Posted inଜାତୀୟ

ଆଜି ନିଷ୍ପତ୍ତି ନେବେ ଚାଷୀ

ନୂଆଦିଲ୍ଲୀ,୮ା୧୨: ବର୍ଷେରୁ ଉର୍ଦ୍ଧ୍ୱ ସମୟ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକମାନେ ଏଥିରୁ ଓହରିବେ କି ନାହିଁ ସେନେଇ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯିବ। ଏସ୍‌କେଏମ୍‌ ଯାହା ସ୍ଥିର କରିବ ତାହା ହିଁ ଚୂଡ଼ାନ୍ତ ନିଷ୍ପତ୍ତି ହେବ ବୋଲି ମଙ୍ଗଳବାର କୃଷକ ନେତା ରାକେଶ ଟିକାଏତ୍‌ ସ୍ପଷ୍ଟ କରିଛନ୍ତି।
୨୦୨୦ ସେପ୍ଟେମ୍ବରରେ କେନ୍ଦ୍ର ସରକାର ୩ ବିବାଦୀୟ କୃଷି ଆଇନ ଆଣିଥିଲେ। ସେବେଠୁ କୃଷକମାନେ ଏହାର ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଜାରି ରଖିଥିବାବେଳେ ଗତ ନଭେମ୍ବର ୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଚ୍ଛେଦ ନେଇ ଟିଭିରେ ଘୋଷଣା କରିଥିଲେ। ଗତ ୨୯ ତାରିଖରେ ପାର୍ଲାମେଣ୍ଟରେ ଏ ସମ୍ପର୍କିତ ବିଲ୍‌ ଗୃହୀତ ହୋଇଥିଲା। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ମୋହର ପରେ ଏହା ଆନୁଷ୍ଠାନିକ ଭାବେ ଉଚ୍ଛେଦ ହୋଇଛି। ତେବେ କୃଷିଜାତ ସାମଗ୍ରୀଗୁଡ଼ିକର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ଗ୍ୟାରେଣ୍ଟି, ବିଦ୍ୟୁତ୍‌ ସଂଶୋଧନ ବିଲ୍‌ ପ୍ରତ୍ୟାହାର, ବାୟୁ ପ୍ରଦୂଷଣ ବିଲ୍‌ରୁ ଦଣ୍ଡବିଧାନ ବ୍ୟବସ୍ଥା ହଟାଇବା, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କୁ କ୍ୟାବିନେଟରୁ ବହିଷ୍କାର ସହ ଗିରଫ, ଚାଷୀଙ୍କ ଉପରୁ ମିଥ୍ୟା ମାମଲା ହଟାଇବା, ଆନ୍ଦୋଳନ ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ମୃତକଙ୍କ ସ୍ମୃତିରେ ସିଂଘୁ ସୀମାରେ ସ୍ମାରକୀ ପ୍ରତିଷ୍ଠା କରିବା ଦାବିରେ କୃଷକ ସଙ୍ଗଠନଗୁଡ଼ିକ ଜିଦ୍‌ରେ ଅଟଳ ଥିବାରୁ ଚାଷୀମାନେ ଆନ୍ଦୋଳନ ଶେଷ କରିନାହାନ୍ତି। ସରକାର ସେସବୁକୁ ମାନିନେଲେ ଚାଷୀ ଦିଲ୍ଲୀର ସିଂଘୁ, ଟିକ୍ରି ଓ ଗାଜିପୁର ସୀମା ଖାଲି କରିବେ ବୋଲି ସ୍ପଷ୍ଟ କରିବା ପରେ କେନ୍ଦ୍ର ପକ୍ଷରୁ ଏନେଇ ୫ ନାମ ମଗାଯାଇଥିଲା। ଏସ୍‌କେଏମ୍‌ ପକ୍ଷରୁ ଗତ ଶନିବାର ସେମାନଙ୍କ ନାମ ବଛାଯାଇଥିଲା। କେନ୍ଦ୍ର ସହ ଆଲୋଚନା ପାଇଁ କମିଟିରେ ଚାଷୀ ନେତା ବଲବୀର ସିଂ ରାଜଓ୍ବୋଲ, ଅଶୋକ ଧାଓ୍ବଲେ, ଶିବ କୁମାର କକ୍କା, ଗୁର୍‌ନାମ ସିଂ ଚନ୍ଦୁନି ଓ ଯୁଦ୍ଧବୀର ସିଂଙ୍କୁ ରଖାଯାଇଛି। ଏସ୍‌କେଏମ୍‌ ଉପରୋକ୍ତ ୫ ନାମ ଓ ୬ ଦାବି କେନ୍ଦ୍ରକୁ ଦେଇଥିଲା। ମଙ୍ଗଳବାର ସିଂଘୁ ସୀମାରେ ଏସ୍‌କେଏମ୍‌ର ବୈଠକ ଚାଲିଥିବାବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକ ସଙ୍ଗଠନ ନିକଟକୁ ଏକ ଚିଠା ପ୍ରସ୍ତାବ ପଠାଯାଇଥିଲା। ଉକ୍ତ ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ଅଧିକାଂଶ ଚାଷୀନେତା ଆନ୍ଦୋଳନରୁ ଓହରିବା ସପକ୍ଷରେ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ନେତା ରାକେଶ ଟିକାଏତ୍‌ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଉତ୍ତରାଖଣ୍ଡ ଯାଇଥିବାରୁ ଏହି ବୈଠକରେ ଯୋଗଦେଇପାରି ନାହାନ୍ତି। ଟିକାଏତ୍‌ କହିଛନ୍ତି, ବୁଧବାର ଅପରାହ୍ନ ୨ଟାରେ ପୁନର୍ବାର ବୈଠକ ହେବ। ଏଥିରେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ। ଆଗକୁ ଆନ୍ଦୋଳନ କରାଯିବ କି ନାହିଁ ସେନେଇ ବରିଷ୍ଠ ନେତାମାନେ ଉକ୍ତ ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ବୈଠକରୁ ସକାରାମତ୍କ ପରିଣାମ ଆସିବ, ଯାହାକୁ ସମସ୍ତେ ମାନିବେ ବୋଲି ଟିକାଏତ୍‌ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri