Categories: ଜାତୀୟ

ମୋଦି ସରକାରଙ୍କୁ ବଦନାମ କରିବା ଲାଗି କୃଷକ ସଂଗଠନ ପକ୍ଷରୁ ହୋଇଥିଲା ଷଡ଼ଯନ୍ତ୍ର: ୩,୨୨୪ ପୃଷ୍ଠାର ଚାର୍ଜଶିଟ୍‌…

ନୂଆଦିଲ୍ଲୀ,୨୭।୫: ଜାନୁୟାରୀ ୨୬ରେ କୃଷକ ସଂଗଠନ ପକ୍ଷରୁ ଲାଲ୍‌କିଲ୍ଲାକୁ ନିଜ କବ୍‌ଜାକୁ ନେବା ଲାଗି ଯୋଜନା କରାଯାଇଥିଲା। ଯାହାଦ୍ୱାରା ସେଠାରେ କୃଷକମାନେ ସହଜରେ ଧାରଣା ଦେଇପାରିବେ। ଏହାସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ବଦନାମ କରିବା ଲାଗି ମଧ୍ୟ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଦିଲ୍ଲୀ ପୋଲିସ ପକ୍ଷରୁ ଦାଖଲ କରାଯାଇଥିବା ୩,୨୨୪ ପୃଷ୍ଠାର ଚାର୍ଜଶିଟ୍‌ରେ ଉଲ୍ଲେଖ କରାଯାଇଛି। ଯୋଜନାବଦ୍ଧ ଭାବେ ଟ୍ରାକ୍ଟର ରାଲି ସମୟରେ ଏଭଳି କରାଯିବା ସମ୍ପର୍କରେ ପୂର୍ବରୁ ପ୍ରସ୍ତୁତି କରାଯାଇଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି। ଯୋଜନା ଅନୁସାରେ ବହୁ ସଂଖ୍ୟକ କୃଷକ ଲାଲ୍‌କିଲ୍ଲା ପରିସରରେ ପ୍ରବେଶ କରି ହିଂସାକାଣ୍ଡ ଭିଆଇଥିଲେ। କୃଷକ ସଂଗଠନଗୁଡ଼ିକ ଯୋଗୁ ସୃଷ୍ଟି ହୋଇଥିବା ହିଂସାରେ ଦିଲ୍ଲୀ ପୋଲିସ ସମେତ ସୁରକ୍ଷା ଏଜେନ୍ସିର ୫୦୦ରୁ ଅଧିକ ଆହତ ହୋଇଥିଲେ। କେତେକ ଗୁରୁତର ଆହତ ମଧ୍ୟ ହୋଇଥିବା ଚାର୍ଜଶିଟ୍‌ରେ ପ୍ରକାଶିତ ହୋଇଛି। ଏହି ମାମଲାରେ ଦିଲ୍ଲୀ ପୋଲିସ ପକ୍ଷରୁ ତଦନ୍ତ କରାଯାଇ ୪୪ ଏଫ୍‌ଆଇଆର୍‌ ରୁଜୁ କରାଯାଇଛି। ସେହିପରି ଘଟଣାରେ ସମ୍ପୃକ୍ତି ରହିଥିବା ୧୫୦ ଜଣ ଗିରଫ ହୋଇଥିବା ଚାର୍ଜଶିଟ୍‌ରେ ଦର୍ଶାଯାଇଛି।

Share