ଅଭାବୀ ବର୍ଷାକୁ ନେଇ ଚିନ୍ତାରେ ଚାଷୀ

ଚମ୍ପୁଆ, ୧୩।୭(ଡି.ଏନ.ଏ.) – କେନ୍ଦୁଝର ଜିଲା ଚମ୍ପୁଆ କୃଷି ଜିଲାର ଚଳିତବର୍ଷ ସ୍ବଳ୍ପ ବୃଷ୍ଟିପାତକୁ ନେଇ ଧାନ ଚାଷୀଙ୍କ ଚିନ୍ତା ବଢିବାରେ ଲାଗିଛି। ସ୍ବାଭାବିକ ବର୍ଷାକୁ ଅପେକ୍ଷା କରି ବୁଣା ଜମି ଗୁଡିକ ପଡ଼ିଆ ପଡ଼ିଥିବା ବେଳେ ଚାଷୀ ଚଳିତ ମାସ ବର୍ଷାକୁ ଆଖି ଆଗରେ ରଖି ଧାନ ତଳି ଦେଇ ରୁଆ ଉପରେ ଗୁରୁତ୍ୱାରୋପ କରୁଥିବା ଦେଖିବାକୁ ମିଳିଛି। କେଉଁଠି ଚାଷୀ ପାରମ୍ପାରିକ ବିହନ ବ୍ୟବହାର କରୁଛନ୍ତି ତ କେଉଁଠି ଚାଷୀ ଅଧିକ ଅମଳକ୍ଷମ ଧାନ ବିହନ ବ୍ୟବହାର କରୁଛନ୍ତି। ଜୁନ ମାସରେ ସାଧାରଣତଃ ୨୪୧.୪ ମିଲିମିଟର ବର୍ଷା ଜଳ ଚାଷ ପାଇଁ ଆବଶ୍ୟକ ରହିଥିବା ବେଳେ ଗତ ୨୦୨୧ ମସିହା ଜୁନ ମାସରେ ୧୭୮.୧ ମିଲିମିଟର ବର୍ଷା ହୋଇଥିଲା ବେଳେ ଚଳିତ ବର୍ଷ ୧୩୩.୬ ମିଲିମିଟର ବର୍ଷା ହୋଇଥିଲା। ସେହିପରି ଜୁଲାଇ ମାସରେ ୩୧୮ ମିଲିମିଟର ବର୍ଷାର ଆବଶ୍ୟକ ଥିବା ବେଳେ ୨୦୨୧ ମସିହା ଜୁଲାଇ ମାସରେ ୨୬୯.୮ ମିଲିମିଟର ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୨୬.୧ ମିଲିମିଟର ବର୍ଷା ବର୍ତ୍ତମାନ ସୁଦ୍ଧା ହୋଇଛି। ମାତ୍ର ମାସ ପୁରିବାକୁ ଆଉ ଅଳ୍ପ ଦିନ ବାକି ରହିଥିବା ବେଳେ ଆବଶ୍ୟକ ବର୍ଷା ସମ୍ଭାବନା ନେଇ ଚାଷୀ ଚାଷ କାମ ଆଗେଇବାରେ ଲାଗିଛି। ବର୍ତ୍ତମାନ ଚାଷୀମାନେ ନିଜ ନିଜ ଜମିରେ ଧାନ ତଳି ଦେଇଥିଲେ ମଧ୍ୟ ଆବଶ୍ୟକ ବର୍ଷା ପାଇପାରି ନାହାନ୍ତି। ଫଳରେ ରୋଇବା ପାଇଁ ଜମି ପ୍ରସ୍ତୁତ ହୋଇପାରୁ ନାହିଁ। ଏ ନେଇ ଜିଲା କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କୁ କହିଛନ୍ତି, ଜୁନ ମାସରେ ବର୍ଷାର ପରିମାଣ କମ ରହିଥିଲା ମାତ୍ର ଜୁଲାଇ ମାସ ବର୍ତ୍ତମାନ ସୁଦ୍ଧା ହୋଇଥିବା ବର୍ଷାର ପରିମାଣ ଦେଖିଲେ ଆଉ ୧୮ ଦିନ ଭିତରେ ସ୍ବାଭାବିକ ବର୍ଷା ଅନୁମାନ କରାଯାଉଛି। ଏହି ବର୍ଷା ହେଲେ ଚାଷ କାର୍ଯ୍ୟ ବହୁ ପରିମାଣରେ ଆଗେଇ ପାରିବ ବୋଲି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri