‘ଏମ୍ପ୍ଲୟି ଓ୍ବେଲ୍‌ନେସମ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’

ଭୁବନେଶ୍ୱର,୨୧।୩: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଏମ୍ପ୍ଲୟି ଓ୍ବେଲ୍‌ନେସ ଆଣ୍ଡ ଲାଇଫଷ୍ଟାଇଲ ପ୍ରୋଗ୍ରାମ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ବିଶ୍ୱ ଖୁସି ଦିବସ ଅବସରରେ କମ୍ପାନୀ ତା’ର କର୍ମଚାରୀ ଏବଂ ସେମାନଙ୍କ ପରିବାରର କଲ୍ୟାଣ ଓ ଜୀବନରେ ଉନ୍ନତି ଆଣିବା ପାଇଁ ଏଭଳି ଏକ ଅଭିନବ କାର୍ଯ୍ୟକ୍ରମର ଅୟମାରମ୍ଭ କରିଛି, କର୍ମଚାରୀ ସୁସ୍ଥତା ଓ ଜୀବନଶୈଳୀ ସହ କାର୍ଯ୍ୟକ୍ରମ ‘ଉମଙ୍ଗ’ର ଶୁଭାରମ୍ଭ ହୋଇଯାଇଛି। ଏଥିପାଇଁ ସ୍ବାସ୍ଥ୍ୟ ଓ ପ୍ରଯୁକ୍ତିବଦ୍ୟା କମ୍ପାନୀ ‘ମନ୍ତ୍ରା କେୟାର’ ସହ ବେଦାନ୍ତ ସହଭାଗିତା ଘୋଷଣା କରିଥିବା ଜଣାପଡିଛି। ସେହିଭଳି କମ୍ପାନୀ ତା’ର ସ୍ବାସ୍ଥ୍ୟ ବିଭାଗ ଉପରେ ବିଶେଷ ଗୁରୁତ୍ୱ ଦେଇଥାଏ। ସେଥିପାଇଁ କମ୍ପାନୀ ବର୍ଷସାରା ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରିଥାଏ। ବିଶେଷ କରି କର୍ମଚାରୀ ଓ ସେମାନଙ୍କ ପରିବାରର ସୁସ୍ଥତା ପ୍ରତି ଧ୍ୟାନ ଦେବା ସହ ଉମଙ୍ଗ କାର୍ଯ୍ୟକ୍ରମ ଅନ୍ତର୍ଗତ ଅନଲାଇନ ପରାମର୍ଶ, ଫିଜିଓଥେରାପି,ଯୋଗ, ଧ୍ୟାନ, ନିଶା ନିବାରଣ ଓ ଅନ୍ୟାନ୍ୟ ସେବା ପ୍ରଦାନ କରିଥାଏ।
ଏ ସମ୍ପର୍କରେ ବେଦାନ୍ତ ଲିମିଟେଡର ସିଇଓ (ଆଲୁମିନିୟମ ବ୍ୟବସାୟ) ରାହୁଲ ଶର୍ମା କହିଛନ୍ତି, ଆଲୁମିନିୟମରେ ଆମେ ବିଶ୍ୱରେ ଅଗ୍ରଣୀ ହେବା ପାଇଁ ଲକ୍ଷ୍ୟ ରଖିଛୁ ଓ ଏଥିପାଇଁ ଆମେ ସର୍ବଦା ଆମର କର୍ମଚାରୀଙ୍କ କଲ୍ୟାଣ ପ୍ରତି ଯତ୍ନବାନ ଅଛୁ। ଏଥିପାଇଁ ଆମେ ବିଭିନ୍ନ ପର୍ଯ୍ୟାୟରେ ଅନେକ କଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରିଛୁ। ସେହିପରି ମନ୍ତ୍ରା କେୟାରର ସିଇଓ ହିମାଂଶୁ ଜୈନ କହିଛନ୍ତି, ଭାରତର ଏକ ଅଗ୍ରଣୀ ସଂସ୍ଥା ବେଦାନ୍ତ ସହ ମିଶି କାର୍ଯ୍ୟ କରୁଥିବାରୁ ଆମେ ବେଶ୍‌ ଆନନ୍ଦିତ। ଏପରିକି ବେଦାନ୍ତ କର୍ମଚାରୀଙ୍କ ସୁସ୍ଥତା ଓ ଉପଯୁକ୍ତ ଜୀବନଶୈଳୀ ଆମ ପାଇଁ ଏକ ପ୍ରମୁଖ ପ୍ରାଥମିକତା ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

ବିନା ଫିଟନେସ୍‌, ବୀମା , ପରମିଟ୍‌ରେ ଗାଡ଼ି ଚଳାଇଲେ ହେବ ଜବତ; STAର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ୭।୭: ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ଏବଂ ସଡ଼କ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ପରିବହନ ପ୍ରାଧିକରଣ (STA) କଠୋର ଆଭିମୁଖ୍ୟ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri