Categories: ଜାତୀୟ

ନମାଜ ପଢିବାକୁ ବାହାରକୁ ଯିବାକୁ ଫାରୁକଙ୍କୁ ମିଳିଲା ନାହିଁ ଅନୁମତି

ଶ୍ରୀନଗର,୩୦ ।୧୦: ନ୍ୟାଶନାଲ କନଫରେନ୍ସ ଦାବି କରିଛି ଯେ ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କୁ ଘରୁ ବାହାରକୁ ବାହାରିବାକୁ ଦିଆଯାଉ ନାହିଁ । ଦଳ କହିଛି ମିଲାଦ-ଉନ-ନବି ଅବସରରେ ବି ତାଙ୍କୁ ଘରୁ ବାହାରକୁ ଯିବାକୁ ଅନୁମତି ପ୍ରଦାନ କରାଗଲା ନାହିଁ । ଯାହା ଫଳରେ ସେ ବାହାରକୁ ଯାଇ ନମାଜ ପଢିପାରିଲେ ନାହିଁ । ଦଳର ସୂଚନା ଅନୁଯାୟୀ, ଫାରୁକ ହଜରତବଳ ଦରଘା ଯିବାକୁ ଚାହୁଁଥିବା ବେଳେ ତାଙ୍କୁ ଅଟକଇ ଦିଆଯାଇଥିଲା । ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ଦଳ ପକ୍ଷରୁ ଟୁଇଟ୍ କରି ଏହି ସୂଚନା ଦିଆଯାଇଥିବା ବେଳେ କୁହାଯାଇଛି କି ପବିତ୍ର ମିଲାଦ-ଉନ-ନବି ଅବସରରେ ଫାରୁକଙ୍କୁ ପ୍ରାର୍ଥନା ପାଇଁ ଯିବାକୁ ଅନୁମତି ନ ମିଳିବା ପ୍ରାର୍ଥନାର ମୌଳିକ ଅଧିକାରର ଉଲ୍ଲଂଘନ ଯାହାକୁ ଦଳ ନିନ୍ଦା କରୁଛି । ସୂଚନାଯୋଗ୍ୟ, ଶୁକ୍ରବାର ଫାରୁକ ଅବଦୁଲା ଡାଲ ହ୍ରଦ ନିକଟରେ ଥିବା ହଜରତବଳ ଦରଘା ଯାଇ ନମାଜ ପଢିବାକୁ ଇଚ୍ଛା ରଖିଥିବା ବେଳେ ସେ ଘରୁ ବାହାରୁ ବାହରୁ ତାଙ୍କୁ ସେହିଠାରେ ଅଟକାଇ ଦିଆଯାଇଥିଲା ।

Share