Categories: ଜାତୀୟ

କେନ୍ଦ୍ର ସରକାରଙ୍କୁ କୃଷକ ନେତାଙ୍କ ଧମକ

ନୂଆଦିଲ୍ଲୀ,୨୬ ।୭: ଭାରତୀୟ କୃଷକ ୟୁନିୟନର ରାଷ୍ଟ୍ରୀୟ ପ୍ରବକ୍ତା ରାକେଶ ଏକାଏତ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ସରକାର ଯଦି ଆମର ଦାବି ମାନି ନ ନିଅନ୍ତି ତେବେ ଆମେ ଲକ୍ଷ୍ନୌକୁ ଦିଲ୍ଲୀ କରିଦେବୁ । ସେ ଆହୁରି ମଧ୍ୟ କହିଛନ୍ତି ଉତ୍ତରପ୍ରଦେଶ ଆନ୍ଦୋଳନର ରାଜ୍ୟ । ରାକେଶ କହିଛନ୍ତି ୪ ବର୍ଷ ହେବ ଗହମର ଦାମ୍ ବଢିନାହିଁ । ୧୨ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବାକି ରହିଛି । ଯୋଗୀ ସରକାର ଗହମରେ ଏକ ଟଙ୍କା ବି ବୃଦ୍ଧି କଲେ ନାହାନ୍ତି । ୭-୮ଟି ରାଜ୍ୟରେ କୃଷକଙ୍କୁ ବିଜୁଳୀ ମାଗଣା ଦିଆ ଯାଉଥିବା ବେଳେ ଉତ୍ତର ପ୍ରଦେଶରେ ଏମିତି ନାହିଁ । ସେ କହିଛନ୍ତି ଗୁଜରାଟରେ ପୋଲିସ ସରକାର ଚଳାଉଛି । ଏମିତି କିଛି ଉତ୍ତର ପ୍ରଦେଶରେ ହେବାକୁ ଯାଉଛି । ରାକେଶ ଟିକାଏତ କହିଛନ୍ତି , ଆମେ କୃଷକଙ୍କ ନିକଟକୁ ଯିବୁ । ସେପ୍ଟେମ୍ବର ୫ରେ ମୁଜାଫରନଗରରେ ଏକ ବଡ କୃଷକ ପଞ୍ଚାୟତର ଆୟୋଜନ କରାଯାଇଛି । କ୍ୟାମେରା ଓ କଲମ ଉପରେ କଡା ନଜର ରଖାଯିବ । ଉତ୍ତର ପ୍ରଦେଶ ସାରା ଦେଶକୁ କ୍ୟାପଚର କରିଦେଇଛିି । ସେ କହିଛନ୍ତି ଯେପର୍ଯ୍ୟନ୍ତ ସରକାର ନୂଆ କୃଷି ଆଇନକୁ ଫେରାଇ ନେଇ ନାହାନ୍ତି ସେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯିବ । ଆମେ ଦିଲ୍ଲୀକୁ ଉତ୍ତର ପ୍ରଦେଶ କରିଦେବୁ । ଲକ୍ଷ୍ନୌକୁ ଚାରିପଡୁ ବାଟ ବନ୍ଦ କରିଦେବୁ ।

Share