ଧାନ ପରେ ମୁଗ, ବିରି ଫସଲ ନଷ୍ଟ: ଚିନ୍ତାରେ ଚାଷୀ

ବେଲଗୁଣ୍ଠା,୩।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଧାନ ଚାଷ ଉପରେ ନିର୍ଭର କରୁଥିବା ବେଲଗୁଣ୍ଠା ଅଞ୍ଚଳର ଚାଷୀମାନଙ୍କୁ ପୁଣି ଥରେ ପଡ଼ିଛି ଏକ ପ୍ରହାର ଯାହା ଫଳରେ ଭାଙ୍ଗିଯାଇଛି ବାସ୍ତବରେ ଚାଷୀର ମେରୁଦଣ୍ଡ। ଚାଷୀମାନେ ଧାନ ଚାଷରେ ବିଶେଷ ଲାଭ ନହେବା ଯୋଗୁ ମୁଗ କିମ୍ବା ବିରି ଭଳି ଡାଲି ଜାତୀୟ ଫସଲରେ ଯେଉଁ ଲାଭାଂଶ ଆସେ ତାହା ଦୁଃଖ କଷ୍ଟରେ ଚାଷୀ ପରିବାରକୁ ଗୁଜୁରାଣ ମେଣ୍ଟାଇଥାଏ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ପାଣିପାଗ ଧାନ ଚାଷକୁ କ୍ଷତି କରିବା ସହିତ ଯେଉଁ ଆଶା ଟିକକ ଥିଲା ଡାଲି ଜାତୀୟ ଫସଲରେ ସାମାନ୍ୟତମ ଲାଭ ପାଇବା ପରିବାରକୁ ଗୁଜୁରାଣ ମେଣ୍ଟାଇବା ପାଇଁ ତାହା ମଧ୍ୟ ଧୂଳିସାତ ହୋଇଛି। ଚାଷୀ ପାଇଁ ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ। ବର୍ତ୍ତମାନ ସ୍ଥିତିରେ ବେଲଗୁଣ୍ଠା ନିକଟସ୍ଥ ବିଭିନ୍ନ ଅଞ୍ଚଳରେ ଚାଷୀ ମୁଗ ଏବଂ ବିରି ପରିବର୍ତ୍ତିତ ପାଣିପାଗ ପାଇଁ କିଛି ଫସଲ ହଳଦିଆ ହୋଇ ମରି ଗଲାଣି ତ ଆଉ କିଛି ପଚିସଢ଼ି ଗଲାଣି। ଫଳରେ ଡାଲି ଜାତୀୟ ଫସଲରେ କ୍ଷତି ସମ୍ଭାବନା ତିଆରି ହୋଇଛି। ଆଉ ଯଦି ଏହା ହୁଏ ତା’ହେଲେ ଚାଷୀ କୁଳ ଏଥିରେ ବହୁମାତ୍ରାରେ ପ୍ରଭାବିତ ହେବେ। ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘର ପ୍ରବକ୍ତା ସ୍ବସ୍ତିକ ସୁନ୍ଦର ଅତ୍ୟନ୍ତ କ୍ଷୋଭର ସହକାରେ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନକୁ ଏହା ଉପରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଛନ୍ତି। ଏବଂ ଯଥାଶୀଘ୍ର ପଦେକ୍ଷପ ନେବାକୁ ଅଞ୍ଚଳରେ ଦାବି ଉଠିଛି। ନହେଲେ ଆଗାମୀ ଦିନରେ ଚାଷୀମାନେ ନିଜ ଅଧିକାର ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ରାଜ୍ୟ
ସଭାପତି ସଚିନ ମହାପାତ୍ର କହିଛନ୍ତି।