ରାସ୍ତା ଉପରେ ଚାଷୀଙ୍କୁ ଝୁଣି ପକାଇଲା ବାର୍‌ହା: ଭିଡିଓ ଭାଇରାଲ

ଭଞ୍ଜନଗର,୨୩।୪: ଶୁକ୍ରବାର ସନ୍ଧ୍ୟାରେ ଗଞ୍ଜାମ ଜିଲା ମୁଦୁଲିପଲ୍ଲୀ ଅଞ୍ଚଳରେ ଏକ ବାର୍‌ହା ଜନବସତି ଆଡକୁ ଚାଲିଆସିଥିଲା। ସେତିକିବେଳେ ଜମିକୁ କାମ କରିବାକୁ ଯାଇ ଘରକୁ ଫେରୁଥିଲେ ସୁବାସ ବିଷୋୟୀ। ସେ ବାର୍‌ହା ହାବୁଡ଼ରେ ପଡିଯାଇଥିଲେ। ବାର୍‌ହାଟି ସୁବାସଙ୍କୁ ରାସ୍ତା ଉପରେ ଝୁଣିି ପକାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ସୁବାସଙ୍କୁ ଉଦ୍ଧାର କରି ଭଞ୍ଜନଗର ହସ୍ପିଟାଲକୁ ଆଣିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଛି। ଖବରପାଇ ରେଞ୍ଜର କୁମର ବେହେରା ପହଞ୍ଚି ଘଟଣାର ତଦନ୍ତ ଚଳାଇଛନ୍ତି। ଅନ୍ୟପକ୍ଷେ ବାର୍‌ହା ସୁବାସଙ୍କୁ ଆକ୍ରମଣ କରୁଥିବା ବେଳର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।