ଏଣିକି ମୋବାଇଲରେ ଚାଷୀ ପାଇବେ ପାଣିପାଗ ସୂଚନା: ଆଇଏମ୍‌ଡି ଆଣୁଛି ଏଆଇ ସର୍ଭିସ୍‌ ‘ମୌସମ୍‌ ଜିପିଟି’

ନୂଆଦିଲ୍ଲୀ,୩୦ା୫:ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଖୁବ୍‌ଶୀଘ୍ର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଚାଳିତ ଏକ ଆପ୍‌ ଲଞ୍ଚ କରାଯିବ। ‘ମୌସମ୍‌ ଜିପିଟି’ ନାମକ ଏହି ଆପ୍‌ ଜରିଆରେ ସ୍ଥାନୀୟ ପାଣିପାଗ ସମ୍ପର୍କିତ ସୂଚନା ଆଞ୍ଚଳିକ ଭାଷାରେ ଯୋଗାଇ ଦିଆଯିବ। ଉକ୍ତ ସୂଚନା ଉଭୟ ଟେକ୍ଟ ଓ ଅଡିଓ ଫର୍ମାଟରେ ଆସିବ। ଏହାଦ୍ୱାରା କୃଷକମାନେ ନିଜ ମୋବାଇଲ ଫୋନ୍‌ରେ ଆପ୍‌ ଇନ୍‌ଷ୍ଟଲ କରି ପାଣିପାଗ ସମ୍ପର୍କିତ ସୂଚନା ମାତ୍ର ୨ କିମ୍ବା ୩ଟି ବଟନ୍‌ ଦବାଇ ପାଇପାରିବେ। ଏହା ଆସନ୍ତା ୬ ମାସ ଭିତରେ ଉଭୟ ସ୍ମାର୍ଟ ଫୋନ୍‌ ଓ ବେସିକ୍‌ ଫିଚର ଫୋନ୍‌ରେ ଉପଲବ୍ଧ ହେବ ବୋଲି ବୁଧବାର ଭୂବିଜ୍ଞାନ ସଚିବ ଏମ୍‌. ରବିଚନ୍ଦ୍ର ସୂଚନା ଦେଇଛନ୍ତି।
ଆଇଏମ୍‌ଡିରୁ ମୋବାଇଲ୍‌ ଆପ୍‌ ମୌସମ ଜିପିଟିରେ ପାଣିପାଗ ସମ୍ପର୍କିତ ସୂଚନା ପାଇବା ଦ୍ୱାରା କୃଷକମାନେ ବିହନ ବୁଣାଠାରୁ ନେଇ ଫସଲ ଅମଳ ପର୍ଯ୍ୟନ୍ତ ଲାଭାନ୍ବିତ ହେବେ। ବିଶେଷକରି ଗ୍ରାମାଞ୍ଚଳର ଲୋକେ ଏଥିରୁ ଅନେକ ସୁବିଧା ପାଇପାରିବେ। ବର୍ଷା ହେବ କି ନାହିଁ ସେନେଇ ଯାତ୍ରୀମାନେ ମଧ୍ୟ ଆଡ୍‌ଭାଇଜରି ପାଇବେ ଏବଂ ନିଜ ଯୋଜନା ଓ ସୁରକ୍ଷାରେ ଉନ୍ନତି ଆଣିପାରିବେ।

ଭାରତରେ ମୋଟ ୧୪୫ ନିୟୁତ ଚାଷୀ ରହିଛନ୍ତି। ଜମି ମାଲିକ ଚାଷୀଙ୍କ ସଂଖ୍ୟା ପ୍ରାୟ ୮୬ ନିୟୁତ ବୋଲି ସଦ୍ୟ କୃଷି ସେନ୍‌ସସ ଡେଟାରୁ ଜଣାପଡ଼ିଛି। ରବିଚନ୍ଦ୍ର ଆହୁରି କହିଛନ୍ତି, ଏହାବ୍ୟତୀତ ଆଇଏମ୍‌ଡି ୨ଟି ବହୁବିଷୟକ ସାମୁଦ୍ରିକ ଗବେଷଣା ଜାହାଜ କିଣିବାକୁ ଯାଉଛି। ପ୍ରତ୍ୟେକ ଜାହାଜର ମୂଲ୍ୟ ୧,୦୦୦ କୋଟି ଟଙ୍କା ରହିବ। ଏଥିସହ ବର୍ତ୍ତମାନର ମୈତ୍ରି ବେସ୍‌ ନିକଟରେ ୨୦୨୯ ସୁଦ୍ଧା ଏକ ନୂଆ ଆଣ୍ଟାର୍କଟିକ୍‌ ରିସର୍ଚ୍ଚ ସେଣ୍ଟର ‘ମୈତ୍ରି-୨’ ମଧ୍ୟ ପ୍ରତିଷ୍ଠା କରାଯିବ। ଏଥିରେ ୨,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ।

ମନ୍‌ସୁନ୍‌ ଜିପିଟି
ମୌସମ୍‌ ଜିପିଟିର ଆର୍ଲି ଭର୍ସନ ‘ମନ୍‌ସୁନ୍‌ ଜିପିଟି’ ବିକଶିତ ହୋଇସାରିଛି। ଫିଚର ଫୋନ୍‌ ଓ ସ୍ମାର୍ଟଫୋନ୍‌ଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ଏଥିରେ ଆଉ କିଛି କାମ ବାକି ଅଛି। ଉଦାହରଣସ୍ବରୂପ ଜଣେ କ୍ଷୁଦ୍ରଚାଷୀ ଏକ ସାଧାରଣ ଫୋନ୍‌ରେ ୨/୩ଟି ବଟନ୍‌ ଦବାଇବା ପରେ ଯେପରି ପାଣିପାଗ ସୂଚନା ପାଇପାରିବେ, ସେଥିଲାଗି ଉଦ୍ୟମ ଜାରି ରହିଛି। ଟେଲିକମ୍‌ ଟାଓ୍ବାର ବ୍ୟବହାର କରି ଏହି ବ୍ୟବସ୍ଥା କଲରଙ୍କ ଅବସ୍ଥିତି ଠାବ କରିପାରିବ। ଏହା ପରେ ସ୍ଥାନୀୟ ଭାଷାରେ ସରଳ ଭାବେ ପାଣିପାଗ ପୂର୍ବାନୁମାନ କରି ଉଭୟ ଲିଖିତ ଓ ମୌଖିକ ଭାବେ ଜଣାଇଦେବ।


Enter your email to get our daily news in your inbox.

All Right Reserved By Dharitri.Com

୧୧ଟି ଜିଲାରେ ୨୩ଟି ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦ ହଜାରରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର,୧୭।୩: ରାଜ୍ୟରେ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍‌ କୋଚ୍‌

ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା…

ଏପ୍ରିଲ ୧୫ରୁ ଏସବୁ ବ୍ୟାଙ୍କ ଆକାଉଣ୍ଟ ବନ୍ଦ, ଖାତାରେ ଟଙ୍କା ଥିଲେ…

ନୂଆଦିଲ୍‌ଲୀ,୧୭।୩: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB) ଯେଉଁ ଆକାଉଣ୍ଟଗୁଡ଼ିକ ଦୀର୍ଘ ସମୟ ଧରି ନିଷ୍କ୍ରିୟ ଅଛନ୍ତି ବିଶେଷକରି, ସେହି ଆକାଉଣ୍ଟଗୁଡ଼ିକୁ ‘ଇନ ଆକ୍ଟିଭ’ ଭାବରେ ବର୍ଗୀକୃତ କରାଯାଇଛି।…

ଦିଦିଙ୍କ ଗଡ଼ ପାଲଟିଲା ‘ହଟ୍‌-ସିଟ୍‌’: ପୁଣି ମୁହାଁମୁହିଁ ହେବେ ମମତା-ଶୁଭେନ୍ଦୁ, ଭାଜପା କାର୍ଡକୁ କିଭଳି…

କୋଲକାତା,୧୭।୩: ପଶ୍ଚିମବଙ୍ଗ ରାଜନୀତିରେ ପୁଣି ଥରେ ଦୁଇ ମହାରଥୀଙ୍କ ମଧ୍ୟରେ ମହାମୁକାବିଲା ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ (TMC) ସୁପ୍ରିମୋ ମମତା ବାନାର୍ଜୀ ଏବଂ ଭାଜପା ନେତା…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri