ବିଦ୍ୟୁତ୍‌ ସମସ୍ୟା ପ୍ରତିବାଦରେ ଚାଷୀଙ୍କ ଧାରଣା

ବରଗଡ଼, ୨୦।୩(ପ୍ରେମାନନ୍ଦ ଖମାରୀ)ବିଦ୍ୟୁତ ସମସ୍ୟା ନେଇ ବରଗଡ଼ ଜିଲାରେ ଚାଷୀ ଅସନ୍ତୋଷ ତେଜି ଉଠିଛି। ବୁଧବାର କୃଷକ ପରିବାର, ଭଟଲି ପକ୍ଷରୁ ସ୍ଥାନୀୟ ବିଦ୍ୟୁତ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ବିଭାଗୀୟ ଯନ୍ତ୍ରୀ ପହଞ୍ଚି ଆଲୋଚନା କଲାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ଏହି ଅବସରରେ କୃଷକ  ପରିବାରର ସଦସ୍ୟମାନେ ପ୍ରଥମେ ସ୍ଥାନୀୟ ନିୟନ୍ତ୍ରିତ ବଜାର ପ୍ରାଙ୍ଗଣରେ ଏକ ବୈଠକ କରିଥିଲେ। ସଙ୍ଗଠନର ସଭାପତି ଥବିର ସାହୁଙ୍କ ସଭାପତିତ୍ୱରେ ହୋଇଥିବା ବୈଠକରେ ଭଟଲୀ ବ୍ଲକର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ଚାଷୀମାନେ ଯୋଗଦାନ କରିଥିଲେ। ଧାନ ବିକ୍ରି ପାଇଁ ଚାଲିଥିବା ପଞ୍ଜୀକରଣ ପ୍ରକ୍ରିୟାରେ ଚଳିତ ବର୍ଷ ବିଦ୍ୟୁତ୍‌ ବିଲ ବାଧ୍ୟତାମୂଳକ କରାଯାଇଥିବା ପ୍ରସଙ୍ଗକୁ ନେଇ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଡିଆର୍‌ସିଏସ୍‌ ଯୁଗଳ କିଶୋର ଦାଶଙ୍କୁ ଫୋନ କରି ସଭାସ୍ଥଳରୁ ପଚରା ଯାଇଥିଲା ଏବଂ ତାର ସମାଧାନ ପାଇଁ ଦାବି ହୋଇଥିଲା।
ଅପରପକ୍ଷରେ ଅନ୍ୟ ବର୍ଷ ଗୁଡ଼ିକରେ କେବଳ ଉପଭୋକ୍ତା ନମ୍ବର ଦେଲେ ପଞ୍ଜୀକରଣ ଆବେଦନ ହୋଇ ପାରୁଥିଲା । ମାର୍ଗଦର୍ଶିକାରେ ମଧ୍ୟ କେବଳ ଉପଭୋକ୍ତା ନମ୍ବର ହିଁ ଆବଶ୍ୟକ ଅଛି। ଯଦି ବିଦ୍ୟୁତ୍‌ ବିଲ ବାଧ୍ୟ କରାଯାଏ, ଚାଷୀମାନେ ଆନ୍ଦୋଲାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି। ବୈଠକ ପରେ ଚାଷୀମାନେ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟକୁ ଯାଇଥିଲେ। ଲୋ ଭୋଲଟେଜ, ଅଘୋଷିତ ବିଦ୍ୟୁତ୍‌ କାଟ ଏବଂ ମାତ୍ରାଧିକ ବିଦ୍ୟୁତ୍‌ ବିଲ, ବିଦ୍ୟୁତ୍‌ ବିଲ ପୈଠ କରିଥିଲେ ସୁଦ୍ଧା ବିଲ କାଗଜ ଚାଷୀମାନଙ୍କୁ ନ ଦେବା ଅଭିଯୋଗ ନେଇ ଚାଷୀମାନେ ସେଠାକୁ ଯାଇଥିଲେ। ସେତେବେଳେ କାର୍ଯ୍ୟାଳୟରେ କେହି ନ ଥିବା ଯୋଗୁ ଚାଷୀମାନେ ସେଠାରେ ଧାରଣାରେ ବସିଥିଲେ। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସ୍ବାଧୀନ ସାହୁ ଖବର ପାଇ ସେଠାକୁ ଆସିଥିଲେ ଏବଂ ଧାରଣା ରତ ଚାଷୀମାନଙ୍କ ସହିତ ଆଲୋଚନା କରିଥିଲେ। ଚାଷୀମାନେ ଉପରୋକ୍ତ ସମସ୍ୟା ସମୂହ ତାଙ୍କଠାରେ ଉପସ୍ଥାପନ କରିଥିଲେ। ଉପରିସ୍ଥ ଅଧିକାରୀଙ୍କୁ ଉକ୍ତ ଦାବି ଗୁଡୁକ ଉପରେ ଜଣାଇ ବିହିତ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ସଂଯୁକ୍ତ କୃଷକ ସଂଗଠନ ଉପଦେଷ୍ଟା ରମେଶ ମହାପାତ୍ର, ସୁରେନ ସାହୁ, ହେମନ୍ତ ସାହୁ, ମେଘନାଦ ପଟେଲ, ଅଶୋକ ସାହୁ, ଦେବେନ୍ଦ୍ର ପଧାନ, ଫିରୋଜ ପଧାନ, କ୍ଷୀରୋଦ୍ର ପ୍ରମୁଖ ଏଥିରେ ସାମିଲ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri