Categories: ଜାତୀୟ

ଗୋଟିଏ ଦିନ ଉପବାସ ରଖନ୍ତୁ ଦେଶବାସୀ: କେଜ୍‌ରିଓ୍ବାଲ୍‌

ଦୂଆଦିଲ୍ଲୀ,୧୩।୧୨: କୃଷକଙ୍କ ସମର୍ଥନରେ ଆସନ୍ତାକାଲି ଅର୍ଥାତ୍‌ ସୋମବାର ଦେଶବାସୀ ଗୋଟିଏ ଦିନ ଉପବାସ ରଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ୍‌ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତେ ନିଜ ଘରେ ଗୋଟିଏ ଦିନ ଉପବାସ ରଖିବା ଏବଂ ଚାଷୀଙ୍କ ଦାବିକୁ ସମର୍ଥନ କରିବା ଉଚିତ୍‌। ଦେଶର ଅନେକ ଖେଳାଳି ଚାଷୀଙ୍କୁ ସମର୍ଥନ କରିଛନ୍ତି, ସେମାନେ ନାଗରିକ ବିରୋଧୀ କି? ଦେଶର ଓକିଲ, ବ୍ୟବସାୟୀମାନେ ଜାତୀୟ ବିରୋଧୀ କି? ଆନ୍ନା ହଜାରେଙ୍କ ଆନ୍ଦୋଳନ ସମୟରେ କଂଗ୍ରେସ ସରକାର ଆନ୍ଦୋଳନକୁ ଅସମ୍ମାନ କରୁଥିଲେ, ସେହିଭଳି ଭାଜପା କୃଷକ ଆନ୍ଦୋଳନକୁ ବଦନାମ କରୁଛି ବୋଲି ଏକ ଡିଜିଟାଲ ସମ୍ମିଳନୀରେ ଯୋଗଦେଇ କେଜ୍‌ରିଓ୍ବାଲ୍‌ କହିଛନ୍ତି। ସରକାର କୃଷକଙ୍କ ଦାବିକୁ ଯଥାଶୀଘ୍ର ମାନିନେବା ଉଚିତ୍‌, ନଚେତ୍‌ ଆନ୍ଦୋଳନ ତୀବ୍ରତର ହେବ। ଆମେ ଚାଷୀଙ୍କ ସହ ଅଛୁ ବୋଲି ସେ କହିଛନ୍ତି।

Share