୫ରୁ ଉଠାଇବେନି ଧାନ, ଅଡୁଆରେ ଚାଷୀ: ସରକାରଙ୍କୁ ମିଲର୍ସଙ୍କ ଚେତାବନୀ

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ):ଆଉ ୨ଦିନ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦେଢ଼ମାସ ପୂରିବ। ଅଥଚ ଏପର୍ଯ୍ୟନ୍ତ ଜିଲାରେ ଧାନ କିଣାବିକା ସମସ୍ୟାର ସମାଧାନ ହୋଇପାରିନାହିଁ। ଟୋକନ ସମସ୍ୟାକୁ ନେଇ ଚାଷୀମାନେ ମଣ୍ଡିକୁ ଧାନ ଆଣି ପାରୁ ନ ଥିବାବେଳେ ମଣ୍ଡିକୁ ଆସିଥିବା ଧାନ ମଧ୍ୟ ଠିକ୍‌ ଭାବେ ଉଠାଣ କରାଯାଉନାହିଁ। ସେହିପରି କଟନୀଛଟନୀ ଜୋର୍‌ ଧରିଥିବା ଅଭିଯୋଗ ହୋଇଛି। ଏହି ଦୃଷ୍ଟିରୁ ଅନ୍ୟବର୍ଷ ତୁଳନାରେ ଏଥର ଧାନ ସଂଗ୍ରହ ପ୍ରକ୍ରିୟା କେବଳ ବିଳମ୍ବିତ ହୋଇଛି ତାହା ନୁହେଁ, ଧାନବିକ୍ରି ଏବଂ ଉଠାଣରେ ମନ୍ଥରତା ଦେଖାଯାଇଛି। ଏଥିପାଇଁ ଜିଲାର ଚାଷୀମାନଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ଚାଷୀମାନେ ଏଭଳି ସ୍ଥିତିରେ ଥିବାବେଳେ ଗୁରୁବାର ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ଆସନ୍ତା ଜାନୁଆରୀ ୩ତାରିଖ ସୁଦ୍ଧା ସେମାନଙ୍କ ଦାବି ପୂରଣ ନ ହେଲେ ୫ତାରିଖରୁ ରାଜ୍ୟରେ ମଣ୍ଡିଗୁଡ଼ିକରୁ ଧାନ ଉଠାଣ ବନ୍ଦ କରି ଦେବାକୁ ଚେତାବନୀ ଦେଇଛି। ମିଲର୍ସ ଆସୋସିଏଶନ ପକ୍ଷରୁ ଏ ନେଇ ଜିଲାପାଳଙ୍କଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିବା ସୂଚନା ମିଳିଛି। ଯଦି ମିଲର୍ସମାନେ ଯଦି ଆସନ୍ତା ୫ତାରିଖରୁ ଧାନ ଉଠାଣ ପ୍ରକ୍ରିୟା ବନ୍ଦ ହେବ, ତେବେ ଚାଷୀମାନଙ୍କ ସମସ୍ୟା ବହୁଗୁଣିତ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି। ଅନେକ ଚାଷୀଙ୍କ ଟୋକନ ଅବଧି ସରିଯିବା ସମ୍ଭାବନା ଥିବାବେଳେ ପରବର୍ତ୍ତୀ ଫସଲର ଚାଷକାର୍ଯ୍ୟ ପ୍ରସ୍ତୁତି ପାଇଁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । ଏହାକୁ ନେଇ ଏବେ ଚାଷୀମାନେ ଅଡ଼ୁଆରେ ପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ବରଗଡ଼ରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନ ବୈଠକ ବସିଥିଲା। ରାଜ୍ୟ ସରକାର ସେମାନଙ୍କ ଦୀର୍ଘଦିନର ଦାବି ପୂରଣ ନ କଲେ ଧାନ ସଂଗ୍ରହ ପ୍ରକ୍ରିୟାରେ ସହଯୋଗ କରିବେ ନାହିଁ ବୋଲି ବୈଠକରେ ମିଲର୍ସ ଆସୋସିଏଶନର ପ୍ରତିନିଧିମାନେ ନିଷ୍ପତ୍ତି ନେଇଥିଲେ। ଏହି କ୍ରମରେ ଗତ ନଭେମ୍ବର ୧୮ତାରିଖରୁ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆରମ୍ଭ କରାଯାଇଥିଲେ ସୁଦ୍ଧା ପ୍ରାରମ୍ଭିକ ପର୍ଯ୍ୟାୟରେ ମିଲର୍ସଙ୍କ ସହଯୋଗ ମନୋବୃତ୍ତି ଦେଖାଯାଇ ନଥିଲା। ଫଳରେ ଅନେକ ମଣ୍ଡିକୁ ବିକ୍ରି ପାଇଁ ଆସୁଥିବା ଧାନ ତୁଳନାରେ ଉଠାଣ କରାଯାଉ ନଥିଲା। ପରେ ମିଲର୍ସ ଆସୋସିଏଶନଙ୍କୁ ଡାକି ସରକାରୀସ୍ତରରେ ବୈଠକ ବସିଥିଲା ଏବଂ ମିଲର୍ସଙ୍କ କିଛି ଦାବିକୁ ସରକାର ମାନି ନେବା ପରେ ଧାନ ଉଠାଣ ପ୍ରକ୍ରିୟା ଆପାତତଃ ସ୍ବାଭାବିକ ହୋଇଥିଲେ ସୁଦ୍ଧା ତପତ୍ରତା ପରିଲକ୍ଷିତ ହୋଇ ନ ଥିଲା। ଏହାକୁ ନେଇ ଚାଷୀ ଅସନ୍ତୋଷ ତେଜି ଉଠିଥିଲା ଏବଂ ଚାଷୀମାନେ ରାଜରାସ୍ତାରେ ବସିଥିଲେ।
ଏହାସତ୍ତ୍ୱେ ଧାନ ଉଠାଣରେ ଆଶାନୁରୂପ ସୁଧାର ଆସି ନ ଥିବାବେଳେ ଚାଷୀଙ୍କ ମଧ୍ୟରେ ଚାପା ଅସନ୍ତୋଷ ଲାଗି ରହିଛି। ଏଭଳି ସ୍ଥଳେ ଧାନ ଉଠାଣ ନ କରିବା ନେଇ ନବବର୍ଷରେ ମିଲର୍ସଙ୍କ ଚେତାବନୀ ଆଗକୁ ଧାନ ଉଠାଣରେ ବଡ଼ ସମସ୍ୟା ସୃଷ୍ଟି କରିବ ବୋଲି ଏବେଠାରୁ ଅନୁମାନ କରାଯାଉଛି। କଷ୍ଟମ ମିଲିଂ ଚାର୍ଜ ବୃଦ୍ଧି, ଧାନ ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ଓ ଧାନ ପରିବହନ ଖର୍ଚ୍ଚ ପ୍ରଦାନ ନେଇ ମିଲର୍ସ ଆସୋସିଏଶନ ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇଆସୁଛି। ମାତ୍ର ରାଜ୍ୟ ସରକାର ଦାବି ସମୂହକୁ ଅଣଦେଖା କରି ଚାଲିଥିବା ଅଭିଯୋଗ ହୋଇଛି। ସରକାର ଆଲୋଚନା ସମୟରେ କେବଳ ଆଶ୍ୱାସନା ଏବଂ ପ୍ରତିଶ୍ରୁତି ଦେଉଛନ୍ତି। ମାତ୍ର ଏପର୍ଯ୍ୟନ୍ତ ତାହା ପାଣିର ଗାର ପାଲଟିଛି ବୋଲି ମିଲର୍ସ ଆସୋସିଏଶନ ଅଭିଯୋଗ କରିଛି। ଏହି ଦାବି ସମୂହ ପୂରଣ ନ ହେଲେ ମଣ୍ଡିରୁ ଧାନ ଉଠାଇବାକୁ ରୋକଠୋକ୍‌ ମନା କରି ଦେଇଛି। ଅନ୍ୟପଟେ ଯୋଗାଣ ନିଗମ ଧାନ ସଂଗ୍ରହ କରି ନିଜ ଦାୟିତ୍ୱରେ ସଂରକ୍ଷିତ ରଖୁ ଏବଂ ମିଲର୍ସମାନେ ସେମାନଙ୍କ ଆବଶ୍ୟକତା ଅନୁଯାୟୀ (କଷ୍ଟମ ମିଲିଂ ରାଇସ୍‌ ଡେଲିଭରି ଭିତ୍ତି)ରେ ମିଲିଂ ପାଇଁ ଧାନ ସେଠାରୁ ଆଣିବେ ବୋଲି ଆସୋସିଏଶନ ଯୋଗାଣ ମନ୍ତ୍ରୀଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଅସହାୟଙ୍କୁ ସାହା ‘ୟୁସେ ସଂଗଠନ’: ବୁଦ୍ଧିଜୀବୀଙ୍କ ପ୍ରଶଂସା

ପରଜଙ୍ଗ,୨।୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକର ବିଭିନ୍ନ ବସ୍ତି,ସାହି ମାନଙ୍କରେ ନୂତନ ବର୍ଷର ପ୍ରଥମ ଦିବସରେ ୟୁଥ ୟୁନାଇଟେଡ଼ ଫୋର୍‌ ସଷ୍ଟେନେବ୍ଲ୍ୟୁ ଏନଭର୍ଣ୍ଣମେଣ୍ଟ ଟ୍ରଷ୍ଟ...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri