ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କର: ଚାଷୀଙ୍କୁ ଆହ୍ବାନ ଦେଲେ ମନ୍ତ୍ରୀ

ଭଞ୍ଜନଗର,୨୦।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ସୋମବାର ଅକ୍ଷୟ ତୃତୀୟା ଅବସରରେ ଜିଲାସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏଥିରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷ କାର୍ଯ୍ୟ କରିବା ପରେ ଅକ୍ଷିମୁଠି ଅନୁକୂଳ କରିଥିଲେ। ଏହାପରେ ସେଠାରେ ଆୟୋଜିତ ସଭାରେ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ଦେଖି ଚାଷ କାର୍ଯ୍ୟ କରିବାକୁ ଉପସ୍ଥିତ ଚାଷୀମାନଙ୍କୁ ଆହ୍ବାନ କରିଥିଲେ। ଏଥିସହ ବୈଜ୍ଞାନିକଙ୍କ ପରାମର୍ଶ ଅନୁସାରେ ଚାଷ କାର୍ଯ୍ୟ କଲେ ଚାଷୀମାନେ ଲାଭବାନ ହେବେ। ସରକାର କୃଷକମାନଙ୍କ ଉନ୍ନତି ପାଇଁ ଅନେକ ଯୋଜନା କାର୍ଯ୍ୟକାରି କରିଛନ୍ତି। ତାହାର ସୁଫଳ ନେବାକୁ ମନ୍ତ୍ରୀ ଜେନା ଉପସ୍ଥିତ ଚାଷୀଙ୍କୁ ଆହ୍ବାନ କରିଥିଲେ। ଗଞ୍ଜାମ ଜିଲାପାଳ ଭି.କିର୍ତ୍ତୀ ଭାସନ ବୈଠକରେ ଅଧ୍ୟକ୍ଷତା କରି ଜିଲା ପ୍ରସାଶନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ କହିଥିଲେ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧକ୍ଷ ନୀଳମାଧବ ପାତ୍ର,ଉପଜିଲାପାଳ ଉମାଶଙ୍କର ବେହେରା,ଗଞ୍ଜାମ ଜିଲା ମୁଖ୍ୟ କୃଷି ଅଧିକାରୀ ଅଜୟ କୁମାର କର, ଭଞ୍ଜନଗର ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ,କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ସୁତୁନୁ କୁମାର ଶତପଥି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଇତିଶ୍ରୀ ପ୍ରଧାନ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ନିଳାଞ୍ଚଳ ଖିଲାର, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ଭାଜପା ନେତା ରାଜୁ ପ୍ରଧାନ, ସୁବାଷ ବରାଡ, ମାନସ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ବୈଜ୍ଞାନିକ ଡ ସନ୍ତୋଷ ସାମନ୍ତରାୟ, ଡ. ସିଦ୍ଧାର୍ଥ ରଣବିଜୁଲି, ଅନିତା ପାତ୍ର, ଦିବ୍ୟାନାଥ , ବ୍ଲକ କୃଷି ଅଧିକାରୀ ସେନାପତି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

 

Share