Posted inଜାତୀୟ

ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ଲୀନ ଫାରୁକ ଅବଦୁଲ୍ଲା: ଗାଇଲେ ଭଜନ

ଶ୍ରୀନଗର,୨୪।୧: ନ୍ୟାଶନାଲ କନଫରେନ୍ସ ମୁଖ୍ୟ ଏବଂ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଜଣେ ଦମ୍‌ଦାର ରାଜନେତା। ରାଜନୀତି ସହିତ, ଧାର୍ମିକ ପ୍ରସଙ୍ଗରେ ତାଙ୍କର ଭିନ୍ନ ଭିନ୍ନ ଦୃଷ୍ଟିକୋଣ ସମୟ ସମୟରେ ଦେଖିବାକୁ ମିଳେ। ପୁଣିଥରେ ଫାରୁକ ଅବଦୁଲ୍ଲାଙ୍କୁ ବୈଷ୍ଣୋ ଦେବୀ ମନ୍ଦିର ନିକଟସ୍ଥ କଟରାସ୍ଥିତ ଏକ ଆଶ୍ରମରେ ମାତା ବୈଷ୍ଣୋ ଦେବୀଙ୍କ ଭକ୍ତିରେ ବୁଡ଼ି ରହିଥିବାର ଦେଖାଯାଇଥିଲା। ସେ କଟରା ଆଶ୍ରମରେ ‘ତୁ ନେ ମୁଝେ ବୁଲାୟା ଶେରାୱାଲିୟେ’ ଭଜନ ଗାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ।

ଏବେ ଏ ସମ୍ପର୍କିତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ପୂର୍ବରୁ ୨୦୨୪ ଏପ୍ରିଲରେ ମଧ୍ୟ ତାଙ୍କର ରାମଧୂନ ଗାଇବାର ଏକ ଭିଡିଓ ଭାଇରାଲ ହୋଇଥିଲା।

ଫାରୁକ କଟରାର ଏକ ଆଶ୍ରମରେ ଏକ ‘ଭଜନ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପିଲାମାନଙ୍କ ସହିତ ‘ତୁନେ ମୁଝେ ବୁଲାୟା ଶେରାୱାଲିୟେ, ମୈଁ ଆୟା, ମୈଁ ଆୟା ଶେରାୱାଲିୟେ’ ଗାଇଥିଲେ। ଏହି ଅବସରରେ ଭାଷଣ ଦେଇ, ସେ ରୋପେୱ ପ୍ରକଳ୍ପ ବିରୋଧରେ କଟରାର ଲୋକଙ୍କ ସମର୍ଥନ ଜଣାଇଥିଲେ। ସେ କହିଥିଲେ, ଯେଉଁମାନେ ମନ୍ଦିର ପରିଚାଳନା କରୁଛନ୍ତି ସେମାନେ ଏପରି କିଛି କରିବା ଉଚିତ୍‌ ନୁହେଁ, ଯାହା ସ୍ଥାନୀୟ ଲୋକଙ୍କ ସ୍ବାର୍ଥକୁ କ୍ଷତି ପହଞ୍ଚାଏ କିମ୍ବା ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରେ।ସ୍‌
ସେ କହିଥିଲେ, ଲୋକମାନେ ବୁଝିପାରିଛନ୍ତି ଯେ କ୍ଷମତା ସରକାରଙ୍କ ପାଖରେ ନୁହେଁ ବରଂ ଲୋକଙ୍କ ପାଖରେ ଅଛି। ଅବଦୁଲ୍ଲା ଜୋର ଦେଇ କହିଥିଲେ ଯେ ଲୋକଙ୍କ ପାଖରେ ସରକାର ଗଢ଼ିବା କିମ୍ବା ଭାଙ୍ଗିବାର କ୍ଷମତା ଅଛି ଏବଂ ଏବେ ଅଧିକାରୀମାନେ ତାଙ୍କ ପାଖକୁ ରୋପୱେ କେଉଁଠାରେ ନିର୍ମାଣ କରାଯିବା ଉଚିତ ସେ ବିଷୟରେ କଥାବାର୍ତ୍ତା କରିବାକୁ ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଜାହାଜ ସୁରକ୍ଷିତ ଛାଡିବାକୁ ଦୁଇଟି ସର୍ତ୍ତ ରଖିଲା ଇରାନ

ନୂଆଦିଲ୍ଲୀ,୧୬।୩: ଗଲ୍ଫ ଅଞ୍ଚଳରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷିତ ଯାତାୟାତ ପାଇଁ କୂଟନୈତିକ ସ୍ତରରେ ବଡ଼ ଧରଣର ଆଲୋଚନା ଆରମ୍ଭ ହୋଇଛି। ହର୍ମୁଜ…

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। ଚତୁର୍ଥ ଆସନ ପାଇଁ ହୋଇଥିବା କଡ଼ା ମୁକାବିଲାରେ ଭାଜପା…

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri