ଧାନ କିଣା ବନ୍ଦ, ଟୋକନ ଧରି ଚିନ୍ତାରେ ଚାଷୀ

କେନ୍ଦୁଝର, ୨୪।୨ (ସ୍ବ.ପ୍ର.):  କେନ୍ଦୁଝର ଜିଲା ତେଲକୋଇ ବ୍ଲକରେ ଧାନ ବିକିବା ପାଇଁ ଅପେକ୍ଷା କରିଥିବା ଚାଷୀମାନେ ମଣ୍ଡିରେ ଧାନ କିଣା ବନ୍ଦ ଯୋଗୁ ଚିନ୍ତାରେ ରହିଛନ୍ତି। ମଣ୍ଡିରେ ଧାନ କିଣା ଲକ୍ଷ୍ୟ ଧାର୍ଯ୍ୟ ସରିଯାଇଥିବାରୁ ୩୬ ଚାଷୀ ବିକି ପାରିନାହାନ୍ତି। ସେହିପରି ଅନେକ ଚାଷୀଙ୍କ ଟୋକନ ଅବଧି ସରିଯାଇଛି। ଟୋକନ ଅବଧି ବୃଦ୍ଧି ବା ପୁନଃ ପଞ୍ଜୀକରଣ କରିବାକୁ ସୁବିଧା ଦାବିରେ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ଧାରଣାରେ ବସିଛନ୍ତି ା
ଏଭଳି ଧାନ କିଣା ବନ୍ଦ ଯୋଗୁ ବହୁ ଚାଷୀ ଧାନ ବିକି ପାରୁ ନ ଥିବାବେଳେ ସେମାନଙ୍କ ଟୋକନ ଅବଧି ସରିଯାଉଛି। ଫଳରେ ଅନେକ ବେପାରୀଙ୍କୁ କମ୍‌ ଦାମରେ ଧାନ ବିକିବାକୁ ବାଧ୍ୟ ହେବେ ଏବଂ ଏନେଇ ଅଭାବୀ ଧାନ ବିକ୍ରି ସମସ୍ୟା ସୃଷ୍ଟି ହେବା ଆଶଙ୍କା ଥିବାରୁ ତୁରନ୍ତ ପଦକ୍ଷେପ ନେବାକୁ ସାହାରପଡ଼ାରୁ କୃଷକ ନେତା କୃପାଚାର୍ଯ୍ୟ ମହାନ୍ତ କହିଛନ୍ତି ା
ପ୍ରକାଶ ଯେ, ଜିଲା ପାଇଁ ୧୬ ଲକ୍ଷ ୫୦ହଜାର ଧାନ କ୍ରୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିମଧ୍ୟରୁ ୧୬ ଲକ୍ଷ ୪୦ହଜାର କୁଇଣ୍ଟାଲ ଧାନ ମିଲରମାନେ କ୍ରୟ କରିଛନ୍ତି। ବହୁ ଧାନ ବସ୍ତା ଏବେ ମଧ୍ୟ ଖରାରେ ମଣ୍ଡି ବାହାରେ ଖୋଲା ସ୍ଥାନରେ ପଡିରହିଛି। ତେବେ ଅନେକ ମଣ୍ଡିରେ ଧାନ କିଣା ସରିଥିବାବେଳେ ଉକ୍ତ ମଣ୍ଡି ଅଧୀନରେ ଥିବା ଚାଷୀମାନେ ଟୋକନ ଥାଇ ମଧ୍ୟ ଧାନ ବିକ୍ରି କରି ପାରୁନାହାନ୍ତି। ଟାର୍ଗେଟ ସରିଯାଇଥିବାରୁ ମଣ୍ଡିକୁ ଆସି ବହୁ ଚାଷୀ ଧାନ ବିକ୍ରି କରି ନ ପାରି ନିରାଶ ହେଉଛନ୍ତି। ଅନେକ ମଣ୍ଡି ଆଗରେ ଏବଂ ଚାଷୀଙ୍କ ଖଳାରେ ଧାନ ଜମା ହୋଇ ରହିଥିବାବେଳେ ଆଗକୁ ଅଦିନିଆ ବର୍ଷା ଆସିଲେ କ’ଣ କରିବେ ସେ ଚିନ୍ତାରେ ରହିଛନ୍ତି। ଅନ୍ୟପକ୍ଷରେ ଜିଲା ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ୪ଲକ୍ଷ ୭୦ ହଜାର କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଅନୁମତି ଲୋଡିଛନ୍ତି। ଧାନ କିଣା ଅନୁମତି ମିଳିଲେ ପୁଣି ଧାନ କ୍ରୟ ହେବ। କିନ୍ତୁ ଇତିମଧ୍ୟରେ ଯେଉଁମାନଙ୍କର ଟୋକନ ଅବଧି ଶେଷ ହୋଇଯାଇଛି ସେମାନେ ଧାନ ବିକିପାରିବେ ନାହିଁ। ସରକାର ଚାଷୀଙ୍କ ସ୍ବାର୍ଥକୁ ଦେଖି ପଦକ୍ଷେପ ନେବାକୁ ଦାବି ହୋଇଛି। ଏନେଇ ଡିଆର୍‌ସିଏସ୍‌ (ଡେପୁଟି ରେଜିଷ୍ଟ୍ରାର କୋ ଅପରେଟିଭ ସୋସାଇଟି) ଶୁଭ୍ରକାନ୍ତି ଟୁଗି କହିଛନ୍ତି, ସରକାରଙ୍କଠାରୁ ଅନୁମତି ମିଳିଲେ ଧାନ କିଣାଯିବ। ତେବେ ଟୋକନ ଅବଧି ଥିଲେ ମଧ୍ୟ ମଣ୍ଡିରେ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇଥିଲେ ଚାଷୀଙ୍କଠାରୁ ଆଉ ଧାନ କିଣିପାରିବେ ନାହିଁ। ପୁଣି ଲକ୍ଷ୍ୟ ଧାର୍ଯ୍ୟ ଆସିଲେ କିଣାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri