Categories: ଜାତୀୟ

କୃଷକଙ୍କ ସହ ଆତଙ୍କବାଦୀ ଭଳି ବ୍ୟବହାର ହେଉଛି: ସଞ୍ଜୟ ରାଉତ

ମୁମ୍ବାଇ,୨୯ ।୧୧: କୃଷି ଆଇନକୁ ନେଇ ପ୍ରାୟ ୪ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରହିଛି । ସର୍‌କାର ଏବେ ପର୍ଯ୍ୟନ୍ତ ସେମାନଙ୍କୁ ଦିଲ୍ଲୀ-ହରିୟାଣାକୁ ଯୋଡୁଥିବା ସିନ୍ଧୁ ସୀମାରେ ଅଟକାଇ ରଖିଛି । ଏହାକୁ ଦେଖି ଶିବସେନା ନେତା ତଥା ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତ କହିଛନ୍ତି କୃଷକଙ୍କମାନଙ୍କ ସହ ଯେଉଁଭଳି ବ୍ୟବହାର କରାଯାଉଛି ତାକୁ ଦେଖିଲେ ଲାଗୁଛି ସତେ ଯେମିତି ସେମାନେ ଆତଙ୍କବାଦୀ । ଏହାଦ୍ୱାରା କୃଷକଙ୍କ ଅପମାନ ହେଉଛି ବୋଲି ସଞ୍ଜୟ ମତ ରଖିଛନ୍ତି । ଦିଲ୍ଲୀ ପ୍ରବେଶ କରିବା ପୂର୍ବରୁ କୃଷକମାନଙ୍କୁ ଯେଉଁଭଳି ଭାବରେ ଅଟକାଇ ଦିଆଯାଇଛି ଏଥିରୁ ଲାଗୁଛି ସତେ ଯେମିତି ସେମାନେ ଦେଶର କେହି ନୁହେଁ । ଏହାସହ ସେମାନେ ଶିଖ ହୋଇଥିବାରୁ ଓ ପଞ୍ଜାବ-ହରିୟାଣାରୁ ଆସିଥିବାରୁ ସେମାନଙ୍କୁ ଖଲିସ୍ତାନୀ କୁହାଯିବା ବି ଉଚିତ୍ ନୁହେଁ । ଏହା ସମ୍ପୂର୍ଣ୍ଣ ଭାବେ କୃଷକଙ୍କ ଅପମାନ ବୋଲି ସଞ୍ଜୟ କହିଛନ୍ତି । ସୂନାଯୋଗ୍ୟ, କୃଷି ଆଇନକୁ ନେଇ ଲଗାତାର ପ୍ରାୟ ୪ ଦିନ ହେବ କୃଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ରବିବାର ମଧ୍ୟ ଏହା ଜାରି ରହିଛି ।

Share