Posted inଭଦ୍ରକ

ନିଅଣ୍ଟିଆ ବର୍ଷା ଯୋଗୁ ଚିନ୍ତାରେ ଚାଷୀ

ଭଦ୍ରକ ଅଫିସ, ୪ା୭: ନିଅଣ୍ଟିଆ ବର୍ଷା ଯୋଗୁ ଭଦ୍ରକ ଜିଲାର ବିଭିନ୍ନ ଅଞ୍ଚଳରେ ଚାଷଜମି ଶୁଖିଲା ପଡ଼ିଛି। ଜୁଲାଇ ବେଳକୁ ଜମିରେ ଧାନ ତଳି ପକା କାର୍ଯ୍ୟ ସରି ରୁଆ ଆରମ୍ଭ ହେବା କଥା। କିନ୍ତୁ ପାଣି ଅଭାବରୁ ଚାଷଜମି ଗୋରୁଙ୍କ ଚାରଣ ଭୂମି ପାଲଟିଛି। ଏପଟେ ଚାଷୀମାନେ ବିଳମ୍ବିତ ମୌସୁମୀ ବର୍ଷାକୁ ନେଇ ଚିନ୍ତାରେ ଅଛନ୍ତି। ବିଳମ୍ବରେ ଚାଷ ଆରମ୍ଭ ହେଲେ ଅମଳ କମିବା ଆଶଙ୍କା ସହ ରୋଗ ପୋକ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି। ଜୁନ୍‌ ୨ୟ ସପ୍ତାହରେ ମୌସୁମୀ ବର୍ଷା ଓଡ଼ିଶାେରେ ପହଞ୍ଚିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇବା ପରେ ସଅଳ ତଳି ପକାଇ ରୁଆ ଆରମ୍ଭ ହୋଇଯିବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। ସାଧାରଣତଃ ରଜ ପରେ ଅର୍ଥାତ୍‌ ଜୁନ୍‌ ୩ୟ ସପ୍ତାହରେ ତଳିପକା କାମ ଆରମ୍ଭ ହୁଏ। କିନ୍ତୁ ଚଳିତବର୍ଷ ଜୁନ୍‌ ମାସରେ ସ୍ବାଭାବିକଠାରୁ କମ୍‌ ବର୍ଷା ହୋଇଥିବାରୁ ଏପର୍ଯ୍ୟନ୍ତ ତଳି ପଡ଼ି ପାରିନାହିଁ। କେବେ ବିଲରେ ପାଣି ହେବ ତଳି ପଡ଼ିବ ସେ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି ଚାଷୀ। ଅପରପକ୍ଷେ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ଜମିରେ ଅନାବନା ଘାସ ବୃଦ୍ଧି ପାଉଥିବାରୁ ଘାସ ଦମନ ଚାଷୀଙ୍କ ଚିନ୍ତା ବଢ଼ାଇଛି।
ମୁଖ୍ୟ କୃଷି ଅଧିକାରୀ ଉଦିତ୍‌ କୁମାର ରାୟଙ୍କ ସୂଚନା ଅନୁଯାୟୀ, ଜିଲାରେ ଚଳିତବର୍ଷ ୧ ଲକ୍ଷ ୭୪ ହଜାର ୬୩ ହେକ୍ଟର ଜମିରେ ଚାଷ କରାଯିବା ପାଇଁ ଲକ୍ଷ୍ୟ ରହିଛି। ସେଥିମଧ୍ୟରୁ ୧ ଲକ୍ଷ ୬୧ ହଜାର ୫ଶହ ହେକ୍ଟର ଜମିରେ ଧାନ ଓ ୧୨ ହଜାର ୫୬୩ ହେକ୍ଟର ଜମିରେ ଅଣଧାନ ଚାଷ କରାଯିବ। ବର୍ତ୍ତମାନ ସୁଦ୍ଧା ସେଥିମଧ୍ୟରୁ ୧୭ ହଜାର ୫୮୨ ହେକ୍ଟର ଜମିରେ ଧାନ ବୁଣା ହୋଇଛି। ୧୮୨୮ ହେକ୍ଟର ଜମିରେ ତଳିପକା ହୋଇଥିବା ବେଳେ ସେଥିମଧ୍ୟରୁ ୧୩୮୩ ହେକ୍ଟର ଜମିରେ ଖରାଟିଆ ତଳି ଓ ୪୪୫ ହେକ୍ଟର ଜମିରେ ଆର୍ଦ୍ର ତଳି ପକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri