ମରୁଡ଼ି ଅଞ୍ଚଳ ଘୋଷଣା ଦାବି ନେଇ ରାସ୍ତାରେ ଚାଷୀ

ନୀଳଗିରି,୧୯।୧୧(ସ୍ବ.ପ୍ର.): ମୌସୁମୀ ବର୍ଷା ଅଭାବ ଯୋଗୁ ଆଜି ସାରା ରାଜ୍ୟରେ ଚାଷୀକୁଳ ହତାଶ ହୋଇପଡିଛନ୍ତି। ବିଶେଷ କରି ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡରେ ଏହାର ପ୍ରଭାବ ଅଧିକ। ଏହା ଏକ ପାହାଡ଼ିଆ ଅଞ୍ଚଳ। ଦେବଗିରି ପାହାଡ଼, କୁଲଡ଼ିହା ଅଭୟାରଣ୍ୟ, ବିଜ୍ଞାପିତ ଅଞ୍ଚଳକୁ ଲାଗି ସ୍ବର୍ଣ୍ଣଚୂଡ଼ ପର୍ବତ। ପାହାଡ଼ପର୍ବତରୁ ପାଣି ସମୁଦ୍ରରେ ମିଶେ। ମାତ୍ର ଉକ୍ତ ପାଣିକୁ ଅଟକାଇବା ଭଳି କୌଣସି ନଦୀବନ୍ଧ ଯୋଜନା ନାହିଁ। ଦୁଇମାସ ଧରି ମୌସୁମୀ ବର୍ଷା ନ ହେବା ଯୋଗୁ ଧାନଫସଲ ୯୦ଭାଗ ଉଜୁଡିବାକୁ ବସିଛି। ଗଛ ମରିଯାଇଥିବାବେଳେ ଏକର ଏକର ଜମିରେ ଧାନ ବାହାରି ପାରିନି। ବହୁ କ୍ଷେତରେ ଚକଡ଼ା ପୋକ ଲାଗି ନଷ୍ଟ ହୋଇଛି ତ ଆଉ କେଉଁଠି ହାତୀମାନେ ଉପଦ୍ରବ କରି ନଷ୍ଟ କରିଛନ୍ତି। ଚାଷୀକୁଳଙ୍କୁ ଉଦ୍ଧାର ପାଇଁ ସିପିଆଇ ନୀଳଗିରି ଆଞ୍ଚଳିକ କମିଟି ପକ୍ଷରୁ ଶୁକ୍ରବାର ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଶତାଧିକ ଚାଷୀ ଶୋଭାଯାତ୍ରାରେ ନୀଳଗିରି ବଡ଼ଦାଣ୍ଡ ପରିକ୍ରମା କରି ଉପଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କୃଷିଋଣ ଛାଡ଼ କରିବା ସହ ଚାଷୀଙ୍କ ପରିବାରଙ୍କୁ ସହାୟତା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୀଳଗିରି ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀଙ୍କ ଜରିଆରେ ୯ଟି ବିଷୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ନୀଳଗିରି ଉପଖଣ୍ଡକୁ ମରୁଡ଼ି ଅଞ୍ଚଳ ଘୋଷଣା, ୨୦୧୯ର ବାକି ଥିବା ଇନପୁଟ ସବ୍‌ସିଡ଼ି ଓ ୨୦୨୧ର କୃଷି ବୀମା ରାଶି ଚାଷୀଙ୍କୁ ଦେବାରେ ବ୍ୟବସ୍ଥା, ରବିଚାଷ ପାଇଁ ଚାଷୀଙ୍କୁ ସବ୍‌ସିଡ଼ି ବିହନ ଓ କୃଷି ଋଣ, ମରୁଡ଼ି ଅଞ୍ଚଳର ମୂଲିଆଙ୍କୁ ଏମ୍‌ଜିଏନଆରଇଜିଏସ୍‌ରେ ୨୦୦ ଦିନର କାମ, ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ, ଚାଷୀଙ୍କଠାରୁ ସରକାରୀ ଧାର୍ଯ୍ୟ ଦରରେ ଧାନ ନିଜେ ସରକାର କିଣିବାର ବ୍ୟବସ୍ଥା ଆଦି ଅନ୍ତର୍ଭୁକ୍ତ। ଦାବିଗୁଡ଼ିକ କାର୍ଯ୍ୟକାରୀ ନ ହେଲେ ସିପିଆଇ, ନୀଳଗିରି ଆଞ୍ଚଳିକ କମିଟି ଗଣତାନ୍ତ୍ରିକ ପଦ୍ଧତିରେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ସୂଚନା ଦେଇଛନ୍ତି। ସିପିଆଇର ରାଜ୍ୟ ସମ୍ପାଦକ ଅଭୟ ସାହୁ, ସର୍ବଭାରତୀୟ ସିପିଆଇର ସଭ୍ୟ ଆଶିଷ କାନୁନଗୋ, ଅନାମ ପ୍ରସାଦ ବାରିକ, ନିରଞ୍ଜନ ବାରିକ, କୈଳାସ ଚନ୍ଦ୍ର ପଣ୍ଡା, କରୁଣାକର ପରିଡା, ପୁରୁଷୋତ୍ତମ ସେଠୀ, ଦେବେନ୍ଦ୍ର ବେହେରା, ନିହାର ରଞ୍ଜନ ଜେନା, ହରେକୃଷ୍ଣ ପଣ୍ଡିତ, ହରେକୃଷ୍ଣ ରାଉତଙ୍କ ସମେତ ଶତାଧିକ ଚାଷୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri