Posted inଜାତୀୟ

ଋଣ ଛାଡ ପାଇଁ ଚାଷୀ ଚାହୁଁଛନ୍ତି ମରୁଡି ପଡୁ: ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ, ସୋସିଆଲ ମିଡିଆରେ ଭାଇରାଲ…

ବେଙ୍ଗାଲୁରୁ,୨୫।୧୨ : କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ସରକାରରେ ଆଖୁ ବିକାଶ ମନ୍ତ୍ରୀ ଶିବାନନ୍ଦ ପାଟିଲଙ୍କ ବିବୃତ୍ତି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଏଠାରେ ଥିବା ଚାଷୀମାନେ ପ୍ରତିବର୍ଷ ମରୁଡ଼ି ପଡୁ ଚାହାନ୍ତି। ଯାହା ଦ୍ୱାରା ସେମାନଙ୍କ ଋଣ ଛାଡ ହୋଇପାରିବ। ଚାଷୀମାନେ ମାଗଣାରେ କୃଷ୍ଣା ନଦୀ ଜଳ ପାଆନ୍ତି। ଏହା ବ୍ୟତୀତ ବିଦ୍ୟୁତ ମଧ୍ୟ ମାଗଣା । ବିଭିନ୍ନ ମୁଖ୍ୟମନ୍ତ୍ରୀ ମଧ୍ୟ ମାଗଣାରେ ସାର ଓ ମଞ୍ଜି ଦେଉଛନ୍ତି। ଏଭଳି ପରିସ୍ଥିତିରେ, ଚାଷୀମାନଙ୍କର କେବଳ ଗୋଟିଏ ଇଚ୍ଛା ଅଛି, ଯେକୌଣସି ଉପାୟରେ, ପ୍ରତିବର୍ଷ ମରୁଡ଼ି ପରିସ୍ଥିତି ସୃଷ୍ଟି ହେବା ଉଚିତ ଯାହାଦ୍ୱାରା ସେମାନଙ୍କର ଋଣ ଛାଡ଼ ହୋଇ ପାରିବ।

ଭିଡିଓ ଭାଇରାଲ ହେବା ପରେ ଭାଜପା କଂଗ୍ରେସ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ଭାଜପା କହିଛି ସିଦ୍ଦରାମାୟାଙ୍କ କ୍ୟାବିନେଟରେ କେବଳ ମୂର୍ଖ ରହିଛନ୍ତି। ଭାଜପା କହିଛି କଂଗ୍ରେସର କୃଷକ ବିରୋଧୀ ସରକାର ଚାଷୀଙ୍କୁ ପରିହାସ କରୁଛନ୍ତି।

ଏହାପୂର୍ବରୁ ପାଟିଲ ତାଙ୍କ ବିବୃତ୍ତି ପାଇଁ ବହୁ ଥର ହେଡଲାଇନରେ ରହିଛନ୍ତି। ସେପ୍ଟେମ୍ବରରେ ସେ କହିଥିଲେ ରାଜ୍ୟ ସରକାର କ୍ଷତିପୂରଣ ବୃଦ୍ଧି କରିବା ପରେ କୃଷକଙ୍କ ଆତ୍ମହତ୍ୟା ବୃଦ୍ଧି ପାଇଛି। ତେବେ ପରେ ସେ ତାଙ୍କ ବିବୃତ୍ତି ପ୍ରତ୍ୟାହାର କରି କହିଥିଲେ ତାଙ୍କ ବିବୃତ୍ତିକୁ ଭୁଲ ବ୍ୟାଖ୍ୟା କରାଯାଇଛି। ତାଙ୍କର ଉଦ୍ଦେଶ୍ୟ ଏହା କହିବା ନ ଥିଲା।
ଏକ ବିବାହ ସମାରୋହରେ ନୋଟ ଊଡାଇଥିବା ତାଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓରେ ସେ ବିବାହ ଉତ୍ସବରେ ଯୋଗଦେଉଥିବା ଲୋକଙ୍କ ଉପରେ ଟଙ୍କା ପକାଉଥିଲେ। କିଛି ନୋଟ ମଧ୍ୟ ତାଙ୍କ ପାଦତଳେ ପଡ଼ିଥିଲା ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ରାଜ୍ୟସଭା ନିର୍ବାଚନ: ଭାଜପାର ଦବଦବା; ବିଜେଡି ଗୋଟିଏରେ ବିଜୟୀ

ଭୁବନେଶ୍ୱର,୧୬।୩: ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ରାଜ୍ୟର ୪ଟି ଆସନ ମଧ୍ୟରୁ ଭାଜପା…

ରାଜ୍ୟ ସଭା ନିର୍ବାଚନରେ ବିଜୟୀ ହେଲେ ଦିଲ୍ଲୀପ ରାୟ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ଦିଲ୍ଲୀପ ରାୟ ବିଜୟୀ ହୋଇଛନ୍ତି। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ଜିତିଛନ୍ତି। Dharitri – Odisha’s No.1 Odia Daily

ବିଶ୍ୱରେ ଚାଲିଛି ଯୁଦ୍ଧ, ଭାରତରେ ହ୍ରାସ ପାଇଲା ବେକାରୀ ହାର

ନୂଆଦିଲ୍ଲୀ,୧୬।୩: ବିଶ୍ୱ ଅର୍ଥନୀତିରେ ଯୁଦ୍ଧ ଓ ଅସ୍ଥିରତା ମଧ୍ୟରେ ଭାରତରୁ ଆସିଛି ଏକ ଆଶ୍ୱସ୍ତିକର ଖବର। ଦେଶରେ ବେକାରୀ ହାରରେ ସାମାନ୍ୟ ହ୍ରାସ ଘଟିଥିବା ପରିସଂଖ୍ୟାନ ମନ୍ତ୍ରଣାଳୟ…

SCBରେ ନିଆଁ: ରିପୋର୍ଟ ମାଗିଲେ NHRC

କଟକ, ୧୬।୩: କଟକ SCBରେ ନିଆଁ ଲାଗି ୧୦ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ(NHRC )। ଘଟଣାର ଅନୁଧ୍ୟାନ…

ପାରିବାରିକ କଳହର କରୁଣ ପରିଣତି, ଶାଶୁ-ଶଳାଙ୍କୁ ଛୁରୀ ଭୁସିଲେ ଜ୍ବାଇଁ

ଲକ୍ଷ୍ନୌ,୧୬ା୩: ଉତ୍ତରପ୍ରଦେଶ ବରେଲି ଜିଲାର ଇଜ୍ଜତନଗର ପୋଲିସ ଷ୍ଟେସନ ଅଞ୍ଚଳର ରାହପୁରା ଚୌଧୁରୀ ଅଞ୍ଚଳରେ ସୋମବାର ଏକ ପାରିବାରିକ ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା…

ଛତ୍ରପୁରରେ ଭୟଙ୍କର ଗ୍ୟାସ୍‌ ସଙ୍କଟ: ସିଲିଣ୍ଡର ନେବାକୁ ଉପଭୋକ୍ତାଙ୍କ ଲମ୍ବା ଲାଇନ୍‌

ଛତ୍ରପୁର,୧୬ା୩(ଦିଲ୍ଲୀ ସାମଲ): ଗ୍ୟାସ୍‌ ବୁକିଂ ନମ୍ବର ଲାଗୁନାହିଁ, ପୂର୍ବରୁ ବୁକିଂ ଥିଲେ ବିଳମ୍ବ ହେଉଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧର ତାଣ୍ଡବ ମଧ୍ୟରେ ମୁଣ୍ଡ ଟେକିଛି ବଡ଼ ଧରଣର ଶକ୍ତି…

ଖୁସିଖବର: ଯୁଦ୍ଧ ମଧ୍ୟରେ ଭାରତରେ ପହଞ୍ଚିଲା ଏତେ ମେଟ୍ରିକ ଟନ୍‌ ଗ୍ୟାସ, ଏବେ କମିଯିବ…

ନୂଆଦିଲ୍ଲୀ,୧୬।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅନେକ ଦେଶର ଜାହାଜ ହର୍ମୁଜ ପ୍ରଣାଳୀ ପାର୍‌ କରିପାରିନଥିଲେ, କିନ୍ତୁ ଦୁଇଟି ଭାରତୀୟ ଜାହାଜକୁ ଅନୁମତି…

ଦିଗପହଣ୍ଡି ପୋଲିସକୁ ସଫଳତା, ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ…

ଦିଗପହଣ୍ଡି,୧୬ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ସୋମବାର ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସୁନାରି ସାହିର ପ୍ରଦୀପ କୁମାର ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri