Categories: ଜାତୀୟ

କୃଷକ ଆନ୍ଦୋଳନ: ତୋମାର କହିଲେ ମୁଁ ଜ୍ୟୋତିଷ ନୁହେଁ ୪ ଜାନୁୟାରୀରେ କ’ଣ ହେବ କହିପାରିବି

ନୂଆଦିଲ୍ଲୀ,୨ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଆଜକୁ ପ୍ରାୟ ୩୮ ଦିନ ହେବ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର କୃଷକ । ଜାନୁୟାରୀ ୪ରେ ସରକାରଙ୍କ ସହ ଏମାନଙ୍କର ବୈଠକ ରହିଛି । ତେବେ ଏହାକୁ ନେଇ ଶୁକ୍ରବାର କୃଷକ ନେତାମାନେ କହିଛନ୍ତି ଯଦି ଆମ ଦାବିର କୌଣସି ସମାଧାନ ନ ହେଲା ତେବେ ଆମେ କଠୋର ହୋଇଯିବୁ । କୃଷକ ସଙ୍ଗଠନ କହିଛି ନୂଆ ଆଇନକୁ ପ୍ରତ୍ୟାହାର କରିବା ଓ ଏମ୍‌ଏସ୍‌ପି ଉପରେ ଆଇନଗତ ଗ୍ୟାରେଣ୍ଟି ଠାରୁ କମ୍ ଗ୍ରହଣୀୟ ହେବ ନାହିଁ । ଏହାକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯାହା ହେବ ଠିକ୍ ହେବ । ହେଲେ ମୁଁ ଜ୍ୟୋତିଷ ନୁହେଁ ଯେ ଜାନୁୟାରୀ ୪ରେ କ’ଣ ହେବ ସେ ଏବେଠାରୁ କହିପାରିବେ । ଅନ୍ୟପଟେ ହାଡଭଙ୍ଗା ଶୀତରେ ରାଜରାସ୍ତାରେ ଦୀର୍ଘ ୩୮ ଦିନ ହେବ ଆନ୍ଦୋଳନରେ ବସିଥିବା କୃଷକ କହିଛନ୍ତି ଏପର୍ଯ୍ୟନ୍ତ ସରକାରଙ୍କ ସହ ମାତ୍ର ୫ ପ୍ରତିଶତ କଥାବାର୍ତ୍ତା ହୋଇଛି । ଜାନୁୟାରୀ ୪ ବୈଠକରେ ଯଦି ସରକାର ଫେଲ ମାରନ୍ତି ତେବେ ହରିୟାଣାର ମଲ ଓ ପେଟ୍ରୋଲ୍ ପମ୍ପ ବନ୍ଦ କରି ଦିଆଯିବ ।

Share