Posted inଜାତୀୟ

ଫାରୁକ୍‌ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ: ଚାଇନା ସହାୟତାରେ ପୁଣି ଲାଗୁହେବ ଅନୁଚ୍ଛେଦ ୩୭୦

ଶ୍ରୀନଗର, ୧୧।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲାଙ୍କ ବିବାଦୀୟ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଫାରୁକ୍‌ ରବିବାର କହିଛନ୍ତି ଯେ, ଚାଇନା ସହାୟତାରେ ଜମ୍ମୁ-କଶ୍ମୀରରେ ପୁଣିଥରେ ଅନୁଚ୍ଛେଦ ୩୭୦ ଏବଂ ଅନୁଚ୍ଛେଦ ୩୫-ଏ ଲାଗୁ କରାଯିବାର ସମ୍ଭାବନା ରହିଛି। ସେହିପରି ଜମ୍ମୁ-କଶ୍ମୀରର ବିକାଶ ପାଇଁ ସେ ଶାନ୍ତିପୂର୍ଣ୍ଣ ଭାବେ ଲଢ଼େଇ ଜାରି ରଖିବେ ବୋଲି କହିଛନ୍ତି। ଏବେ ବି ଜମ୍ମୁ-କଶ୍ମୀରର ସ୍ଥିତିରେ ସୁଧାର ଆସି ନ ଥିବା ଫାରୁକ୍‌ କହିଛନ୍ତି। ଦେଶରେ ଇଣ୍ଟରନେଟ୍‌ କ୍ଷେତ୍ରରେ ୪-ଜି ସେବା ପରେ ୫-ଜି ସେବା ନେଇ ଯୋଜନା ଜାରି ରହିଥିବା ବେଳେ ଜମ୍ମୁ-କଶ୍ମୀରରେ ୨-ଜି ସେବା ପୂର୍ବଭଳି କାର୍ଯ୍ୟ କରୁଛି। ଲୋକଙ୍କ ପାଖରେ ରୋଜଗାରର ମାଧ୍ୟମ ନ ଥିବାବେଳେ ଆର୍ଥିକ ସ୍ଥିତି ଦିନକୁ ଦିନ ଖରାପ ହେଉଥିବା ସେ କହିଛନ୍ତି। କେନ୍ଦ୍ର ସରକାରଙ୍କ କହିବା ଏବଂ କାମରେ ଫରକ୍‌ ରହିଥିବା ସେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିରନ ପଟେଲଙ୍କ ବିରୋଧରେ ଇଡି ମାମଲା

ନୂଆଦିଲ୍ଲୀ, ୨୦ା୫(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ଅଧିକାରୀ ଭାବେ ମିଛ ପରିଚୟ ନେଇ କଡ଼ା ସୁରକ୍ଷା ମଧ୍ୟରେ ଜମ୍ମୁ-କଶ୍ମୀର ଗସ୍ତ କରିଥିବା ଗୁଜରାଟର ମହାଠକ କିରନ୍‌...

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ସରକାରଙ୍କୁ ଉପାୟ ଚିନ୍ତା କରିବାକୁ କହିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ ।୧୧: ଦିଲ୍ଲୀ ଏନ୍‌ସିଆର୍‌ର ବାୟୁ ବେଳକୁ ବେଳ ପ୍ରଦୂଷିତ ହେବାରେ ଲାଗିଛି । ଏହାକୁ ନେଇ ବିଭିନ୍ନ ପଦକ୍ଷେପ ନିଆଯାଇଥିଲେ ମଧ୍ୟ କୌଣସିଟା ଫଳପ୍ରଦ...

ତାମିଲନାଡୁ ଅକ୍ସିଜେନ ଉତ୍ପାଦନ କଲେ ଆପତ୍ତି ନାହିଁ

ନୂଆଦିଲ୍ଲୀ,୨୪ା୪: ଅକ୍ସିଜେନ ଅଭାବରୁ ଲୋକେ ମରୁଛନ୍ତି। ତାମିଲନାଡୁ ସରକାର ଅକ୍ସିଜେନ ଉତ୍ପାଦନ ପାଇଁ ବେଦାନ୍ତର ଟୁଟିକୋରିନ ପ୍ଲାଣ୍ଟକୁ କାହିଁକି ହାତକୁ ନେଇପାରିବେ ନାହିଁ ବୋଲି ଶୁକ୍ରବାର...

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ପୁନାଓ୍ବାଲା, ଏଚପିଭି ଟିକା ବିଷୟରେ ଆଲୋଚନା…

ନୂଆଦିଲ୍ଲୀ,୨୫।୧ : ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ବୁଧବାର କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମସ୍‌ନସୁଖ ମାଣ୍ଡବ୍ୟଙ୍କୁ ଭେଟି ଦେଶର ପ୍ରଥମ ସ୍ବଦେଶୀ ମାନବ...

ବିଶ୍ୱ ଜନସଂଖ୍ୟା ଦିବସ: ୮ ବର୍ଷ ପରେ ଭାରତରେ ଦେଖାଯିବ ଜଳ ସଙ୍କଟ

ନୂଆଦିଲ୍ଲୀ,୧୧।୭: ସାରା ବିଶ୍ୱ ଜୁଲାଇ ୧୧କୁ ବିଶ୍ୱ ଜନସଂଖ୍ୟା ଦିବସ ଭାବେ ପାଳନ କରୁଛି। ପ୍ରଥମେ ଏହା ୧୯୮୯ରେ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ଗର୍ଭନିଂ କାଉନସିଲ୍‌...

ହସ୍ପିଟାଲରେ କମଲ ନାଥ

ଭୋପାଳ,୨୨।୬: ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ ଶନିବାର ସକାଳେ ହମିଦିଆ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆଙ୍ଗୁଳିରେ ଯନ୍ତ୍ରଣା ଅନୁଭବ କରିବାକୁ ତାଙ୍କୁ ହସ୍ପିଟାଲ ଯିବାକୁ...

ପାନ୍‌-ଆଧାର ସଂଯୋଗର ଶେଷ ତାରିଖ ମାର୍ଚ୍ଚ ୩୧

ନୂଆଦିଲ୍ଲୀ,୧୭।୩ (ପି.ଟି.): ପାନ୍‌ ସହ ଆଧାର ନମ୍ବର ସଂଯୋଗ ବାଧ୍ୟତାମୂଳକ ହୋଇଥିବାବେଳେ ଏଥିପାଇଁ ଶେଷ ତାରିଖ ମାର୍ଚ୍ଚ ୩୧ ଧାର୍ଯ୍ୟ ହୋଇଥିବା ଆୟକର ବିଭାଗ ପକ୍ଷରୁ...

‘ନ୍ୟାୟପାଳିକା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତରେ ଅଛି’… ସିଜେଆଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରି କହିଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୮।୫: ଭାରତର ଉପରାଷ୍ଟ୍ରପତି ତଥା ବରିଷ୍ଠ ଆଇନଜୀବୀ ଜଗଦୀପ ଧନକର ସିଜେଆଇ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କୁ ପ୍ରଶଂସା କରିଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି, ସାଧାରଣ ଲୋକଙ୍କ ସମସ୍ୟା ପ୍ରତି...

Advertisement
Archives

Model This Week