ଶାଢ଼ିରେ ଦିଶିବେ ଫ୍ୟାଶନେବଲ

ଫ୍ୟାଶନ ଟ୍ରେଣ୍ଡ ନିମନ୍ତେ ଖରାଦିନ ବହୁତ ଭଲ। ଏହି ଋତୁରେ ହିଁ ହାଲୁକା ଫ୍ୟାଶନେବଲ ପୋଷାକ ପିନ୍ଧି ହୁଏ। ତେବେ ଶାଢ଼ି ପିନ୍ଧିବାକୁ ପସନ୍ଦ କରୁଥିବା ମହିଳାମାନେ ବି ଏହି ଋତୁରେ ବେଶ୍‌ ଷ୍ଟାଇଲିସ୍‌ ଦେଖାଯାଇପାରିବେ…
ଫ୍ୟାଶନ ଡିଜାଇନରଙ୍କ କହିବା ଅନୁସାରେ ଖରାଦିନେ ହାଲ୍‌କା ଶାଢି ପିନ୍ଧିଲେ ସୁନ୍ଦର ଦେଖାଯିବା ସହିତ ଆରାମ ବି ଲାଗିଥାଏ। ତେଣୁ ଏବେ ଆପଣ ଅଙ୍ଗ୍ରେଜା, କୋଟା କିମ୍ବା ଚନ୍ଦେରୀ ଶାଢି ପିନ୍ଧନ୍ତୁ।
ଖରାଦିନେ ଗରମ ଲାଗୁଥିଲେ କଟନ୍‌, ଖଦି ଏବଂ କାଞ୍ଚି ସିଲ୍କ ଶାଢି ମଧ୍ୟ ପିନ୍ଧିପାରିବେ। ଯଦି ଘରେ କୌଣସି ଉତ୍ସବ ଅଛି ତେବେ ଖଦି ଜମଦାନୀ କିମ୍ବା କୋଟା ଶାଢି ପିନ୍ଧନ୍ତୁ।
ଖରାଦିନେ ହାଲ୍‌କା ରଙ୍ଗଥିବା ଶାଢି ପିନ୍ଧନ୍ତୁ, ବହୁତ ସୁନ୍ଦର ଲାଗିବ। ହାଲ୍‌କା ରଙ୍ଗର ଶାଢି ପିନ୍ଧିଲେ ଖରାଦିନେ ଥଣ୍ଡା ଅନୁଭବ କରିବାକୁ ଦେଇଥାଏ।
ହାଲ୍‌କା ଗୋଲାପୀ, ନୀଳ, ହଳଦିଆ କିମ୍ବା ଆସମାନି ଶାଢି ପିନ୍ଧନ୍ତୁ, ଫ୍ୟାଶନ ଟ୍ରେଣ୍ଡରେ ବେଶ୍‌ ସୁନ୍ଦର ଲାଗିବ। ଏହା ସହିତ ଫ୍ଲୋରାଲ, ପେଷ୍ଟଲ କିମ୍ବା ବ୍ରାଇଟ କଲର ଶାଢି ମଧ୍ୟ କେବେ କେବେ ପିନ୍ଧନ୍ତୁ, ଭଲ ଲାଗିବ।