Categories: ଜାତୀୟ

କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି: କୃଷି ମନ୍ତ୍ରୀ

ନୂଆଦିଲ୍ଲୀ,୫ ।୨: ରାଜ୍ୟ ସଭାରେ ଶୁକ୍ରବାର ବି କୃଷକ ଆନ୍ଦୋଳନ କଥାକୁ ନେଇ ଗୃହ ହୋଇଛି ସରଗରମ । ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଚର୍ଚ୍ଚା ଜାରି ରହିଛି । ଅନ୍ୟପଟେ ବିରୋଧୀ ନୂଆ ୩ କୃଷି ଆଇନକୁ ଫେରାଇ ନେବାକୁ ସକରାରଙ୍କ ନିକଟରେ ଦାବି କରିଛନ୍ତି । ଭାରତୀୟ ଜନତା ପାଟି(ଭାଜପା) ନିଜ ରାଜ୍ୟ ସଭା ସଦସ୍ୟଙ୍କୁ ୮ ଫେବୃୟାରୀରୁ ୧୨ ଫେବୃୟାରୀ ପର୍ଯ୍ୟନ୍ତ ଉପସ୍ଥିତ ରହିବାକୁ ୩ ଲାଇନର ହ୍ୱିପ ଜାରି କରିଛି । କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଗୃହରେ ସରକାରଙ୍କ ପକ୍ଷ ରଖିଛନ୍ତି । ସେ କୃଷି ସୁଧାର ଆଇନ ଓ ଆନ୍ଦୋଳନକୁ ନେଇ ସରକାରଙ୍କ ରୋଡମ୍ୟାପ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କୃଷିମନ୍ତ୍ରୀଙ୍କୁ ବୟାନକୁ ନେଇ ବିରୋଧୀ ହଟ୍ଟଗୋଳ କରିଛନ୍ତି । ହେଲେ କୃଷିମନ୍ତ୍ରୀ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଗାଁ, ଗରିବ ଓ କୃଷକଙ୍କ ଉନ୍ନତି ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରତିବଦ୍ଧ । ମୋଦିଙ୍କ ସରକାର ମନରେଗାର ଟଙ୍କା ବୃଦ୍ଧି କଲେ ଏହାକୁ ପରିମାର୍ଜିତ କଲେ । ମନରେଗାକୁ ବହ ଉପଯୋଗୀ କଲେ । କୋଭିଡ ସମୟରେ ଏଥିପାଇଁ ୬୧ ହଜାର କୋଟି ଟଙ୍କା ଦେଲେ । ଗାଁରେ ସହର ଭଳି ସୁବିଧା ଦେଲେ ଗ୍ରାମ ପଞ୍ଚାୟତକୁ ମଜଭୁତ କଲେ । ଏହାସହ କୃଷକ ଆମ ଦେଶର ସବୁଠାରୁ ବଡ ଶକ୍ତି ବୋଲି ମଧ୍ୟ କହିଛନ୍ତି କୃଷିମନ୍ତ୍ରୀ ।

Share