କଟନି- ଛଟନିକୁ ନେଇ ଚାଲିଥିଲା ବିବାଦ: ପୋଲିସ ପ୍ରଶାସନର ଉପସ୍ଥିତିରେ ମଣ୍ଡିରୁ ଉଠିଲା ଚାଷୀଙ୍କ ଧାନ

ଦିଗପହଣ୍ଡି,୧୭।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି.ତୁରୁବୁଡି ଗ୍ରାମ ଶ୍ରୀ ରଘୁନାଥ ମହାପ୍ରଭୁ ପ୍ରାଥମିକ ସେବା ସମବାୟ ସମିତିରେ ଚାଷୀଙ୍କ ଠାରୁ ମଣ୍ଡି ଜରିଆରେ ଧାନ କ୍ରୟ ସମୟରେ କ୍ଵିଣ୍ଟାଲ ପ୍ରତି ୫ କେଜି ଧାନ କଟନି – ଛଟନି କୁ ନେଇ ଚାଲିଥିବା ବାଦ ବିବାଦ ସମାଧାନ ହୋଇଛି। ଶନିବାର ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର,ବ୍ଲକ ମାର୍କେଟିଂ ଇନ୍ସପେକ୍ଟର ବ୍ରଜେଶ୍ୱର ରାୟ, ବ୍ରହ୍ମପୁର ସମବାୟ ସହକାରୀ ନିବନ୍ଧକ ଦେବାଶିଷ ସ୍ବାଇଁ, ସମବାୟ ସଭାପତି ରାମକୃଷ୍ଣ ଚୌଧୁରୀ, ଭାରପ୍ରାପ୍ତ ସମବାୟ ସମ୍ପାଦକ ଅଶୋକ କୁମାର ପ୍ରଧାନ, ବ୍ଲକ ସମବାୟ ଅଧିକାରୀ ଚାନ୍ଦିନୀ ସେଠୀ, ମିଲର ଗୌରାଙ୍ଗ ସାହୁ, କୈଳାସ ଚନ୍ଦ୍ର ପଣ୍ଡା,ଗୋପୀଚାନ୍ଦ ପଣ୍ଡା, କୃଷ୍ଣଚନ୍ଦ୍ର ରଥ,ବଜାର ନିୟନ୍ତ୍ରଣ କମିଟି କାର୍ଯ୍ୟାଳୟ ଅଧିକାରୀ ଦୀପକ କୁମାର ଜେନା,ସଂଗ୍ରାମଜିତ୍ ପାଳ ପ୍ରମୁଖଙ୍କ ଉପସ୍ଥିତିରେ  ୫ ଚାଷୀଙ୍କ ଠାରୁ ୧୫୫ କ୍ଵିଣ୍ଟାଲ ୪୪ କେଜି ଧାନ କ୍ରୟ କରାଯାଇଛି ।

ଗତ ଶୁକ୍ରବାର ସନ୍ଧ୍ୟାରେ ତହସିଲଦାର, ବ୍ଲକ ମାର୍କେଟିଂ ଇନ୍ସପେକ୍ଟର,ସମବାୟ ସମ୍ପାଦିକା ରୋଜାଲିନ ରେଡ୍ଡୀ,ସରପଞ୍ଚ ଲିଙ୍ଗରାଜ ଦୋରା,ସମବାୟ ସଭାପତି ରାମକୃଷ୍ଣ ଚୌଧୁରୀ ସମବାୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ମଣ୍ଡି ରେ ଚାଷୀଙ୍କ ଠାରୁ ସରକାରୀ ଦରରେ ଧାନ କ୍ରୟ କରାଯିବା ନିମନ୍ତେ ପ୍ରସ୍ତୁତି ନେଇ ଆଲୋଚନା ଚାଲିଥିବା ବେଳେ ବି. ତୁରୁବୁଡ଼ି ଗ୍ରାମର କିଛି ଅଣଚାଷୀ ସେଠାରେ ପହଞ୍ଚି ପାଟି ତୁଣ୍ଡ କରିଥିଲେ। ସରପଞ୍ଚ ବାହାରକୁ ଆସି ପ୍ରତିବାଦ କରିବାରୁ ତାଙ୍କୁ ସେମାନେ  ଠେଲା ପେଲା କରି ମାଡ଼ ମାରିବାରୁ  ସେ ସେଠାରୁ ଚାଲିଯାଇଥିଲେ।

ପ୍ରକାଶ ଯେ, ସମବାୟ କାର୍ଯ୍ୟାଳୟରେ ଥିବା ଧାନମଣ୍ଡି ରେ  କିଛିଦିନ ହେଲା କେତେକ ବ୍ୟକ୍ତି ପଶି ଆସି ସମବାୟ ସମ୍ପାଦିକା ରୋଜାଲିନ ରେଡ୍ଡୀଙ୍କୁ ଗାଳି କରି ଧମକ ଦେବାରୁ ସେ ଶନିବାରଠାରୁ ଲମ୍ବା ଛୁଟିରେ ଚାଲିଯାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କୁ ଭାରତରତ୍ନ ମିଳିବା ନେଇ ଦାବି ଉଠାଇଲା ବିଜେଡି

ବରଗଡ଼,୫ା୩(ପ୍ରେମାନନ୍ଦ ଖମାରୀ): ମହାନ ଜନନାୟକ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକ ୧୧୦ତମ ଜୟନ୍ତୀ ବିଜୁ ଜନତା ଦଳ ବରଗଡ଼ ଜିଲା ତରଫରୁ ଗୁରୁବାର ପାଳିତ ହୋଇଯାଇଛି। ପୂର୍ବତନ ବିଧାୟକ…

ଏନଏସି ବିଜେଡି ପକ୍ଷରୁ ବିଜୁବାବୁଙ୍କୁ ପୁଷ୍ପମାଲ୍ୟ: ବିଜୁ ବାବୁ ଅମର ରହେ ସ୍ଲୋଗାନରେ ପ୍ରକମ୍ପିତ ହେଲା ଅଞ୍ଚଳ

ଗଞ୍ଜାମ,୫।୩ (ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଷ୍ଟେଶନ ରୋଡ଼ ସାମନ୍ତରା ସାହି ଛକଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଏନଏସି ବିଜେଡି ପକ୍ଷରୁ…

ବିଜୁବାବୁଙ୍କ ୧୧୦ତମ ଜନ୍ମଜୟନ୍ତୀ ପାଳିତ, ବିଜୁ ବାବୁ ଅମର ରହେ ନାରାରେ କମ୍ପିଲା….

ନନ୍ଦପୁର/ପାଡୁଆ, ୫ା୩ (ତୁଷାର କାନ୍ତ ମହାନ୍ତି):  କୋରାପୁଟ ଜିଲା ନନ୍ଦପୁର ବ୍ଲକ କୂଲାବିର ପଞ୍ଚାୟତ ସ୍ଥିତ ଧବଳେଶ୍ଵର ମନ୍ଦିର ପରିସରରେ ଗୁରୁବାର ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦…

‘ବିଜୁବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ସମାଜସେବାରେ ବ୍ରତୀ ହେବାକୁ ଆହ୍ବାନ’

ବଞ୍ଚୋ,୫ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହାଟଡିହୀ ବ୍ଲକରେ ଗୁରୁବାର ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁ…

ଶ୍ରୀମନ୍ଦିରର ୩ ସେବକଙ୍କୁ କୈଫିୟତ ତଲବ: ଜଣେ ସେବକଙ୍କ ଶାଢ଼ିବନ୍ଧା ଆଦେଶ ପ୍ରତ୍ୟାହାର ନେଇ…

ପୁରୀ,୫ା୩(ଅଜିତ କୁମାର ମହାନ୍ତି): ଫେବୃଆରୀ ୨୮ରେ ସେବାପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନିଜଣ ସେବକଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ବୈଶାଖ ନପଶୁଣୁ ଉତ୍କଟ ଜଳ ସମସ୍ୟା, ବ୍ଲକ ଅଫିସ୍ ସମ୍ମୁଖରେ ଗରା ବାଲିଟି ଧରି ମହିଳାଙ୍କ ପ୍ରତିବାଦ

ପାଟଣା,୫।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡୁମୁରିଆ ପଂଚାୟତ ତଣ୍ଡ ବାଙ୍କ ଘାଟ ସାହିରେ ପାଣି ସମସ୍ୟା ଦେଖାଦେଇଛି । ସେଠାରେ ଏକ ମାତ୍ର…

ମଣ୍ଡିରୁ ଉଠୁନି ଧାନ: ଜିଲାପାଳଙ୍କ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ,୫।୩(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ସାଢେ ୩ମାସ ବିତିଯିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି।…

ବୁଗୁଡ଼ାରେ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳିତ, ପୂର୍ବତନ ଶ୍ରମ ମନ୍ତ୍ରୀ….

ବୁଗୁଡା,୫।୩(କାଳିଚରଣଦାଶ): ବୁଗୁଡ଼ା ବଳଦେବସ୍ବାମୀ  ବସଷ୍ଟାଣ୍ଡ ପରିସରରେ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ।  ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri