Categories: ଜାତୀୟ

ଫାରୁକ ଅବଦୁଲ୍ଲା-ମେହବୁବା ସବୁଠାରୁ ବଡ ଦେଶଭକ୍ତ, କହିଲେ ଯଶଓ୍ବନ୍ତ…

ଶ୍ରୀନଗର, ୯।୭ : ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନା ସମର୍ଥନ ସଂଗ୍ରହ ପାଇଁ ଶନିବାର ଜମ୍ମୁ-କଶ୍ମୀରରେ ପହଞ୍ଚଛନ୍ତି। ଗଣମାଧ୍ୟମ ସାମ୍ନାରେ ସିହ୍ନା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ସବୁଠାରୁ ବଡ ଦେଶଭକ୍ତ ବୋଲି କହିଛନ୍ତି। ନ୍ୟାଶନାଲ କନଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ନେତାଙ୍କ ଉପସ୍ଥିତିରେ ସେ ଏଭଳି କହିଛନ୍ତି। ସେ କହିଛନ୍ତି ଏଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ମଧ୍ୟରୁ ଫାରୁକ ସାହେବ, ମେହବୁବା ଜୀଙ୍କଠାରେ ଅଧିକ ଦେଶଭକ୍ତ ଭାବନା ରହିଛି। ଯଦି ଏହି ଲୋକମାନେ ଦେଶପ୍ରେମୀ ନୁହଁନ୍ତି ତେବେ ଦେଶ ପ୍ରତି ଦେଶପ୍ରେମ ଦାବି କରିବାର ଅଧିକାର ଆମର ମଧ୍ୟ ନାହିଁ ନାହିଁ ବୋଲି ସେ କହିଛନ୍ତି।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାପରେ ପରେ ଭାରତରେ ଘୋଷଣା ହୋଇଥିବା ଜାତୀୟ ଶୋକକୁ ଦୃଷ୍ଟିରେ ରଖି ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ପଶ୍ଚିମବଙ୍ଗ ଗସ୍ତକୁ ସ୍ଥଗିତ ରଖିଛନ୍ତି। ତେବେ ଯଶଓ୍ବନ୍ତ ତାଙ୍କର କାଶ୍ମୀର ଗସ୍ତକୁ ବାତିଲ କରି ନାହାନ୍ତି।

ଯଶଓ୍ବନ୍ତ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ କଶ୍ମୀର ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବେ। ସେ କହିଛନ୍ତି, ଯଦି ନିର୍ବାଚିତ ହୁଏ ତେବେ ମୋର ଅନ୍ୟତମ ପ୍ରାଥମିକତା ହେଉଛି କଶ୍ମୀର ସମସ୍ୟାର ସ୍ଥାୟୀ ସମାଧାନ ତଥା ଶାନ୍ତି, ନ୍ୟାୟ, ଗଣତନ୍ତ୍ର, ସ୍ବାଭାବିକତା ଫେରାଇ ଆଣିବା ପାଇଁ ସରକାରଙ୍କର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା।

Share