Posted inଜାତୀୟ

ପୁଣି ଫେରିବେ ଚାଷୀ ସଂଗଠନ, ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ…

ନୂଆଦିଲ୍ଲୀ, ୨୧।୮ : ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ର ଗ୍ୟାରେଣ୍ଟି ସହିତ ଅନେକ ଦାବି ସହିତ ଚାଷୀ ସଂଗଠନ ପୁଣି ଥରେ ଦିଲ୍ଲୀ ଫେରିବାକୁ ଯୋଜନା କରୁଛନ୍ତି। ସୋମବାର ଜନ୍ତର ମନ୍ତରରେ ଚାଷୀଙ୍କ ବିରୋଧ ଡାକରା ପୂର୍ବରୁ ଦିଲ୍ଲୀ-ହରିୟାଣାକୁ ସଂଯୋଗ କରୁଥିବା ଟିକରି ସୀମାରେ ସିମେଣ୍ଟ ବ୍ୟାରିକେଡ ନିର୍ମାଣ ଆରମ୍ଭ ହୋଇଛି। ଏହା ସହିତ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ପ୍ରଦର୍ଶନ ପାଇଁ କୃଷକମାନେ ଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି। ଏନେଇ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ଦିଲ୍ଲୀ ଆସୁଥିବା କୃଷକ ନେତା ରାକେଶ ଟିକାଏତଙ୍କୁ ମଧ୍ୟ ଗାଜିପୁର ସୀମାରେ ଦିଲ୍ଲୀ ପୋଲିସ ଅଟକାଇଛି। ଟିକାଏତ ତାଙ୍କର କିଛି ସମର୍ଥକଙ୍କ ସହ ଦିଲ୍ଲୀ ଯିବାକୁ ଚାହୁଁଥିଲେ, କିନ୍ତୁ ଦିଲ୍ଲୀ ପୋଲିସ ମନା କରିଦେଇଥିଲା। ଏହା ପରେ ଟିକାଏତଙ୍କ ସମର୍ଥକମାନେ ରାସ୍ତାରେ ବସି ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ। ଦିଲ୍ଲୀ ପୋଲିସ ସମସ୍ତଙ୍କୁ ମଧୁ ବିହାର ପୋଲିସ ଏସିପି କାର୍ଯ୍ୟାଳୟକୁ ନେଇ ଯାଇଥିଲା।

ଟିକାଏତ ଶୁକ୍ରବାର ଦେଶର ଚାଷୀଙ୍କୁ ଆହ୍ବାନ ଦେଇଥିଲେ ଯେ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଦେଶବ୍ୟାପୀ ଏକ ବିଶାଳ ଆନ୍ଦୋଳନ ପାଇଁ ପ୍ରସ୍ତୁତ ରୁହନ୍ତୁ। ସେ କହିଥିଲେ ଦେଶବ୍ୟାପୀ ଆନ୍ଦୋଳନ କେବେ, କେଉଁଠାରେ ଏବଂ କିପରି ହେବ, ଏସକେଏମ ନେତାମାନେ ଉପଯୁକ୍ତ ସମୟରେ ଏହା ବିଷୟରେ ସୂଚନା ଦେବେ।

ୟୁନାଇଟେଡ କିଷାନ ମୋର୍ଚ୍ଚା (ଏସକେଏମ) ନେତା ରାକେଶ ଟିକାଏତ ଶନିବାର କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କୁ ହଟାଇବା ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ଦେବା ପାଇଁ ଆଇନ ପ୍ରଣୟନ କରିବା ଭଳି ଅନେକ ଦାବି କରିଛନ୍ତି। ଜିଲାସ୍ତରୀୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ଶନିବାର ଖେରୀରେ ବିରୋଧ ଶେଷ ହୋଇଛି। କୃଷକମାନଙ୍କୁ ସମ୍ବୋଧିତ କରି ଟିକାଇଟ କହିଛନ୍ତି ଯେ ୬ ସେପ୍ଟେମ୍ବରରେ ଦିଲ୍ଲୀରେ ହେବାକୁ ଥିବା ଏକ ବୈଠକରେ ସଂଗଠନର ଭବିଷ୍ୟତ ରଣନୀତି ପ୍ରସ୍ତୁତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri