ରାତିଅଧିଆ ଶିକ୍ଷାନୁଷ୍ଠାନରେ ରାଗିଂ ଅଭିଯୋଗ: ମେସେଜ୍‌ ଭାଇରାଲ ପରେ…

ସମ୍ବଲପୁର,୪ା୮(ପ୍ରମୋଦ ବହିଦାର):ସମ୍ବଲପୁରରେ ଏକ ପ୍ରତିଷ୍ଠିତ ଉଚ୍ଚଶିକ୍ଷାନୁଷ୍ଠାନର ଛାତ୍ରୀନିବାସରେ ବରିଷ୍ଠ ଛାତ୍ରୀମାନେ ବୈଠକ ନାମରେ କନିଷ୍ଠଙ୍କୁ ଡାକି ରାତିଅଧିଆ ମାନସିକ ନିର୍ଯାତନାଜନିତ ରାଗିଂ କରୁଥିବା ଅଭିଯୋଗ ହୋଇଛି। ସେମାନେ କନିଷ୍ଠ ଛାତ୍ରୀମାନଙ୍କୁ ଦୀର୍ଘ ଏକଘଣ୍ଟା ଧରି ନିରବଛିନ୍ନଭାବେ ଛିଡା କରାଇ ସେମାନଙ୍କ ମୋବାଇଲ ଫୋନଗୁଡ଼ିକୁ ମଧ୍ୟ ଜବତ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ବିଶ୍ୱବିଦ୍ୟାଳୟର ଏକ ଛାତ୍ରୀନିବାସରେ ଶନିବାର ବିଳମ୍ବିତ ରାତିରେ ଘଟିଛି। ଏହାପୂର୍ବରୁ ଏହି ଛାତ୍ରୀନିବାସର ଛାତ୍ରୀମାନଙ୍କୁ ନେଇ ଖୋଲାଯାଇଥିବା ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ଶନିବାର ବୈଠକରେ ଯୋଗଦେବାକୁ କେତେଜଣ ବରିଷ୍ଠ ଛାତ୍ରୀ କନିଷ୍ଠ ଛାତ୍ରୀମାନଙ୍କୁ ଧମକ୍‌ ଦେଇ ଡାକିଥିବା ମ୍ୟାସେଜ୍‌ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏଥିରେ ଶନିବାର ସନ୍ଧ୍ୟା ୬ଟା ୫୧ରେ ଉକ୍ତ ଛାତ୍ରୀନିବାସର ଜଣେ ଦ୍ୱିତୀୟ ବର୍ଷର ଛାତ୍ରୀ ଧମକପୂର୍ଣ୍ଣ ମ୍ୟାସେଜ କରି କନିଷ୍ଠ ଛାତ୍ରୀମାନଙ୍କୁ ଡାକିଥିବା ଦେଖିବାକୁ ମିଳିଛି। ଉକ୍ତ ମ୍ୟାସେଜ୍‌ରେ ଛାତ୍ରୀ ଜଣକ ରାତି ୧୦ଟା ୧୫ରେ ସମସ୍ତ କନିଷ୍ଠ ଓ ବରିଷ୍ଠ ଛାତ୍ରୀଙ୍କୁ ନେଇ ଛାତ୍ରୀନିବାସର ଷ୍ଟଡିରୁମ୍‌ରେ ଏକ ବୈଠକ ହେବାକୁ ସ୍ଥିର ହୋଇଛି। ଏଥିରେ ସମସ୍ତେ ଉପସ୍ଥିତ ରହିବାକୁ ଧମକ୍‌ ଦେଇ ବାଧ୍ୟ କରାଯାଇଛି। ଅନ୍ୟଥା ସମସ୍ତ ଏହାର ଅବମାନନା କରିଥିବା ଛାତ୍ରୀଙ୍କୁ ତାଙ୍କ କୋଠରୀରୁ ଘୋଷାଡି ଆଣାଯିବ। ତେଣୁ ଯେକୌଣସି ସମସ୍ୟା ସତ୍ତ୍ୱେ କନିଷ୍ଠ ଛାତ୍ରୀମାନଙ୍କୁ ଉପସ୍ଥିତ ରହିବାକୁ ଧମକ ଦିଆଯାଇଛି। ଭୟାତୁର ହୋଇ ସମସ୍ତ କନିଷ୍ଠ ଛାତ୍ରୀ ଷ୍ଟଡିରୁମ୍‌ରେ ପହଞ୍ଚତ୍ବା ପରେ ସମସ୍ତଙ୍କ ମୋବାଇଲ ଫୋନ୍‌କୁ ଗୋଟିଏ ସ୍ଥାନରେ ଜମା ଦେବାକୁ କୁହାଯିବାରୁ ସେହି ଅନୁସାରେ ସେମାନେ ମୋବାଇଲଗୁଡ଼ିକୁ ବରିଷ୍ଠ ଛାତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଜମା ଦେଇଥିଲେ। ଏହାପରେ କେତେକ କନିଷ୍ଠ ଛାତ୍ରୀଙ୍କୁ କେତେଜଣ ବରିଷ୍ଠ ଛାତ୍ରୀ ବିଭିନ୍ନ ଆଶାଳୀନ ମନ୍ତବ୍ୟ ଦେଇ ଦୀର୍ଘ ସମୟ ଧରି ଛିଡ଼ା କରାଇ ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ କରିଛନ୍ତି କେତେକ କନିଷ୍ଠ ଛାତ୍ରୀ। ଏହାକୁ ନେଇ ସେମାନେ କତ୍ତୃପକ୍ଷଙ୍କ ଉପସ୍ଥିତିରେ ଛାତ୍ରୀନିବାସ ୱାଡେନ୍‌ଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଅପରପକ୍ଷରେ କୌଣସି ଛାତ୍ରୀନିବାସରେ ଏଭଳି କୌଣସି ବୈଠକ ବା ଘଟଣା ହୋଇନାହଁି ବୋଲି କହିଛନ୍ତି ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ। ତେବେ ସମ୍ବଲପୁରର ଏହି ଶିକ୍ଷାନୁଷ୍ଠାନର ଛାତ୍ରୀ ନିବାସରେ ଏଭଳି ରାଗିଂ ଘଟଣା ନୂଆ ନୂହେଁ। ପୂର୍ବରୁ ମଧ୍ୟ ବରିଷ୍ଠ ଛାତ୍ରୀମାନେ କନିଷ୍ଠଙ୍କୁ ଏଭଳି ମାନସିକ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଆସିଛି। ତେବେ ଭୟରେ ଛାତ୍ରୀମାନେ ଏଭଳି ଘଟଣା ବିରୋଧରେ ସିଧାସଳକ ମୁହଁ ଖୋଲୁ ନ ଥିବା ଜଣାପଡିଛି। ହେଲେ ଏହାର ନିରପେକ୍ଷ ତଦନ୍ତ ହେଲେ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଓ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ସହ ଗଞ୍ଜେଇ ଜବତ, କିଙ୍ଗ୍‌ପିନ୍‌ଙ୍କୁ ଗିରଫ କରି ପୋଲିସ…

ବାଲିଗୁଡ଼ା,୨୨ା୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ। ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବ୍ରାଉନ ସୁଗାର…

ସ୍ବାମୀଙ୍କ ସହ ବାଇକ୍‌ରେ ଯିବାବେଳେ ଓଢ଼ଣୀ ନେଲା ସ୍ତ୍ରୀଙ୍କ ଜୀବନ

ଝରିଗାଁ,୨୨ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ଏକ ଦୁଃଖଦ ଘଟଣା ଘଟିଛି। ବାଇକ୍‌ ଚକାରେ ଓଢ଼ଣୀ ଫସିଯିବା ଯୋଗୁ ତଳେ ପଡ଼ି ଜଣେ ମହିଳାଙ୍କ…

ହାଫିଜ ସୟିଦଙ୍କୁ ସମନ ଜାରି କରିବ NIA

ଜମ୍ମୁ-କଶ୍ମୀର,୨୨।୮: ୨୦୨୫ ପହଲଗାମ ଆକ୍ରମଣ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା(NIA) ପକ୍ଷରୁ ପାକିସ୍ତାନୀ ଆତଙ୍କବାଦୀ ହାଫିଜ ସୟିଦଙ୍କୁ ସମନ ଜାରି କରାଯିବ। ବୈଦେଶିକ ମନ୍ତ୍ରଣାଳୟ ଜରିଆରେ ପାକିସ୍ତାନକୁ…

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri