ମରୁଡ଼ି ଅଞ୍ଚଳ ଘୋଷଣା ଦାବି ନେଇ ରାସ୍ତାରେ ଚାଷୀ

ନୀଳଗିରି,୧୯।୧୧(ସ୍ବ.ପ୍ର.): ମୌସୁମୀ ବର୍ଷା ଅଭାବ ଯୋଗୁ ଆଜି ସାରା ରାଜ୍ୟରେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ବିଶେଷ କରି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଏହାର ପ୍ରଭାବ ଅଧିକ। ଏହା ଏକ ପାହାଡ଼ିଆ ଅଞ୍ଚଳ। ଦେବଗିରି ପାହାଡ଼, କୁଲଡ଼ିହା ଅଭୟାରଣ୍ୟ, ବିଜ୍ଞାପିତ ଅଞ୍ଚଳକୁ ଲାଗି ସ୍ବର୍ଣ୍ଣଚୂଡ଼ ପର୍ବତ। ପାହାଡ଼ପର୍ବତରୁ ପାଣି ସମୁଦ୍ରରେ ମିଶେ। ମାତ୍ର ଉକ୍ତ ପାଣିକୁ ଅଟକାଇବା ଭଳି କୌଣସି ନଦୀବନ୍ଧ ଯୋଜନା ନାହିଁ। ଦୁଇମାସ ଧରି ମୌସୁମୀ ବର୍ଷା ନ ହେବା ଯୋଗୁ ଧାନଫସଲ ୯୦ଭାଗ ଉଜୁଡିବାକୁ ବସିଛି। ଗଛ ମରିଯାଇଥିବାବେଳେ ଏକର ଏକର ଜମିରେ ଧାନ ବାହାରି ପାରିନି। ବହୁ କ୍ଷେତରେ ଚକଡ଼ା ପୋକ ଲାଗି ନଷ୍ଟ ହୋଇଛି ତ ଆଉ କେଉଁଠି ହାତୀମାନେ ଉପଦ୍ରବ କରି ନଷ୍ଟ କରିଛନ୍ତି। ଚାଷୀକୁଳଙ୍କୁ ଉଦ୍ଧାର ପାଇଁ ସିପିଆଇ ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ଶୁକ୍ରବାର ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶତାଧିକ ଚାଷୀ ଶୋଭାଯାତ୍ରାରେ ନୀଳଗିରି ବଡ଼ଦାଣ୍ଡ ପରିକ୍ରମା କରି ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷିଋଣ ଛାଡ଼ କରିବା ସହ ଚାଷୀଙ୍କ ପରିବାରଙ୍କୁ ସହାୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ଜରିଆରେ ୯ଟି ବିଷୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ନୀଳଗିରି ଉପଖଣ୍ଡକୁ ମରୁଡ଼ି ଅଞ୍ଚଳ ଘୋଷଣା, ୨୦୧୯ର ବାକି ଥିବା ଇନପୁଟ ସବ୍‌ସିଡ଼ି ଓ ୨୦୨୧ର କୃଷି ବୀମା ରାଶି ଚାଷୀଙ୍କୁ ଦେବାରେ ବ୍ୟବସ୍ଥା, ରବିଚାଷ ପାଇଁ ଚାଷୀଙ୍କୁ ସବ୍‌ସିଡ଼ି ବିହନ ଓ କୃଷି ଋଣ, ମରୁଡ଼ି ଅଞ୍ଚଳର ମୂଲିଆଙ୍କୁ ଏମ୍‌ଜିଏନଆରଇଜିଏସ୍‌ରେ ୨୦୦ ଦିନର କାମ, ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ଦରରେ ଧାନ ନିଜେ ସରକାର କିଣିବାର ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଦାବିଗୁଡ଼ିକ କାର୍ଯ୍ୟକାରୀ ନ ହେଲେ ସିପିଆଇ, ନୀଳଗିରି ଆଞ୍ଚଳିକ କମିଟି ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସୂଚନା ଦେଇଛନ୍ତି। ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ସର୍ବଭାରତୀୟ ସିପିଆଇର ସଭ୍ୟ ଆଶିଷ କାନୁନଗୋ, ଅନାମ ପ୍ରସାଦ ବାରିକ, ନିରଞ୍ଜନ ବାରିକ, କୈଳାସ ଚନ୍ଦ୍ର ପଣ୍ଡା, କରୁଣାକର ପରିଡା, ପୁରୁଷୋତ୍ତମ ସେଠୀ, ଦେବେନ୍ଦ୍ର ବେହେରା, ନିହାର ରଞ୍ଜନ ଜେନା, ହରେକୃଷ୍ଣ ପଣ୍ଡିତ, ହରେକୃଷ୍ଣ ରାଉତଙ୍କ ସମେତ ଶତାଧିକ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri