୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ ହୋଇପାରିନାହିଁ। ଟୋକନ ସମସ୍ୟାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣି ପାରୁ ନ ଥିବାବେଳେ ମଣ୍ଡିକୁ ଆସିଥିବା ଧାନ ମଧ୍ୟ ଠିକ୍‌ ଭାବେ ଉଠାଣ କରାଯାଉନାହିଁ। ସେହିପରି କଟନୀଛଟନୀ ଜୋର୍‌ ଧରିଥିବା ଅଭିଯୋଗ ହୋଇଛି। ଏହି ଦୃଷ୍ଟିରୁ ଅନ୍ୟବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ପ୍ରକ୍ରିୟା କେବଳ ବିଳମ୍ବିତ ହୋଇଛି ତାହା ନୁହେଁ, ଧାନବିକ୍ରି ଏବଂ ଉଠାଣରେ ମନ୍ଥରତା ଦେଖାଯାଇଛି। ଏଥିପାଇଁ ଜିଲାର ଚାଷୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଚାଷୀମାନେ ଏଭଳି ସ୍ଥିତିରେ ଥିବାବେଳେ ଗୁରୁବାର ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ଆସନ୍ତା ଜାନୁଆରୀ ୩ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନ ହେଲେ ୫ତାରିଖରୁ ରାଜ୍ୟରେ ମଣ୍ଡିଗୁଡ଼ିକରୁ ଧାନ ଉଠାଣ ବନ୍ଦ କରି ଦେବାକୁ ଚେତାବନୀ ଦେଇଛି। ମିଲର୍ସ ଆସୋସିଏଶନ ପକ୍ଷରୁ ଏ ନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି। ଯଦି ମିଲର୍ସମାନେ ଯଦି ଆସନ୍ତା ୫ତାରିଖରୁ ଧାନ ଉଠାଣ ପ୍ରକ୍ରିୟା ବନ୍ଦ ହେବ, ତେବେ ଚାଷୀମାନଙ୍କ ସମସ୍ୟା ବହୁଗୁଣିତ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। ଅନେକ ଚାଷୀଙ୍କ ଟୋକନ ଅବଧି ସରିଯିବା ସମ୍ଭାବନା ଥିବାବେଳେ ପରବର୍ତ୍ତୀ ଫସଲର ଚାଷକାର୍ଯ୍ୟ ପ୍ରସ୍ତୁତି ପାଇଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ଏହାକୁ ନେଇ ଏବେ ଚାଷୀମାନେ ଅଡ଼ୁଆରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ବରଗଡ଼ରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ବୈଠକ ବସିଥିଲା। ରାଜ୍ୟ ସରକାର ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ନ କଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବେ ନାହିଁ ବୋଲି ବୈଠକରେ ମିଲର୍ସ ଆସୋସିଏଶନର ପ୍ରତିନିଧିମାନେ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଗତ ନଭେମ୍ବର ୧୮ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆରମ୍ଭ କରାଯାଇଥିଲେ ସୁଦ୍ଧା ପ୍ରାରମ୍ଭିକ ପର୍ଯ୍ୟାୟରେ ମିଲର୍ସଙ୍କ ସହଯୋଗ ମନୋବୃତ୍ତି ଦେଖାଯାଇ ନଥିଲା। ଫଳରେ ଅନେକ ମଣ୍ଡିକୁ ବିକ୍ରି ପାଇଁ ଆସୁଥିବା ଧାନ ତୁଳନାରେ ଉଠାଣ କରାଯାଉ ନଥିଲା। ପରେ ମିଲର୍ସ ଆସୋସିଏଶନଙ୍କୁ ଡାକି ସରକାରୀସ୍ତରରେ ବୈଠକ ବସିଥିଲା ଏବଂ ମିଲର୍ସଙ୍କ କିଛି ଦାବିକୁ ସରକାର ମାନି ନେବା ପରେ ଧାନ ଉଠାଣ ପ୍ରକ୍ରିୟା ଆପାତତଃ ସ୍ବାଭାବିକ ହୋଇଥିଲେ ସୁଦ୍ଧା ତପତ୍ରତା ପରିଲକ୍ଷିତ ହୋଇ ନ ଥିଲା। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଥିଲା ଏବଂ ଚାଷୀମାନେ ରାଜରାସ୍ତାରେ ବସିଥିଲେ।
ଏହାସତ୍ତ୍ୱେ ଧାନ ଉଠାଣରେ ଆଶାନୁରୂପ ସୁଧାର ଆସି ନ ଥିବାବେଳେ ଚାଷୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି। ଏଭଳି ସ୍ଥଳେ ଧାନ ଉଠାଣ ନ କରିବା ନେଇ ନବବର୍ଷରେ ମିଲର୍ସଙ୍କ ଚେତାବନୀ ଆଗକୁ ଧାନ ଉଠାଣରେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠାରୁ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଓ ଧାନ ପରିବହନ ଖର୍ଚ୍ଚ ପ୍ରଦାନ ନେଇ ମିଲର୍ସ ଆସୋସିଏଶନ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ମାତ୍ର ରାଜ୍ୟ ସରକାର ଦାବି ସମୂହକୁ ଅଣଦେଖା କରି ଚାଲିଥିବା ଅଭିଯୋଗ ହୋଇଛି। ସରକାର ଆଲୋଚନା ସମୟରେ କେବଳ ଆଶ୍ୱାସନା ଏବଂ ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ଏପର୍ଯ୍ୟନ୍ତ ତାହା ପାଣିର ଗାର ପାଲଟିଛି ବୋଲି ମିଲର୍ସ ଆସୋସିଏଶନ ଅଭିଯୋଗ କରିଛି। ଏହି ଦାବି ସମୂହ ପୂରଣ ନ ହେଲେ ମଣ୍ଡିରୁ ଧାନ ଉଠାଇବାକୁ ରୋକଠୋକ୍‌ ମନା କରି ଦେଇଛି। ଅନ୍ୟପଟେ ଯୋଗାଣ ନିଗମ ଧାନ ସଂଗ୍ରହ କରି ନିଜ ଦାୟିତ୍ୱରେ ସଂରକ୍ଷିତ ରଖୁ ଏବଂ ମିଲର୍ସମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ (କଷ୍ଟମ ମିଲିଂ ରାଇସ୍‌ ଡେଲିଭରି ଭିତ୍ତି)ରେ ମିଲିଂ ପାଇଁ ଧାନ ସେଠାରୁ ଆଣିବେ ବୋଲି ଆସୋସିଏଶନ ଯୋଗାଣ ମନ୍ତ୍ରୀଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଜଙ୍ଗଲରେ ଚାଲିଥିଲା ବଡ଼ ଧରଣର ଜୁଆ ଆଡ୍ଡା: ଗୋଡ଼ାଇ ଗୋଡ଼ାଇ ୨୦ ଜୁଆଡ଼ିଙ୍କୁ ଗିରଫ କଲା ପୋଲିସ

ଖୋର୍ଦ୍ଧା,୧୭।୨(ପ୍ରଭାତ ): ଟାଙ୍ଗୀ ପୋଲିସ ମଙ୍ଗଳବାର ଏକ ବଡ଼ଧରଣର ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଚଢାଉ ବେଳେ ପୋଲିସ ଜୁଆ ଆଡ୍ଡାରୁ ୧୦ଲକ୍ଷ ୩୮ ହଜାର…

କାନାଡ଼ାକୁ ପରାସ୍ତ କରି ସୁପର ୮ରେ ପହଞ୍ଚିଲା ନ୍ୟୁଜିଲ୍ୟାଣ୍ଡ

ଚେନ୍ନାଇ,୧୭।୨: ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ଟି୨୦ ବିଶ୍ୱକପ ଏକ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ କାନାଡାକୁ 8 ଉଇକେଟରେ ପରାସ୍ତ କରି ସୁପର-୮ରେ ସ୍ଥାନ ପକ୍କା କରିଛି।…

ପାକିସ୍ତାନ ସହ ତିକ୍ତତା ପରେ ବି ଇମ୍ରାନଙ୍କ ପାଇଁ ଚିଠି ଲେଖିଲେ ସୁନିଲ ଗାଭାସ୍କର, କପିଳ ଦେବଙ୍କ ସହ ୧୪ କ୍ୟାପଟେନ

ନୂଆଦିଲ୍ଲୀ,୧୭।୨: ଜେଲରେ ଥିବା ପୂର୍ବତନ ପାକିସ୍ତାନ ଅଧିନାୟକ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ନେଇ ୧୪ଜଣ ପୂର୍ବତନ ଅଧିନାୟକ ପାକିସ୍ତାନ ସରକାରଙ୍କୁ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

ଆଉ ୨ଦିନ କଲବଲ କରିବ କୁହୁଡ଼ି

ଭୁବନେଶ୍ୱର,୧୭।୨: ପାଣିପାଗ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏକ ବଡ଼ ସୂଚନା ଜାରି କରାଯାଇଛି। ରାଜ୍ୟର ବିଭିନ୍ନ ଜିଲାରେ ଆଉ ୨ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ରହିବ…

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri