Categories: ଜାତୀୟ

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି। ଅମୃତସରରେ କୃଷି ଆଇନକୁ ବିରୋଧରେ ରେଳ ଧାରଣାରେ ବସିଥିବା କୃଷକମାନେ ଉଠିଯାଇଛନ୍ତି। ସୂଚନାଯୋଗ୍ୟ, ଏହି ବାଟ ଦେଇ ଟ୍ରେନ୍‌ ରଦ୍ଦ ହୋଇଥିବାରୁ ବ୍ୟବସାୟୀମାନେ ଅନେକ କ୍ଷତି ସହିଥିଲେ। ଏହି କାରଣରୁ କୃଷକମାନେ ୧୬୯ଦିନ ପରେ ଧାରଣା ପ୍ରଦର୍ଶନକୁ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ରେଳ ପ୍ରଶାସନ ଟ୍ରେନର ଚଳାଚଳ ପୁନଃଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଷ୍ଟେଶନ ମାଷ୍ଟର କହିଛନ୍ତି ଯେ, କୃଷକମାନେ ଚାଲିଯିବା ପରେ ଏହି ଟ୍ରାକରେ ଟ୍ରେନର ଚଳାଚଳ ଆରମ୍ଭ ହେବ।

Share