Categories: ଜାତୀୟ

ଭାଜପା ସରକାର ଭାଙ୍ଗିଦେବ କୃଷକ ଆନ୍ଦୋଳନ : ଅଖିଳେଶ

ଲକ୍ଷ୍ନୌ,୨୯।୧୨: ଭାଜପା ସରକାର କୃଷକଙ୍କୁ ସର୍ବଦା ଅସମ୍ମାନିତ କରିଛି। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଁ କେନ୍ଦ୍ରରୁ ଭାଜପା ସରକାର ଓପାଡ଼ି ଫୋପାଡିବ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏଭଳି କହିଛନ୍ତି ପୂର୍ବତନ ଉତ୍ତରପ୍ରଦେଶ(ୟୁପି) ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।

ଉର୍ଦ୍ଦୁ ଲେଖକ ମୁନାଓ୍ବର ରାଣାଙ୍କ ଝିଅ ସୋମିୟା ରାଣା, ବହୁଜନ ସମାଜବାଦୀ ପାର୍ଟିର ମାସୁଦ ଆଲାମ ଓ ପୂର୍ବତନ ବିଧାୟକ ରମେଶ ଗୌତମ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ଭାଜପା ସରକାର ଅନ୍ୟାୟ ଓ ଅତ୍ୟାଚାରର ସବୁ ସୀମା ଟପି ସାରିଛି। ଯିଏ ବିରୋଧ କରୁଛି, ସରକାର ତାକୁ ବିଭିନ୍ନ ଷଡ଼ଯନ୍ତ୍ରରେ ଫସାଇ ଦେଉଛି। ସରକାର ଗଲେ ହଥ ରକ୍ଷା ହୋଇପାରିବ। ଏହାବାଦ୍‌ ୟୁପିର ଆଗାମୀ ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟ (ସପା) ବିଜୟୀ ହେବ ବୋଲି ସେ ପୂର୍ବାନୁମାନ କରିଛନ୍ତି।

Share