Posted inଜାତୀୟ

ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ଲୀନ ଫାରୁକ ଅବଦୁଲ୍ଲା: ଗାଇଲେ ଭଜନ

ଶ୍ରୀନଗର,୨୪।୧: ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜଣେ ଦମ୍‌ଦାର ରାଜନେତା। ରାଜନୀତି ସହିତ, ଧାର୍ମିକ ପ୍ରସଙ୍ଗରେ ତାଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ସମୟ ସମୟରେ ଦେଖିବାକୁ ମିଳେ। ପୁଣିଥରେ ଫାରୁକ ଅବଦୁଲ୍ଲାଙ୍କୁ ବୈଷ୍ଣୋ ଦେବୀ ମନ୍ଦିର ନିକଟସ୍ଥ କଟରାସ୍ଥିତ ଏକ ଆଶ୍ରମରେ ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଇଥିଲା। ସେ କଟରା ଆଶ୍ରମରେ ‘ତୁ ନେ ମୁଝେ ବୁଲାୟା ଶେରାୱାଲିୟେ’ ଭଜନ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଏବେ ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୂର୍ବରୁ ୨୦୨୪ ଏପ୍ରିଲରେ ମଧ୍ୟ ତାଙ୍କର ରାମଧୂନ ଗାଇବାର ଏକ ଭିଡିଓ ଭାଇରାଲ ହୋଇଥିଲା।

ଫାରୁକ କଟରାର ଏକ ଆଶ୍ରମରେ ଏକ ‘ଭଜନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କ ସହିତ ‘ତୁନେ ମୁଝେ ବୁଲାୟା ଶେରାୱାଲିୟେ, ମୈଁ ଆୟା, ମୈଁ ଆୟା ଶେରାୱାଲିୟେ’ ଗାଇଥିଲେ। ଏହି ଅବସରରେ ଭାଷଣ ଦେଇ, ସେ ରୋପେୱ ପ୍ରକଳ୍ପ ବିରୋଧରେ କଟରାର ଲୋକଙ୍କ ସମର୍ଥନ ଜଣାଇଥିଲେ। ସେ କହିଥିଲେ, ଯେଉଁମାନେ ମନ୍ଦିର ପରିଚାଳନା କରୁଛନ୍ତି ସେମାନେ ଏପରି କିଛି କରିବା ଉଚିତ୍‌ ନୁହେଁ, ଯାହା ସ୍ଥାନୀୟ ଲୋକଙ୍କ ସ୍ବାର୍ଥକୁ କ୍ଷତି ପହଞ୍ଚାଏ କିମ୍ବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ।ସ୍‌
ସେ କହିଥିଲେ, ଲୋକମାନେ ବୁଝିପାରିଛନ୍ତି ଯେ କ୍ଷମତା ସରକାରଙ୍କ ପାଖରେ ନୁହେଁ ବରଂ ଲୋକଙ୍କ ପାଖରେ ଅଛି। ଅବଦୁଲ୍ଲା ଜୋର ଦେଇ କହିଥିଲେ ଯେ ଲୋକଙ୍କ ପାଖରେ ସରକାର ଗଢ଼ିବା କିମ୍ବା ଭାଙ୍ଗିବାର କ୍ଷମତା ଅଛି ଏବଂ ଏବେ ଅଧିକାରୀମାନେ ତାଙ୍କ ପାଖକୁ ରୋପୱେ କେଉଁଠାରେ ନିର୍ମାଣ କରାଯିବା ଉଚିତ ସେ ବିଷୟରେ କଥାବାର୍ତ୍ତା କରିବାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri