Categories: ଜାତୀୟ

ଗୁରୁବାର ଆନ୍ଦୋଳନରୁ ହଟିବେ ଚାଷୀ

ନୂଆଦିଲ୍ଲୀ,୮।୧୨: କୃଷି ଆଇନ ବିରୋଧରେ ୧୫ ମାସ ଧରି ଚାଲିଥିବା ଆନ୍ଦୋଳନ ଶେଷ ହେବାକୁ ଯାଉଛି। ଏମ୍‌ଏସ୍‌ପି ଲାଗି ଆଶ୍ୱାସନା ସହ ଚାଷୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ସରକାର ରାଜି ହୋଇଥିବାରୁ ଚାଷୀ ସଂଗଠନଗୁଡ଼ିକ ଆନ୍ଦୋଳନ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗୁରୁବାର ବିଧିବଦ୍ଧ ଭାବେ ଆନ୍ଦୋଳନର ପରିସମାପ୍ତି ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଛି।

୩ କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ନେଇ ଆମର ଦାବି ଉପରେ କେନ୍ଦ୍ର ସରକାର ଦେଇଥିବା ସଂଶୋଧିତ ଡ୍ରାଫ୍ଟକୁ ଆମେ ଗ୍ରହଣ କରୁଛୁ। କେନ୍ଦ୍ର ନିକଟରୁ ଆନୁଷ୍ଠାନିକ ଚିଠି ମିଳିବା ପରେ ଆମେ ପୁଣି ଥରେ ଗୁରୁବାର ବୈଠକ କରିବୁ। ସେ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ଚାଷୀ ନେତା ଗୁରନାମ ସିଂ ଚାରୁନି କହିଛନ୍ତି।

କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ଆଲୋଚନା କରିବା ପାଇଁ ବୁଧବାର ୫ ଜଣିଆ ବରିଷ୍ଠ ଚାଷୀ ନେତାଙ୍କ ପ୍ୟାନେଲର ବୈଠକ ଦିଲ୍ଲୀରେ ବସିଥିଲା। ଆନ୍ଦୋଳନ ସହ ଜଡ଼ିତ ହଜାର ହଜାର ଚାଷୀଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲାକୁ ପ୍ରତ୍ୟାହାର କରିବା ପାଇଁ ଉକ୍ତ ପ୍ରସ୍ତାବରେ ଆଶ୍ୱାସନା ଦିଆଯାଇଛି। ଏଥିସହ ଏମ୍‌ଏସ୍‌ପି ଦାବିକୁ ପରକ୍ଷିବା ପାଇଁ ଏକ କମିଟି ଗଠନ କରିବାକୁ ମଙ୍ଗଳବାର ସନ୍ଧ୍ୟାରେ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏଥିଲାଗି ଆନ୍ଦୋଳନ ଶେଷ କରିବାକୁ ଶର୍ତ୍ତ ରଖାଯାଇଥିଲା।

 

Share