‘ରାଜ୍ୟରେ ସରକାର ଗଢ଼ିବେ କୃଷକ’

ଭୁବନେଶ୍ୱର,୨୧।୩(ବ୍ୟୁରୋ):ପେନ୍‌ସନ ଦାବି ସହ ବର୍ଦ୍ଧିତ ବିଦ୍ୟୁତ୍‌ ଦରକୁ ତୀବ୍ର ବିରୋଧ କରିଛନ୍ତି ଚାଷୀ। ଏନେଇ ନବ ନିର୍ମାଣ କୃଷକ ସଙ୍ଗଠନର ଡାକରା କ୍ରମେ ବହୁସଂଖ୍ୟକ ଚାଷୀ ସୋମବାର ବିଧାନସଭା ସମ୍ମୁଖରେ ରଣହୁଙ୍କାର ଦେଇଛନ୍ତି। ସେମାନେ ମାଷ୍ଟରକ୍ୟାଣ୍ଟିନରୁ ହାତରେ ବ୍ୟାନର, ପ୍ଲାକାର୍ଡ ଓ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ବାହାରିଥିଲେ। ରାଜ୍ୟ ସରକାର ଚାଷୀଙ୍କ ପାଇଁ ମାସକୁ ୫ହଜାର ଟଙ୍କାର ପେନ୍‌ସନ କାହିଁକି ଲାଗୁ କରୁନାହାନ୍ତି, ଟାଟା ପାୱାରର ଗ୍ରାହକ ଶୋଷଣରେ ଓଡ଼ିଶା ସରକାର ନୀରବ କାହିଁକି ବୋଲି ଆନ୍ଦୋଳନକାରୀ ଚାଷୀମାନେ ପ୍ରଶ୍ନ କରିଛନ୍ତି। ବାଟରେ ପୋଲିସ ବ୍ୟାରିକେଡ୍‌ ପକାଇ ବାଟ ଓଗାଳିଥିଲେ ମଧ୍ୟ ଚାଷୀମାନେ ମାନି ନ ଥିଲେ। ବ୍ୟାରିକେଡ୍‌ ଡେଇଁ ଆଗକୁ ଯିବାବେଳେ ପୋଲିସ ଅଟକାଇବାରୁ ମୁହଁାମୁହିଁ ସ୍ଥିତି ଉପୁଜିଥିଲା।
ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ରାଜ୍ୟ ସରକାର ଚାଷ ଓ ଚାଷୀଙ୍କ ସ୍ବାର୍ଥରକ୍ଷା କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଛନ୍ତି। ଏଥର ଓଡ଼ିଶାର ଚାଷୀମାନେ ଜନଆନ୍ଦୋଳନ ଓ ରଣନୀତି ବଦଳାଇବେ। ଚାଷୀମାନେ ଆଉ ଆବେଦନ ଓ ନିବେଦନ ନ କରି ରାଜ୍ୟରେ ନିଜେ ସରକାର ଗଢ଼ିବାକୁ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଓଡ଼ିଶାରେ ଏକ କୃଷକ ସରକାର ପ୍ରତିଷ୍ଠା ହେବ। ଭାଜପା, ବିଜେଡି ଆଗାମୀ ଦିନରେ ସରକାର ଗଢ଼ିପାରିବେ ନାହିଁ। ଆମେ ସେଭଳି ନେତୃତ୍ୱ ଓ ମଡେଲ ନେତାଙ୍କ ପାଖରେ ପହଞ୍ଚତ୍ଛୁ, ଯେଉଁମାନେ କି ଚାଷୀଙ୍କ ପାଇଁ ମଡେଲ ଭାବେ କାମ କରିଛନ୍ତି। ଅନ୍ୟପକ୍ଷରେ ଟାଟା ପାୱାର ରାଜ୍ୟ ସରକାରଙ୍କ ପ୍ରଚ୍ଛନ୍ନ ଇଙ୍ଗିତରେ ଗ୍ରାହକଙ୍କୁ ଶୋଷଣ କରୁଥିବା ସଙ୍ଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଛନ୍ତି। ରାଜ୍ୟର ସଂଗଠିତ ବର୍ଗ ପାଟିତୁଣ୍ଡ କରି ରାଜକୋଷରୁ ଲୁଟ୍‌ କରୁଛନ୍ତି, ଅଥଚ କୃଷିପ୍ରଧାନ ରାଜ୍ୟରେ ଚାଷୀ ମଣ୍ଡିରେ ଧାନ ବିକ୍ରି କରି ନ ପାରି ଜୀବନ ହାରୁଛିି। ଏହାର ସମାଧାନ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ରାଜ୍ୟ ସହସଂଯୋଜକ ଉମାକାନ୍ତ ଭାରତ କହିଛନ୍ତି। ସେହିପରି ନିମାଇଁ ରାୟ ଓ ରଶ୍ମିରଞ୍ଜନ ସ୍ବାଇଁ କୃଷି ଭିତ୍ତିଭୂମି, କୃଷିଲୋନ, ଶୀତଳ ଭଣ୍ଡାର ଓ ଗୋଦାମ ଗୃହ ସମସ୍ୟା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି। କ୍ଷୀରୋଦ ରାଉତ, ପୂର୍ବତନ ବିଧାୟକ ଚିତ୍ତ ଷଡ଼ଙ୍ଗୀ, ଯୁବନେତା ବିଶ୍ୱକେଶରୀ ମହାନ୍ତି, ରଣଜିତ ପଟ୍ଟନାୟକ, ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ମଧୁମିତା ସାମଲ, ତ୍ରିଲୋଚନ ପଣ୍ଡା, ଦୀନେଶ ଦାସ, ଅଶ୍ୱିନ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri