Categories: ଜାତୀୟ

ବିରୋଧୀ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ଫାରୁକ ଅମଙ୍ଗ

ଶ୍ରୀନଗର,୧୮ା୬: ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଗୁଡ଼ିକ ମିଳିତ ପ୍ରାର୍ଥୀ ଦେବା ଲାଗି ଉଦ୍ୟମ ଚଳାଇଛନ୍ତି। ତେବେ ସମ୍ଭାବ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ନେତା ଫାରୁକ୍‌ ଅବଦ୍ଦୁଲାଙ୍କ ନାଁ ଚର୍ଚ୍ଚା ହେଉଥିଲା। କିନ୍ତୁ ୮୪ ବର୍ଷୀୟ ଅବଦୁଲ୍ଲା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଶନିବାର ସ୍ପଷ୍ଟ କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରାଷ୍ଟ୍ରପତି ପ୍ରାର୍ଥୀ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। ପାଓ୍ବାରଙ୍କ ପରେ ରାଷ୍ଟ୍ରପତି ନିର୍ବାଚନ ଲାଗି ରଣନୀତି ପ୍ରସ୍ତୁତି ନିମନ୍ତେ ଆଗାମୀ ୨୦ ଓ ୨୧ରେ ବିରୋଧୀ ଦଳଗୁଡ଼ିକର ବୈଠକ ବସିବାକୁ ଥିବାବେଳେ ଏହା ପୂର୍ବରୁ ଅବଦୁଲ୍ଲା ନିଜ ନିଷ୍ପତ୍ତି ଶୁଣାଇଛନ୍ତି। ତେବେ ବିରୋଧୀ ଦଳଗୁଡ଼ିକ ତାଙ୍କ ନାମ ପ୍ରସ୍ତାବ ରଖିଥିବାରୁ ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Share