜନ ସଂକୀର୍ତ୍ତନରେ ପରିବେଶ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପରେ କାଠ ବୋଝେଇ ଟ୍ରକ ପୁରୀ ଅଭିମୁଖେ ବାହାରିଥିଲା।