Categories: ଜାତୀୟ

ପୁଣିଥରେ ନ୍ୟାଶନାଲ କଫ୍ରେନ୍ସର ଅଧ୍ୟକ୍ଷ ହେଲେ ଫାରୁକ ଅବଦୁଲ୍ଲା

ଶୀନଗର,୫ ।୧୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ଫାରୁକ ଅବଦୁଲ୍ଲା ପୁଣିଥରେ ନ୍ୟାଶନଲ କଫ୍ରେନ୍ସର(ଏନସି)ର ଅଧ୍ୟକ୍ଷ ହୋଇଛନ୍ତି । ଅଧ୍ୟକ୍ଷ ପଦ ପାଇଁ ଆଉ କେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିଲେ । କେବଳ ଫାରୁକ ଅବଦୁଲ୍ଲା ହିଁ ନାମାଙ୍କନ ଦାଖଲ କରିଥିଲେ ଓ ସମସ୍ତ ପ୍ରତିନିଧି ତାଙ୍କୁ ସମର୍ଥନ ଜଣାଇଥିଲେ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ଦଳର ଅନ୍ୟ ବରିଷ୍ଠ ନେତାମାନେ ଫାରୁକ ଅବଦୁଲ୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଓମାର କହିଛନ୍ତି ଫାରୁକ ସାହେବ ଆମ ସମସ୍ତଙ୍କୁ ଝଟକା ଦେଇଥିଲେ, ଯେତେବେଳେ ଏକ ମିଟିଂରେ ସେ ଅଧ୍ୟକ୍ଷ ପଦ ଛାଡିବାକୁ ଘୋଷଣା କରିଥିଲେ । ପାର୍ଟି ତାଙ୍କୁ ଦଳର ନେତୃତ୍ୱ ଛାଡିବାକୁ ଅନୁମତି ଦେଇ ନ ଥାଆନ୍ତା । ମୁଁ ତାଙ୍କୁ ଏହା ସ୍ୱୀକାର କରିନେବାକୁ ବୁଝାଇଥିଲି ଓ ସେ ରାଜି ହୋଇ ଯାଇଥିଲେ । ଆଉ କେହି ଦଳର ଅଧ୍ୟକ୍ଷ ହେବେ ନାହିଁ ଓ ଆମେ ଆପଣଙ୍କୁ ଭରସା ଦେଉଛୁ ଆପଣ ଦ୍ୱିତୀୟଥର ନିର୍ବାଚିତ ହେବା ପରେ ଆମେ ଆପଣଙ୍କ ମିଶନକୁ ଆଗକୁ ବଢାଇବୁ ।

Share