ଏଫ୍‌ଏକ୍ୟୁ ମାନର ଧାନ କିଣାକୁ ନେଇ ଚିନ୍ତାରେ ଚାଷୀ, ମିଲର

ରାୟଗଡ଼ା,୨୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଧାନମଣ୍ଡି ଆରମ୍ଭ ହୋଇ ୧୦ ଦିନ ବିତିଯାଇଥିଲେ ମଧ୍ୟ ସରକାର ଓ ମିଲରଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ଯୋଗୁ ଧାନ ବିକ୍ରି କରିପାରୁନାହାନ୍ତି ଚାଷୀ। ଅନ୍ୟପଟେ ଦାଉ ସାଧୁଛି ଅଦିନିଆ ବର୍ଷା। ଗତ ୨ ଦିନ ହେଲା ବର୍ଷା ଯୋଗୁ ବର୍ଷକର ଉତ୍ପାଦିତ ଫସଲ ପାଣିରେ ଓଦା ହୋଇ ନଷ୍ଟହେବାକୁ ବସିଲାଣି। ସେପଟେ ଖଳାରେ ପାଣି ଜମି ରହିଥିବାରୁ ଚାଷୀ ବାଧ୍ୟ ହୋଇ ଓଦା ଧାନକୁ ରାସ୍ତା ଉପରେ ପକାଇ ଶୁଖାଇବାକୁ ଚେଷ୍ଟା କରୁଛନ୍ତି। ଜିଲାରେ ଧାନ ସଂରକ୍ଷଣ ବ୍ୟବସ୍ଥା ନ ଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଥିବା ଚାଷୀ ଅଭିଯୋଗ କରିଛନ୍ତି। ଅପରପକ୍ଷରେ ଏଫ୍‌ଏକ୍ୟୁ ମାନର ଧାନକୁ ନେଇ ଚିନ୍ତାରେ ଚାଷୀ ଓ ମିଲର। ଚାଷୀ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବାକୁ ସରକାର ପକ୍ଷରୁ କୁହାଯାଇଛି। ତେବେ ଜିଲାର ସମସ୍ତ ଚାଷୀ କ’ଣ ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବେ କି ବୋଲି ମିଲର୍ସମାନେ ପ୍ରଶ୍ନ କରୁଛନ୍ତି। ସେପଟେ ଚାଷୀ ଏଫ୍‌ଏକ୍ୟୁ ମାନର ଧାନ ଦେଲେ ସେହି ଧାନ ମିଲିଂକରି ଚାଉଳ ଦେବେ ବୋଲି କହି ୨୦ଜଣ ବଡ ମିଲର ଚୁକ୍ତି କରିନାହାନ୍ତି। ଯେଉଁ ମିଲର ଚୁକ୍ତି କରିଛନ୍ତି ସେମାନେ ମଧ୍ୟ ବର୍ତ୍ତମାନ ସନ୍ଦେହ ଭିତରେ ଅଛନ୍ତି। ଏଫ୍‌ଏକ୍ୟୁ ମାନର ଧାନ ମଣ୍ଡିକୁ ନ ଆସିଲେ ସେମାନେ କିଭଳି ଚାଉଳ ପ୍ରଦାନ କରିବେ।
ଜିଲାରେ ଚଳିତବର୍ଷ ୯ ଲକ୍ଷ ୪୩ ହଜାର ୭୦୧କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି। ସମଗ୍ର ଜିଲାରେ ୧୩ଟି ଲ୍ୟାମ୍ପ୍‌ସ ଓ ଗୋଟିଏ ଏମ୍‌ପିସିଏସ୍‌ ଧାନ ସଂଗ୍ରହ ପାଇଁ ସରକାରଙ୍କ ଅନୁମତି ପାଇଛନ୍ତି। ୪୩ଟି ମଣ୍ଡିରେ ଏହି ଧାନ କିଣିବା ନିମନ୍ତେ ନିଷ୍ପତ୍ତି ହୋଇଛି। କିନ୍ତୁ ବିଡମ୍ବନାର ବିଷୟ ମାତ୍ର ୯ଟି ମଣ୍ଡିରେ ହିଁ ଗତ ୧୦ ଦିନ ମଧ୍ୟରେ ଧାନ କିଣା ହୋଇଛି। ୨୦ ହଜାର ୫୦୪ ଜଣ ଚାଷୀ ଧାନ ବିକ୍ରି ପାଇଁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ମାତ୍ର ୧୦୯ ଜଣ ଚାଷୀଙ୍କଠାରୁ ଆଜି ସୁଦ୍ଧା ମାତ୍ର ୬ ହଜାର ୪୦୨ କେଜି ଧାନ କିଣାଯାଇଛି। ତେବେ ସରକାରଙ୍କ ଟାଳଟୁଳ ନୀତିକୁ ବିରୋଧ କରି ମିଲର ସହଯୋଗ କରୁ ନ ଥିବା ଅଭିଯୋଗ ହେଉଛି। ମିଲରମାନେ ବିଭିନ୍ନ ଦାବି ସମ୍ପର୍କରେ ସରକାରଙ୍କୁ ପୂର୍ବରୁ ଅବଗତ କରାଇଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ସେମାନେ ଧାନ କିଣାରେ ଅସହଯୋଗ ଜାରି ରଖିଥିବା କହିଛନ୍ତି। ଯୋଗାଣ ବିଭାଗ ମଧ୍ୟ ଡିସେମ୍ବର ପ୍ରଥମ ସପ୍ତାହରେ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରିଲା ନାହିଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି। ତେବେ କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ସରକାରଙ୍କ ଧାନ ସଂଗ୍ରହ ନୀତିକୁ ନିନ୍ଦା କରିଛନ୍ତି। ଏଫ୍‌ଏକ୍ୟୁ ମାନର ଧାନ ଉତ୍ପାଦନ ଭଳି ବିହନ କୃଷି ବିଭାଗ ପ୍ରଦାନ କରିଥିଲା କି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ସ୍ପଷ୍ଟୀକରଣ ଦେବାକୁ ସେ ଦାବି କରିଛନ୍ତି। ଏହିସବୁ ଦ୍ୱନ୍ଦ୍ୱ ଭିତରେ ଧାନ ସଂଗ୍ରହ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ଦାଶରଥୀ ସୋରେନଙ୍କୁ ପଚାରିବାରୁ ବର୍ଷା କାରଣରୁ ଧାନ ସଂଗ୍ରହ ବିଳମ୍ବ ହୋଇଥିଲା। ଏବେ ମିଲରମାନେ ସମସ୍ତ ଧାନ ଗ୍ରହଣ କରିବେ ଓ ଚାଷୀ ମଧ୍ୟ ନିଜର ଧାନ ବିକ୍ରି କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri