Categories: ଜାତୀୟ

ଶ୍ରୀନଗରରେ ଫାରୁକ୍‌ ଗୃହବନ୍ଦୀ

ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ସୋମବାର ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ ରଖାଯାଇଛି। ପୁଲ୍‌ଓ୍ବାମା ଆକ୍ରମଣର ତୃତୀୟ ବାର୍ଷିକୀରେ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ବାସଭବନ ବାହାରକୁ ଛଡ଼ାଯାଇ ନାହିଁ। ସେ ଏହାର ଦୃଢ଼ ପ୍ରତିବାଦ ଜଣାଇଛନ୍ତି। ସୋମବାର ଫାରୁକ୍‌ ସଡ଼କ ପଥରେ ଜମ୍ମୁ ଯିବାର କାର୍ଯ୍ୟକ୍ରମ ଥିଲା। ଏ ସମ୍ପର୍କରେ ସେ ପ୍ରଶାସନକୁ ୫ ଦିନ ପୂର୍ବରୁ ଜଣାଇଥିଲେ ମଧ୍ୟ ତାଙ୍କୁ ଘରୁ ବାହାରିବାକୁ ଦିଆଗଲା ନାହିଁ। ଅପରାହ୍ନରେ ସେ କିଛି ବାଟ ଚାଲି ଚାଲି ଯାଇଥିଲେ ହେଁ ପୋଲିସ ଗାଡ଼ିରେ ତାଙ୍କୁ ନେଇ ଘରେ ଛାଡ଼ିଦିଆଯାଇଥିଲା।

Share