ଚାଷୀଙ୍କ ଚେତାବନୀ ସମାବେଶ: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଣହୁଙ୍କାର

ବରଗଡ଼, ୧୫।୪(ପ୍ରେମାନନ୍ଦ ଖମାରୀ): ଜୟ କିସାନ ଆନ୍ଦୋଳନ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ମିଳିତ ଆହ୍ୱାନରେ ଆଜି ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚେତାବନୀ ବିକ୍ଷୋଭ ସମାବେଶ ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ୪ଦଫା ଦାବୀ ସମ୍ମଳିତ ଦାବିପତ୍ର ପ୍ରଦାନ କରାଯାଇଛି । କୃଷିକ୍ଷେତ୍ରରେ ବ୍ୟବହୃତ ବିଜୁଳି ବିଲ ସଂପୂର୍ଣ୍ଣ ଛାଡ, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ ଛାଡ, ସ୍ମାର୍ଟ ମିଟର ପ୍ରଚଳନ ବନ୍ଦ, ବିଜୁଳି କ୍ଷେତ୍ରର ଘରୋଇ କରଣ ପ୍ରକ୍ରିୟା ବନ୍ଦ, ଧାନ କିଣା ବ୍ଯବସ୍ଥାକୁ କଟଣି ଛଟଣି ମୁକ୍ତ କରିବା, ଏହି ପ୍ରକ୍ରିୟା ରେ ମିଲ ମାଲିକ ମାନଙ୍କ ହସ୍ତକ୍ଷେପ ବନ୍ଦ କରିବା, ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିକୁ ପୁର୍ବବତ୍ କାର୍ଯ୍ଯକ୍ଷମ କରିବା, ନାନୋସାରକୁ ବାଧ୍ଯ ନ କରିବା ଏବଂ ଗୋଟିଏ ଫସଲ ସୁନିଶ୍ଚିତ କରିବା, ଜଳସେଚନ ସ୍ଥାୟୀ ବ୍ଯବସ୍ଥା କରିବା ଆଦି ଦାବିକୁ ନେଇ ଏହି ଚେତାବନୀ ବିକ୍ଷୋଭ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ବରଗଡ଼ ଜିଲାର ସମସ୍ତ ବ୍ଳକ ତଥା ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରୁ ଶହ ଶହ ମହିଳା, ପୁରୁଷ ଚାଷୀ ଏକ ବିଶାଳ ଶୋଭାଯାତ୍ରାରେ ବିଭିନ୍ନ ଶ୍ଳୋଗାନ ଦେଇ ସହର ପରିକ୍ରମା କରି ଜିଲାପାଳ କାର୍ଯ୍ୟାଳୟ ପହଞ୍ଚିଥିଲେ । ସେଠାରେ ଜୟ କିସାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ପ୍ରତିବାଦ ସଭାରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟର ଆବାହକ ଲିଙ୍ଗରାଜ ଯୋଗଦେଇ କହିଥିଲେ, ୯ମାସର ଡବଲ ଇଞ୍ଜିନ୍ ସରକାର ଧାନ କ୍ବିଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ସତ, କିନ୍ତୁ କଟଣି ଛଟଣି ମୁକ୍ତ ଏବଂ ଦଲାଲ ମୁକ୍ତ ମଣ୍ଡି ମଧ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ହେଲେ ଖରିଫ ଋତୁରେ ଏହା ସମ୍ପୂର୍ଣ୍ଣରୂପେ ବିଫଳ ହୋଇଛି। ସେହିପରି କୃଷିକାର୍ଯ୍ଯ ପାଇଁ ଦେୟମୁକ୍ତ ବିଜୁଳି ଏବଂ ମାଗଣାରେ ୩୦୦ ୟୁନିଟ ବିଜୁଳି ଯୋଗାଇ ଦେବା ଘୋଷଣା ବିଷୟରେ ସରକାର ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନାହାନ୍ତି। ପୁନଶ୍ଚ ସରକାର ଚାଷୀମାନଙ୍କୁ ନାନୋ ସାର ନେବା ପାଇଁ ବାଧ୍ୟ କରୁଛନ୍ତି, ଯାହା ପଞ୍ଜାବରେ ବିଫଳ ହୋଇ ସାରିଲେଣି । ଏଣୁ ଏହି ସବୁ ଦାବି ଉପରେ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ଅନ୍ୟଥା ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଲିଙ୍ଗରାଜ ଚେତାବନୀ ଦେଇଥିଲେ । ସେହିପରି ଅନ୍ୟତମ ଆବାହକ ଅଶୋକ ପ୍ରଧାନ କହିଥିଲେ, ତୃଟିପୂର୍ଣ୍ଣ ଜମିର ଡିଜିଟାଲ ସର୍ଭେ ଓ ପଟ୍ଟା ଦେବା ବ୍ଯବସ୍ଥା ବନ୍ଦ କରନ୍ତୁ। ଅନ୍ୟଥା ସମଗ୍ର ପଶ୍ଚିମ ଓଡିଶା ରେ ଆନ୍ଦୋଳନ ହେବ। ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି କହିଥିଲେ, କେନ୍ଦ୍ର ସରକାର ସ୍ଵାମିନାଥନ୍ କମିସନର ସୁପାରିଶ ତଥା ଏମଏସପିକୁ ଆଇନଗତ ମାନ୍ୟତା ନଦେଇ ବିଭିନ୍ନ ରାଜ୍ଯରେ ୮୦୦ ଟଙ୍କା ଇନପୁଟ ସହାୟତା ଦେବା ଏକ ଷଡଯନ୍ତ୍ର ଅଟେ। ଏହି ଷଡଯନ୍ତ୍ର ବିରୁଦ୍ଧରେ ବରଗଡ଼ ଜିଲାରୁ ଆରମ୍ଭ ହୋଇ ସମଗ୍ର ଓଡିଶା ଲଢେଇ ସଂଘର୍ଷ ଦୁର୍ବାର ହେବ ବୋଲି ସେ କହିଥିଲେ। ଜଳସେଚନର ସ୍ଥାୟୀ ବ୍ଯବସ୍ଥା ନ ହେବା ପର୍ଯ୍ୟନ୍ତ କୃଷିକାର୍ଯ୍ଯରେ ବ୍ଯବହୃତ ବିଜୁଳି ବିଲ ଦିଆଯିବ ନାହିଁ ବୋଲି ଚାଷୀନେତାମାନେ ରୋକଠୋକ୍ ଚେତାବନୀ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ବୟ ସମିତିର ସଂଯୋଜକ ବ୍ଯୋମକେଶ ଠାକୁର, ନିୟମଗିରି ସୁରକ୍ଷା ଆନ୍ଦୋଳନର ନେତା ଲିଙ୍ଗରାଜ ଆଜାଦ, ଦେବଗଡ଼ର ପ୍ରମୋଦ ଝାଙ୍କର, ଝାରସୁଗୁଡ଼ାର ଦିଲ୍ଲୀପ ବଢେଇ, ସମ୍ବଲପୁରର ଦେବେନ୍ଦ୍ର ପ୍ରଧାନ ଏବଂ ବିପିନ ଭୋଇ, ବରଗଡର ଶିବ ପ୍ରସାଦ ପ୍ରଧାନ ଯୋଗଦେଇ ସରକାରଙ୍କ ତୃଟିପୂର୍ଣ୍ଣ ନୀତି ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଜୟ କିସାନ ଆନ୍ଦୋଳନ କିଶୋର ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଏବଂ ସାଧାରଣ ସମ୍ପାଦକ ହର ବଣିଆଁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଚଞ୍ଚଳ ପ୍ରଧାନ, ମହେଶ୍ବର ପ୍ରଧାନ, ଅରୁଣ କୁମାର ସାହୁ, ସୁରେନ୍ଦ୍ର ମେହେର, ବିଶ୍ବନାଥ ରଣା, ଭୋଜରାଜ ବାଗ ,ଅରୁଣ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ପରିତ୍ୟକ୍ତ ଅବସ୍ଥାରେ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ, ଅର୍ଥ ମଞ୍ଜୁର ହୋଇଥିଲେ ବି…

କର୍ଲାମୁଣ୍ଡା,୨୫।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡ଼ବରାଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ। ସରକାର ୧୯୮୮ ମସିହାରେ ଏହି ଚିକିତ୍ସାଳୟ...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri