ମଣ୍ଡିରୁ ଉଠୁନି ଧାନ, ଚାଷୀ ଅସନ୍ତୋଷ: ଦିନ ରାତି ଜଗି ବସିଛନ୍ତି ଚାଷୀ

ଅତାବିରା, ୧୯ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଗତ ମାସ ୨୮ ତାରିଖରୁ ମଣ୍ଡି ଖୋଲିଥିବା ବେଳେ ବର୍ତ୍ତମାନ ମଧ୍ୟ ଧାନ କିଣା ବିକା ସ୍ବାଭାବିକ ହୋଇପାରି ନାହିଁ l ଜିଲାର ୧ଲକ୍ଷ ୬୮ହଜାରରୁ ଊର୍ଦ୍ଧ୍ୱ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୨୦ହଜାର ଚାଷୀଙ୍କୁ ଟୋକନ ପ୍ରଦାନ କରାଯାଇଛି। ତେବେ ଏବେ ମଧ୍ୟ ୪୮ହଜାରରୁ ଊର୍ଦ୍ଧ୍ୱ ଚାଷୀ ଟୋକନ ପାଇବାରୁ ବଞ୍ଚତ୍ତ ରହିଛନ୍ତି। ଗତକାଲି ସୁଦ୍ଧା ୬ହଜାର ଚାଷୀଙ୍କଠାରୁ ୪ଲକ୍ଷ ୫୦ହଜାର କୁଇଣ୍ଟାଲ ଧାନ ରାଜ୍ୟ ସରକାର କିଣିଛନ୍ତି। ହେଲେ ଏବେ ବି ଲକ୍ଷ ଲକ୍ଷ ପ୍ୟାକେଟ ଧାନ ବିଭିନ୍ନ ମଣ୍ଡିରେ ପଡ଼ି ରହିଛି l ଅତାବିରା ମଣ୍ଡିରେ ୧୧ଲକ୍ଷ ୩୩୫ପ୍ୟାକେଟ ଧାନ ପଡ଼ିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୭ଲକ୍ଷ ୧୬ହଜାର ୫୪ ପ୍ୟାକେଟ ଧାନ ଉଠିଛି। ଅତାବିରା ଆର୍‌ଏମ୍‌ସି ଅଧୀନ ବିଭିନ୍ନ ମଣ୍ଡିରେ ଆଜି ବି ୩ଲକ୍ଷ ୮୪ ହଜାର ୨୮୧ ପ୍ୟାକେଟ ଧାନ ବିକ୍ରି ଅପେକ୍ଷାରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଫଳରେ ଧାନ କିଣାର ମନ୍ଥର ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପଟେ ଧାନମଣ୍ଡି ଫୁଲ୍‌ ହୋଇଯାଇଥିବା ବେଳେ ଚାଷୀଙ୍କ ପାଖରେ ଆଉ ଧାନ ରଖିବା ପାଇଁ ମଧ୍ୟ ଅନ୍ୟ କୌଣସି ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଚାଷୀ ତା’ର କଷ୍ଟ ଉପାର୍ଜିତ ଫସଲକୁ ନେଇ ଦିନ ରାତି ଜଗି ବସି ରହିଛନ୍ତି। ଧାନ ବିକ୍ରି ନ ହେଲେ ଆଗକୁ ରବି ଫସଲ ପାଇଁ କିପରି ପ୍ରସ୍ତୁତ ହେବ ତାହା ସବୁଠାରୁ ବଡ଼ ପ୍ରଶ୍ନ। ଅତାବିରାରେ ଧାନ କିଣାବିକାରେ ଦେଖା ଦେଇଥିବା ଅଚଳାବସ୍ଥା ସକାଶେ ସାମ୍ଭାବ୍ୟ ଆନ୍ଦୋଳନର ସମର୍ଥନ ପାଇଁ ଗୁରୁବାର ଅପରାହ୍ଣରେ ଅତାବିରା ଅଗ୍ରସେନ ଭବନରେ ରେଂଗାଲିକେମ୍ପ, ଅତାବିରା ଓ ଗୋ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାକୁ ନେଇ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ୱରେ ଏକ ବେଠକ ଚାଲିଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବଡ଼ ଝଟ୍‌କା, ହରମୁଜରେ ପାକ୍‌ ଜାହାଜ ସହ ଇରାନ କଲା ଏମିତି କାଣ୍ଡ…ଟ୍ରମ୍ପ କାବା!

ତେହରାନ,୨୫।୩: ଆମେରିକା-ଇସ୍ରାଏଲ ବିବାଦ ମଧ୍ୟରେ ଆଞ୍ଚଳିକ ମଧ୍ୟସ୍ଥତା ପାଇଁ ଏକ ଦାବିଦାର ଭାବରେ ନିଜକୁ ସ୍ଥାପିତ କରୁଥିବା ପାକିସ୍ତାନକୁ ଇରାନ ଏକ ବଡ଼ ଝଟକା ଦେଇଛି। ଏକ…

ରାମନବମୀ ନେଇ ଚଳଚଞ୍ଚଳ କୋରାପୁଟ ସହର:  ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ…  

କୋରାପୁଟ,୨୫।୩(ଅମିତାଭ ବେହେରା ): ଆସନ୍ତା ୨୭ ତାରିଖରେ ପବିତ୍ର ରାମ ନବମୀ ଉତ୍ସବ ପାଳନ କରାଯିବାକୁ ଥିବାବେଳେ ଏ ନେଇ କୋରାପୁଟ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି।…

ମଣ୍ଡିରେ ପଡ଼ିଛି ଚାଷୀଙ୍କ ଧାନ, ଟୋକନ ଆସିବା ପରେ ବି ଧାନ କିଣୁ ନାହାନ୍ତି ସରକାର

ମାଲକାନଗିରି,୨୫ା୩(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କଂଗ୍ରେସ କମିଟି ତରଫରୁ ବୁଧବାର ୧୨ ଘଣ୍ଟିଆ ଜିଲା ବନ୍ଦ ପାଳନ କରାଯାଇଛି। ୪ ଦଫା ଦାବି ନେଇ ଏହି ବନ୍ଦ…

ଦିନରେ ଶସ୍ତା ରାତିରେ ମହଙ୍ଗା ହେବ ବିଜୁଳି, ଇଲେକ୍ଟ୍ରି ସପ୍ଲାଏକୁ ନେଇ ଆସିଲା ନୂଆ ନିୟମ

ପାଟନା,୨୫।୩: ରାଜ୍ୟବାସୀ ଧ୍ୟାନ ଦିଅନ୍ତୁ! ବିଦ୍ୟୁତ ବିଲ ସମ୍ପର୍କରେ ଏକ ନୂଆ ଅପଡେଟ ଆସିଛି। ସାରା ରାଜ୍ୟରେ ବିଦ୍ୟୁତ ସମ୍ୱନ୍ଧୀୟ ନୂତନ ନିୟମ ଜାରି କରାଯାଇଛି। ଏବେଠାରୁ,…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା, ଏଲପିଜି ବୁକିଂ ନିୟମରେ ହୋଇନି ପରିବର୍ତ୍ତନ

ନୂଆଦିଲ୍ଲୀ,୨୫।୩: ବିଭିନ୍ନ ମହଲରେ ରିପୋର୍ଟ ଆସିଛି ଯେ ସରକାର ଏଲପିଜି ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛନ୍ତି। ଦୁଇଟି ସିଲିଣ୍ଡର କିମ୍ୱା ଡବଲ କନେକ୍ସନ ଥିବା ଗ୍ରାହକମାନଙ୍କୁ…

ଯୁଦ୍ଧ ମଧ୍ୟରେ ଉତ୍ତରାଧିକାରୀ ଘୋଷଣା କଲା ଇରାନ, ଜାଣନ୍ତୁ କିଏ ସେହି ମହମ୍ମଦ ବାଘେର

ନୂଆଦିଲ୍ଲୀ,୨୫।୩: ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦ ସଚିବ ଅଲି ଲାରିଜାନିଙ୍କ ମୃତ୍ୟୁ ପରେ, ଇରାନ ବ୍ରିଗେଡିୟର ଜେନେରାଲ ମହମ୍ମଦ ବାଘେର ଜୋଲକାଦରଙ୍କୁ ଏହାର ନୂତନ ସୁରକ୍ଷା ମୁଖ୍ୟ…

ଯୁଦ୍ଧ ଭିତରେ ‘ଏମରଜେନ୍ସି’ ଘୋଷଣା କଲା ଏହି ଦେଶ, ଲକ୍‌ଡାଉନ ପରି ବନ୍ଦ ହେଲା…

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଚାପ ଏବେ ଫିଲିପାଇନ୍ସ ପର୍ଯ୍ୟନ୍ତ ପହଞ୍ଚିଛି। ସାତ ସମୁଦ୍ର ଦୂର। ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଯୋଗୁଁ, ବିଶ୍ୱ ଇନ୍ଧନ ଯୋଗାଣ…

ଗୋଟି ଗୋଟି ସବୁ ଦେଶଠାରୁ ଯୁଦ୍ଧ କ୍ଷତି ଆଦାୟ କରିବ ଇରାନ, ଖେଳିଲା ବଡ଼ ଗେମ୍‌, ଏବେ ଭୋଗିବ ସାରା ବିଶ୍ୱ

ନୂଆଦିଲ୍ଲୀ, ୨୫।୩: ଟଳିନି ବିଶ୍ୱ ସଙ୍କଟ । ଯୁଦ୍ଧ ଦ୍ୱାରା ଏପର୍ଯ୍ୟନ୍ତ ହୋଇଥିବା କ୍ଷତି କେବଳ ଏକ ଝଲକ ଥିଲା। ପ୍ରକୃତ ସଙ୍କଟ ଏବେ ଆରମ୍ଭ ହୋଇଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri