ସାର ପାଇଁ ହନ୍ତସନ୍ତ: ଆଧାରକାର୍ଡ ପକାଇ ଲାଇନ୍‌ ଦେଉଛନ୍ତି ଚାଷୀ, ୨୬ ପ୍ୟାକ୍ସକୁ ମିଳିଲା ମାତ୍ର…

କେସିଙ୍ଗା,୬।୯(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ୨୬ଟି ଗ୍ରାମ ପଞ୍ଚାୟତରେ ଚାଷୀଙ୍କୁ ୟୁରିଆ ସାର ମିଳି ନ ଥିବାରୁ ଧାନ ଚାଷରେ ଘୋର ସମସ୍ୟା ଦେଖା ଦେଉଥିଲା। କୃଷିବିଭାଗ ପକ୍ଷରୁ ୟୁରିଆ ସାର ଯୋଗାଣରେ ଅବ୍ୟବସ୍ଥା
ନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି। କଳାହାଣ୍ଡି ଜିଲାକୁ କେସିଙ୍ଗା ବ୍ଳକର ଚାଷୀଙ୍କ ଆବଶ୍ୟକତାଠାରୁ ଅଧୁକ ୟୁରିଆ ସାର ଯୋଗାଣ ସତ୍ତ୍ୱେ କାହିଁକି ମିଳୁନାହିଁ ତାହା ତଦନ୍ତ ସାପେକ୍ଷ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ପରିସ୍ଥିତିରେ ଧାନ ଓ କପା ଚାଷ ପାଇଁ ୟୁରିଆ ସାର ନିତ୍ୟାନ୍ତ ଆବଶ୍ୟକ ହୋଇପଡ଼ିଛି। ତାହାକୁ ଦୃଷ୍ଟିରେ ରଖି ଗତକାଲି କେସିଙ୍ଗା ରେଲୱେ ରେକ ପଏଣ୍ଟକୁ ୧୩୩୭.୪ଶହ ମେଟ୍ରିକ ଟନ ଆଇପିଏଲ ୟୁରିଆ ସାର ଆସିଥିଲା। ଯାହାକି ଏଥିରେ ବସ୍ତା ପିଛା ୪୫କେଳି ହିସାବରେ ୨୯ହଜାର ୭୨୦ ବସ୍ତା । ସେଥିମଧ୍ୟରୁ କେବଳ ୪୪୩.୫୨୦ ମେଟ୍ରିକ ଟନ ଅର୍ଥାତ୍‌ ୯୮୫୬ ବସ୍ତା ୟୁରିଆ ସାର ମାର୍କଫେଡ ଅଧୀନରେ ଥିବା କେସିଙ୍ଗା ବଫରକୁ ଯୋଗାଇ ଦିଆଯାଇଥୁଲା ବାକି ୧୯୮୬୪ବସ୍ତା ୟୁରିଆ ସାର କେବଳ ଘରୋଇ ଡିଲରମାନଙ୍କୁ ଯୋଗାଇ ଦିଆଯାଇଥିଲା। ହେଲେ ୧୯୮୬୪ ବସ୍ତା ୟୁରିଆ ସାର ଜିଲାର କେଉଁକେଉଁ ଘରୋଇ ଡିଲରମାନଙ୍କ ପାଖକୁ ଯାଇଛି ତାହା ସ୍ପଷ୍ଟ ସୂଚନା ମିଳିପାରିନାହିଁ। କେବଳ ମାର୍କଫେଡ ଅଧିନସ୍ଥ କେସିଙ୍ଗା ବଫର ମ୍ୟାନେଜରଙ୍କ ଜରିଆରେ ଗତକାଲି ୨୬ଟି ପ୍ୟାକ୍ସକୁ ୯୮୫୬ ବସ୍ତା ୟୁରିଆ ସାର ପଠାଯାଇଥିଲା। ଏଥିରେ ୩୦.୬ ଶହ ମେଟ୍ରିକ ଟନ ରିଷିତା, ୩୦.୪୨୦ ମେଟ୍ରିକ ଟନ କର୍ଲାମୁଣ୍ଡା ପ୍ୟାକ୍ସ ଏବଂ ବାକି ଅନ୍ୟ ୨୪ଟି ପ୍ୟାକୁ ୧୫.୩୦୦ ମେଟ୍ରିକ ଟନ ଅର୍ଥାତ୍‌ ୩୪୦ ବସ୍ତା ୟୁରିଆ ସର ଯୋଗାଇ ଦିଆଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ଚାଷୀମାନଙ୍କ ଚାହିଁବା ଦୃଷ୍ଟିରୁ ବିଭିନ୍ନ ପ୍ୟାକ୍ସକୁ ଆବଶ୍ୟକ ଅନୁସାରେ ଯେତିକି ୟୁରିଆ ସାର ପହଞ୍ଚିବା କଥା ତାହା ପହଞ୍ଚି ପାରିନଥିବା ଯୋଗୁଁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ୟୁରିଆ ସାର ପାଇଁ କାଣ୍ଡେଲ, କେସିଙ୍ଗା, ଉତକେଲା, କସୃପଡା,ତୁଣ୍ଡଳା,ପାଷ୍ଟିକୁଡି ଆଦି ପ୍ୟାକ୍ସରେ ଚାଷୀଙ୍କ ପ୍ରବଳ ଭିଡ଼ ଦେଖୁବାକୁ ମିଳିଛି। ଆଧାର କାର୍ଡକୁ ଲାଇନରେ ରଖି ଦିନ ତମାମ ଅପେକ୍ଷା କରିବା ପରେ ମଧ୍ୟ ସାର ନପାଇ ଚାଷୀ ନିରାଶ ହୋଇ ଘରକୁ ଫେରିଥିଲେ। ଏନେଇ କଳାହାଣ୍ଡି ଜିଲା ମୁଖ୍ୟ କୃଷି ଅଧିକାରୀ ଶୁଭେନ୍ଦୁ କରଙ୍କୁ ପଚାରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବିଭିନ୍ନ ସ୍ଥାନରେ ଚଢଉ କରି ତଦନ୍ତ କରାଯାଉଛି। ଚାଷୀଙ୍କୁ ୟୁରିଆ ସାର ଆଉ ସମସ୍ୟା ରହିବ ନାହିଁ । ଦିନେ ଦୁଇଦିନ ଭିତରେ ଜିଲ୍ଲାକୁ ଇଫକୋର ସୁରିଆ ସର ପହଞ୍ଚିବ ବୋଲି କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

‘ସାଂଗଠନିକ କାର୍ଯ୍ୟର ପ୍ରସାର ଜରୁରୀ’

ବଞ୍ଚୋ,୧୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଆନନ୍ଦପୁର ଷ୍ଟାଡିୟମରେ ନେତାଜୀ ପ୍ରଭାତ ଶାଖା ପକ୍ଷରୁ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ଉତ୍ସବ ଆଡମ୍ବରପୂର୍ଣ୍ଣ ଭାବେ ପାଳନ…

ଡାଲମା ହାଣ୍ଡିରୁ ବାହାରିଲା ବିଷାକ୍ତ ସାପ, ପ୍ରସାଦ ସେବନ ପରେ ଘଟିଲା…

ପଟ୍ଟମୁଣ୍ଡାଇ,୧୯ା୩(କଳ୍ପତରୁ ନାୟକ): ଡାଲମା ହାଣ୍ଡିରେ ଏକ ବିଷାକ୍ତ ସାପ ପଡ଼ିଯିବାରୁ ଏହି ଡାଲମା ଖାଇ ୩୦ ଅସୁସ୍ଥ ହୋଇପଡ଼ିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri