ପଞ୍ଜୀକରଣ ନୂଆନୀତିକୁ ବିରୋଧ: ୧୨ରେ ଚାଷୀଙ୍କ ବିକ୍ଷୋଭ

ବରଗଡ଼,୪ା୮(ପ୍ରେମାନନ୍ଦ ଖମାରୀ):ବରଗଡ଼ସ୍ଥିତ ସମତା ଭବନରେ ରବିବାର ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ସଭାପତି ସୁଶୀଲ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଚଳିତ ଖରିଫ ଋତୁରେ ସରକାରଙ୍କ ନୂତନ ପଞ୍ଜୀକରଣ ନିର୍ଦ୍ଦେଶାବଳୀ ବ୍ୟବସ୍ଥାରେ ଚାଷୀ ହନ୍ତସନ୍ତ ହେଉଛନ୍ତି ଏବଂ ଠିକ ଚାଷବାସ ସମୟରେ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପଞ୍ଜୀକରଣ କରିବା ପାଇଁ ଆଦୌ ସମ୍ଭବ ନୁହେଁ ବୋଲି ମତପ୍ରକାଶ ପାଇଥିଲା। ଏହି ବ୍ୟବସ୍ଥାରେ ଅର୍ଦ୍ଧାଧିକ ଚାଷୀଧାନ ପଞ୍ଜୀକରଣ କରିବାରୁ ବଞ୍ଚିତ ହେବେ ଏବଂ ଏହି ବ୍ୟବସ୍ଥାର ସରଳୀକରଣ ନାମରେ ସରପଞ୍ଚ, ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଅଙ୍ଗନୱାଡି କର୍ମୀଙ୍କୁ ଏହାର ଦାୟିତ୍ୱ ଦିଆଯିବା ସରକାରଙ୍କ ଏକ ଖାମଖିଆଲ ମନୋଭାବ ବୋଲି ଜୟ କିଷାନ ଆନ୍ଦୋଳନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏହି ନୂତନ ପଞ୍ଜୀକରଣ ବ୍ୟବସ୍ଥାକୁ ସରକାର ଅତି ଶୀଘ୍ର ପ୍ରତ୍ୟାହାର କରି ଏକ ସରଳ ଓ ଚାଷୀ ଅଭିମୁଖୀ ବ୍ୟବସ୍ଥା ଲାଗୁ କରିବା ଏବଂ ସମୟସୀମା ବୃଦ୍ଧି ଦାବିକୁ ନେଇ ଆସନ୍ତା ୧୨ ତାରିଖ ଦିନ ବରଗଡ଼ ଜିଲାପାଳ କାର୍ଯ୍ୟାଳୟରେ ଏକ କୃଷକ ବିକ୍ଷୋଭ ପ୍ରଦର୍ଶନ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜମି ସ୍ବତ୍ୱ ପରିବର୍ତ୍ତନ ନ କରିବା ଯାଏ ଏପରି ଜଟିଳ ଏବଂ କେନ୍ଦ୍ରୀକରଣ ପଞ୍ଜୀକରଣ ବ୍ୟବସ୍ଥା ଲାଗୁ କରି ଚାଷୀଙ୍କୁ ନକଲି ଚାଷୀ କହି ବିଦ୍ରୂପ କରୁଛନ୍ତି ବୋଲି ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ବ୍ୟବସ୍ଥା ବିରୋଧରେ ଚାଷୀମାନେ ଏକଜୁଟ ହୋଇ ଲଢେଇ ପାଇଁ ସଜାଗ ହେବାକୁ ଆହ୍ବାନ ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ବରିଷ୍ଠ ଚାଷୀ ନେତା ଶିବ ପ୍ରସାଦ ପ୍ରଧାନ, ସାଧାରଣ ସମ୍ପାଦକ ହର ବଣିଆଁ, ଭେଡେନ ବ୍ଲକ ସଭାପତି ମହେଶ୍ବର ପ୍ରଧାନ, ପାଇକମାଳ ବ୍ଲକ ସଭାପତି ବିଶ୍ବନାଥ ରଣା, ଅତାବିରା ବ୍ଲକ ସଭାପତି ଭଞ୍ଜନ ବାରିକ୍‌, ପଦ୍ମପୁରର ବ୍ଲକରୁ ଗୋପବନ୍ଧୁ ସିକ୍କା, ବରପାଲି ବ୍ଲକରୁ ଚଞ୍ଚଳ ପ୍ରଧାନ, ଗତିକୃଷ୍ଣ ପ୍ରଧାନ, ଭଟଲି ବ୍ଲକରୁ ଅକ୍ଷୟ ପ୍ରଧାନ, ସୋହେଲା ବ୍ଲକରୁ ତପୋବନ୍ତ ନାୟକ, ଅଶ୍ବିନୀ ପ୍ରଧାନ, ବରଗଡ଼ ବ୍ଲକରୁ ଅରୁଣ କୁମାର ସାହୁ, କୁନା ବେହେରା, ଅରୁଣ ପ୍ରଧାନ ଏବଂ କିଶୋର ସାହୁ ବୈଠକରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri