Categories: ଜାତୀୟ

ରାହୁଲ ଗାନ୍ଧୀଙ୍କୁ ଶଙ୍କରାଚାର୍ଯ୍ୟଙ୍କ ସହ ତୁଳନା କଲେ ଫାରୁକ ଅବଦୁଲ୍ଲା

ଶ୍ରୀନଗର,୨୦।୧: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ‘ଭାରତ ଯୋଡୋ ଯାତ୍ରା’ ଜମ୍ମୁରେ ପ୍ରବେଶ କରିଛି। ଏହି ଅବସରରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଶଙ୍କରାଚାର୍ଯ୍ୟଙ୍କ ପରେ ରାହୁଲ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି, ଯେକି ଏଭଳି ଯାତ୍ରା ଆରମ୍ଭ କରିଛନ୍ତି।
ଫାରୁକ ଅବଦୁଲ୍ଲା କହିଛନ୍ତି, ଶତାବ୍ଦୀ ପୂର୍ବରୁ ଶଙ୍କରାଚାର୍ଯ୍ୟ ଏଠାକୁ ଆସିଥିଲେ। ସେତେବେଳେ ଏଠାରେ ରାସ୍ତା ନ ଥିବା ବେଳେ ଖାଲି ଜଙ୍ଗଲ ଥିଲା। ସେ କନ୍ୟାକୁମାରୀରୁ ଚାଲି ଚାଲି କଶ୍ମୀର ଯାଇଥିଲେ। ରାହୁଲ ଗାନ୍ଧୀ ହେଉଛନ୍ତି ଦ୍ୱିତୀୟ ବ୍ୟକ୍ତି ଯିଏ ସମାନ ସ୍ଥାନରୁ କଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା ଆରମ୍ଭ କରିଛନ୍ତି।
ଏହି ଯାତ୍ରାର ଉଦ୍ଦେଶ୍ୟ ଦେଶକୁ ଘୃଣା ବିରୁଦ୍ଧରେ ଏକଜୁଟ କରିବା। ଏହା ହେଉଛି ଗାନ୍ଧୀ ଏବଂ ରାମର ଦେଶ, ଯେଉଁଠାରେ ଆମେ ସମସ୍ତେ ଏକ। ଲକ୍ଷ୍ୟ ହେଉଛି ଭାରତକୁ ଏକଜୁଟ କରିବା। ଭାରତରେ ଘୃଣା ସୃଷ୍ଟି ହେଉଛି ଏବଂ ପରସ୍ପର ଧର୍ମକୁ ନେଇ ପ୍ରତିବାଦ କରାଯାଉଛି। ଗାନ୍ଧୀ ଏବଂ ରାମଙ୍କର ଭାରତ ଏକ ଥିଲା ଯେଉଁଠାରେ ଆମେ ସମସ୍ତେ ଏକ ହୋଇଥିଲୁ। ଏହି ଯାତ୍ରା ଭାରତକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି। ଏହାର ଶତ୍ରୁମାନେ ଭାରତ, ମାନବିକତା ଏବଂ ଲୋକଙ୍କ ଶତ୍ରୁ ବୋଲି ଅବଦୁଲ୍ଲା କହିଛନ୍ତି।

Share