Posted inଜାତୀୟ

ଅନ୍ନଦାତାଙ୍କ ରୋଷ: ଏନ୍‌ଏଚ୍‌-୯ ଅବରୋଧ, ସରକାରଙ୍କ ପାଖରେ ୩ ବିକଳ୍ପ

ନୂଆଦିଲ୍ଲୀ,୩।୧୨: କୃଷି ଆଇନ ନେଇ ଅନ୍ନଦାତାଙ୍କ ଆନ୍ଦୋଳନ ତୀବ୍ରତର ହେବାରେ ଲାଗିଛି। ପଞ୍ଜାବ ଏବଂ ହରିୟାଣାର ଚାଷୀ ଦିଲ୍ଲୀ ମୁହାଁ ହୋଇଥିବାବେଳେ ସେମାନଙ୍କୁ ଦିଲ୍ଲୀରେ ପ୍ରବେଶ ନ କରାଇବା ଲାଗି ସୀମାକୁ ସିଲ୍‌ କରିଦିଆଯାଇଛି। ଫଳରେ ଚାଷୀମାନେ ଏନ୍‌ଏଚ୍‌-୯ ଅବରୋଧ କରି ଖରା କାକରରେ ଭୋକ ଉପାସରେ ବସି ରହିଛନ୍ତି। ଆନ୍ଦୋଳନ ପ୍ରତ୍ୟାହାର ଲାଗି କେନ୍ଦ୍ର ସରକାରଙ୍କ ପାଖରେ ଏବେ ୩ଟି ବିକଳ୍ପ ରହିଥିବା ଚର୍ଚ୍ଚା ହେଉଛି। ପ୍ରଥମ ବିକଳ୍ପ ହେଉଛି ସରକାର କୃଷି ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରୁଥିବା ଆଇନ ପ୍ରଣୟଡ଼ କରିବା ଆବଶ୍ୟକ। ଏପରି ହେଲେ ଚାଷୀମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା କ୍ଷେତ୍ରରେ ଚିନ୍ତା କରିବେ ନାହିଁ। ସେହିପରି ଚାଷୀଙ୍କ ପାଇଁ ରିଟର୍ନ କ୍ଷେତ୍ରରେ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ସେହିପରି ଦ୍ୱିତୀୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାଳି ଜଳାଇବା ଲାଗି ଆଣି ଅଧ୍ୟାଦେଶ ଦ୍ୱାରା ଚାଷୀଙ୍କୁ ଏକ ବର୍ଷ ଜେଲ୍‌ ଏବଂ ଏକ କୋଟି ଟଙ୍କା ଜରିମାନା ଆଇନ ଆଣିଛନ୍ତି। ଦିଲ୍ଲୀରେ ହେଉଥିବା ବାୟୁପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ମାତ୍ର ଏହାଦ୍ୱାରା ଚାଷୀଙ୍କ ମଧ୍ୟରେ ଏକଭାବନା ସୃଷ୍ଟି ହୋଇଛି ଯେ, ସରକାର ବଳ ପୂର୍ବକ ସବୁ କିଛି କରିବାକୁ ଚାହୁଁଛନ୍ତି। ପଞ୍ଜାବ ଏବଂ ହରିୟାଣା ଚାଷୀଙ୍କ ମଧ୍ୟରେ ଏଭଳି ମନୋଭାବ ଅଧିକ ସୃଷ୍ଟି ହୋଇଛି। ଚାଷୀ ଏକ କ୍ୱିଣ୍ଟାଲ ପରାଳି ପାଇଁ ୨ଶହ ଟଙ୍କା କ୍ଷତିପୂରଣ ଦାବି କରୁଛନ୍ତି। ଅପରପକ୍ଷରେ ସୁପ୍ରିମ୍‌କୋର୍ଟ ଏହାକୁ ଶହେ ଟଙ୍କା କରିବା ଲାଗି ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହା ଉପରେ ବିଚାର କରିବା ଲାଗି କୋର୍ଟ କହିଛନ୍ତି। ଏକ୍ଷେତ୍ରରେ ସରକାର ରିହାତି ଯୋଜନା ଲାଗୁକଲେ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶର ଚାଷୀ ଉପକୃତ ହୋଇପାରିବେ। ତୃତୀୟରେ ସରକାରଙ୍କୁ ନୂଆ ବଜାର ଆଇନ ପ୍ରଣୟନ କରିବା ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ଏହା ଦ୍ୱାରା ମୁକ୍ତ ବଜାର ସ୍ଥାପନ ହେବା ସହିତ ବେପାରିଙ୍କୁ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ୩ ଟି ବିକଳ୍ପ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଲେ ହୁଏତ ଅନ୍ନଦାତାଙ୍କ ଆନ୍ଦୋଳନ ବନ୍ଦ ହୋଇପାରିବ ବୋଲି ବିଶେଷଜ୍ଞ ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri