ସରକାରୀ ଧାନ ବିହନ କିଣିବାକୁ ଚାଷୀ ଅମଙ୍ଗ

ନବରଙ୍ଗପୁର,୧୨।୬(ବି.ପ୍ର.): ରାଜ୍ୟ ସରକାର ସମସ୍ତ ଚାଷୀଙ୍କୁ ଉତ୍କୃଷ୍ଟମାନର ଧାନ ବିହନ ଯୋଗାଇବା ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବିଭିନ୍ନ ଜିଲାର ବିହନ ନିଗମର ବିହନ ପ୍ରକ୍ରିୟାକରଣ କେନ୍ଦ୍ର ରହିଛି। ରାଜ୍ୟର ଅଧିକାଂଶ ଜିଲାରେ ସରକାରୀ ଧାନ ବିହନର ଚାହିଦା ଅଧିକା ଥିବାବେଳେ ନବରଙ୍ଗପୁର ଜିଲାରେ ସରକାରୀ ବିହନ ଗୋଦାମରେ ସେମିତି ପଡ଼ିରହୁଛି । ସରକାରୀ ସାର୍ଟିଫାଏଡ୍‌ ବିହନ ପରିବର୍ତ୍ତେ ହାଇବ୍ରିଡ ବିହନ ନେଉଛନ୍ତି ଚାଷୀ। ହାଇବ୍ରିଡ ବିହନର ମାନ ନେଇ କେହି ଉତ୍ତରଦାୟୀ ନ ଥିଲେ ବି ହାଇବ୍ରିଡ ବିହନ ପ୍ରତି ଚାଷୀଙ୍କ ଆଗ୍ରହ ବଢୁଛି।
ନବରଙ୍ଗପୁର ଜିଲାରେ ପ୍ରାୟ ୧ ଲକ୍ଷ ୧ ହଜାର ହେକ୍ଟର ଜମିରେ ଧାନ ଚାଷ କରିବା ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଛି। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ସରକାରୀ ଧାନ ବିହନ ଥରେ ବ୍ୟବହାର କରିଲେ ଉକ୍ତ ବିହନରୁ ଉତ୍ପାଦିତ ଧାନକୁ ବିହନ ଆକାରରେ ୩ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିହେବ। ଜିଲାକୁ ପ୍ରାୟ ୧୭ ହଜାର କୁଇଣ୍ଟାଲ ଧାନ ବିହନ ଆବଶ୍ୟକ ପଡିଥାଏ। ଚଳିତ ବର୍ଷ କୃଷି ବିଭାଗ ପ୍ରଥମ ପର୍ଯ୍ୟାୟରେ ୮ ହଜାର କୁଇଣ୍ଟାଲ ବିହନ ଯୋଗାଇବା ଲକ୍ଷ୍ୟ ରଖିଥିଲା। ଏଯାଏ ୧୫ ଶହ କୁଇଣ୍ଟାଲ ସରକାରୀ ଧାନ ବିହନ ଜିଲାକୁ ଯୋଗାଣ ହୋଇଛି। ଚନ୍ଦାହାଣ୍ଡି ବ୍ଲକର ୫ ଜଣ ଡିଲରଙ୍କୁ ୨୮୦, ଚନ୍ଦାହାଣ୍ଡି ଲ୍ୟାମ୍ପସକୁ ୧୦୦, ଡାବୁଗାଁ ବ୍ଲକର ୩ ଜଣ ଡିଲରଙ୍କୁ ୮୨, ଉମରକୋଟ ଆରସିଏମ୍‌ଏସ୍‌କୁ ୫୦, ପାପଡାହାଣ୍ଡି ଲ୍ୟାମ୍ପସକୁ ୩୪, କୋଡିଙ୍ଗା ଓ ଡାବୁଗାଁ ଲ୍ୟାମ୍ପକୁ ୩୦, ଉମରକୋଟ, ଝରିଗାଁ, ରାଇଘର, ଅଞ୍ଚଳଗୁମ୍ମା, ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, ମଇଦଲପୁର ଓ କୋଷାଗୁମୁଡା ଲ୍ୟାମ୍ପସକୁ ୫୦ କୁଇଣ୍ଟାଲ ଲେଖାଏ ଏହିପରିଭାବେ ୧୩ ଲ୍ୟାମ୍ପ ଓ ୧୦ ଡିଲରଙ୍କୁ ୧୦୫୭ କୁଇଣ୍ଟାଲ ବିହନ ଯୋଗାଣ ହୋଇଥିଲା।
ସରକାରୀ ନିୟମାନୁଯାୟୀ ଏକରେ ଜମିକୁ ସରକାରୀ ବିହନ ୨୦ କେଜି ଆବଶ୍ୟକ ହେଉଥିବା ବେଳେ ଜିଲାକୁ ଯୋଗାଣ ହୋଇଥିବା ମୋଟ ବିହନ ପ୍ରାୟ ୨ ହଜାର ହେକ୍ଟର ଜମିରେ ହିଁ ବ୍ୟବାହାର ହୋଇପାରିବ। ତେବେ ଯେଉଁ ବିହନ ଯୋଗାଣ ହୋଇଛି ସେଥିମଧ୍ୟରୁ କେବଳ ଚନ୍ଦାହାଣ୍ଡି ଓ ଡାବୁଗାଁ ବ୍ଲକକୁ ଛାଡିଦେଲେ ଅନ୍ୟ ସ୍ଥାନରେ ସରକାରୀ ବିହନର ଆଦୌ ଚାହିଦା ନାହିଁ। ଫଳରେ ପ୍ରାୟ ୨୦ ପ୍ରତିଶତ ସରକାରୀ ବିହନ ହିଁ ବିକ୍ରି ହୋଇଥିବା ସୂଚନା ମିଳିଛି। ବିହନ ବିକ୍ରି ନ ହୋଇ ସରକାରୀ ଗୋଦାମରେ ଖତ ଖାଉଛି। ଜିଲାରେ ପ୍ରାୟ ୭୦ ପ୍ରତିଶତ ଜମିରେ ହାଇବ୍ରିଡ ଧାନ ବିହନ ବ୍ୟବହାର ହେଉଛି। ସରକାରୀ ବିହନ ଏକର ପିଛା ୨୦ କେଜି ଆବଶ୍ୟକ ହେଉଥିବାବେଳେ ହାଇବ୍ରିଡ ବିହନ ଏକର ପିଛା ୬ କେଜି ଆବଶ୍ୟକ ପଡୁଛି। ସରକାରୀ ବିହନ ପାଇଁ ସରକାର ପ୍ରତି ୨୦ କେଜିରେ ୪୩୦ ଟଙ୍କା ରିହାତି ଦେଉଛନ୍ତି। ହାଇବ୍ରିଡ ବିହନ ୩ କେଜି ପିଛା ୮ଶହରୁ ୧ ହଜାର ଟଙ୍କା ପଡୁଛି। ତଥାପି ଚାଷୀ ସରକାରୀ ବିହନ ପ୍ରତି ଅମଙ୍ଗ ହେଉଛନ୍ତି। ଆନ୍ଧ୍ର, ତେଲଙ୍ଗାନା ଓ ଛତିଶଗଡ଼ର ହାଇବ୍ରିଡ ବିହନ ସାରା ଜିଲାରେ ରାଜୁତି କରୁଛି। ଓଡ଼ିଶାର ୧୦୦୧ ଭଳି ବିହନ ଚାଷୀ ନ ନେଇ ଆନ୍ଧ୍ରରୁ ଉକ୍ତ ବିହନ ଆସିଲେ ତାହାକୁ କିଣୁଛନ୍ତି। ବିଭିନ୍ନ ରାଜ୍ୟର ଘରୋଇ ବିହନ କମ୍ପାନୀ ନବରଙ୍ଗପୁର ଜିଲାର ଗାଁର ନିଜର ବଜାର ଖୋଲି ଦେଇଛନ୍ତି। ଗାଁ ଗାଁ ଯାଇ ନିଜ ବିହନର ପ୍ରଚାର କରି ବିକ୍ରି କରାଯାଉଥିବାରୁ ଚାଷୀ ହାଇବ୍ରିଡ ବିହନ ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି। ତେବେ ଅନେକ ସମୟରେ ଚାଷୀ ହାଇବ୍ରିଡ ଧାନ ବିହନ ବ୍ୟବହାର କରି ଠକାମିର ଶିକାର ହୋଇଥିଲେ ମଧ୍ୟ ଚାଷୀ ହାଇବ୍ରିଡ ଧାନ ବ୍ୟବହାର କରୁଛି।
ସରକାର ସାର୍ଟିଫାଏଡ ଧାନ ବିହନ ଅମଳ କ୍ଷମତା ହାଇବ୍ରିଡ ଧାନ ବିହନ ଅପେକ୍ଷା ବହୁ ଗୁଣରେ କମ ରହୁଛି। ଧାନ ବିହନ ପ୍ରୋସେସିଂ କେନ୍ଦ୍ରଗୁଡିକରେ ଅଣଚାଷୀ ଓ ପଞ୍ଜୀକରଣ ନ ଥିବା ଚାଷୀଙ୍କ ଧାନ ବିହନ ପ୍ରବେଶ ବିହନ ମାନ ପ୍ରତି ପ୍ରଶ୍ନ ଉଠୁଛି । ନବରଙ୍ଗପୁର ଲ୍ୟାମ୍ପସକୁ ବର୍ତ୍ତମାନ ସୁଦ୍ଧା ୫୦ କୁଇଣ୍ଟାଲ ସରକାରୀ ଧାନ ବିହନ ଯୋଗାଣ ହୋଇଛି। ଏଯାଏ ମାତ୍ର ୧୫କୁଇଣ୍ଟାଲ ବିହନ ବିକ୍ରି ହୋଇପାରିଛି। ସରକାରୀ ଧାନ ବିହନ ଥରେ ଆଣିବା ପରେ ଫେରସ୍ତ ବ୍ୟବସ୍ଥା ନ ଥିବାରୁ ଲ୍ୟାମ୍ପସଗୁଡିକ କ୍ଷତି ସହୁଛନ୍ତି। ସରକାରୀ ଧାନ ବିହନ ଆଣିଥିଲି। ଅଧା ଧାନ ପୋଲା ବାହାରିଲା। ଯାହାବି ଧାନ ପଲା ପକାଇଲି ସେଥି ମଧ୍ୟରୁ ଅଧା ଗଜା ହେଲା ଆଉ ଅଧା ସ୍ଥାନରେ ଗଜା ହେଲା ନାହିଁ। ସରକାରୀ ଧାନ ବିହନରେ ଅମଳ କମ ରହୁଛି। ବିହନ ମଧ୍ୟ ଠିକ ରହୁନାହିଁ। ଏଥି ପାଇଁ ହାଇବ୍ରିଡ଼ ଧାନ ପ୍ରତି ଆଗ୍ରହ ରହିଛି ବୋଲି ନବରଙ୍ଗପୁର ବ୍ଲକ ବିକ୍ରମପୁରର ଚାଷୀ କାହ୍ନୁଚରଣ ଭୋଳ କହିଛନ୍ତି। ସରକାରୀ ଧାନ ବିହନ ଗଜା ଭଲ ହେଉନାହିଁ। ଅମଳ ମଧ୍ୟ କମ୍‌। ଏଥିପାଇଁ ହାଇବ୍ରିଡ଼ ଧାନ କରୁଛୁ। ହାଇବ୍ରିଡ଼ ଧାନରେ ଅମଳ ଅଧିକ ଆସୁଛି। ଚାଷୀ ନିଶ୍ଚିତଭାବେ ଅଧିକ ଅମଳ ଦିଗରେ ଦୃଷ୍ଟି ଦେବେ ବୋଲି ନବରଙ୍ଗପୁରର ଚାଷୀ ଆଦିତ୍ୟ ସାହୁ କହିଛନ୍ତି। ଏନେଇ ଜିଲା ମୁଖ୍ୟ କୃଷି ଅଧିକାରୀ ଗୋକୁଳ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ଜିଲାକୁ ୧୧ ହଜାର ସରକାରୀ ଧାନ ବିହନ ଯୋଗାଇବା ଲକ୍ଷ୍ୟ ରହିଛି। ଏଯାଏ ୧୫ ଶହ କୁଇଣ୍ଟାଲ ବିହନ ଯୋଗାଣ ହୋଇପାରିଛି। ତେବେ ଚାଷୀ ହାଇବ୍ରିଡ ଧାନ ବିହନ ପାଇଁ ଆଗ୍ରହ ରଖୁଛନ୍ତି। ଏ କଥାକୁ ସ୍ବୀକାର କରିଛନ୍ତି। ହାଇବ୍ରିଡ ଧାନ ବିହନ ସାର୍ଟିଫାଏଡ ନୁହେଁ, ସରକାରୀ ବିହନ ସାର୍ଟିଫାଏଡ଼ ହୋଇଥିଲେ ମଧ୍ୟ କଣ ପାଇଁ ଗ୍ରହଣ କରୁ ନାହାନ୍ତି ତାହା ଚନ୍ତାଜନକ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?